Posted inଖେଳ

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌: ତେଜିନ୍ଦର, ଜିନସନ ବିଫଳ

ଦୋହା, ୫।୧୦(ପି.ଟି.)-
ଏସିଆନ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ଭାରତୀୟ ଶଟ୍‌ପୁଟର ତେଜିନ୍ଦର ପାଲ୍‌ ସିଂ ତୁର୍‌ ଏବଂ ୧୫୦୦ ମିଟର ରନର ଜିନସନ ଜିନସନ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ୨୪ ବର୍ଷୀୟ ତୁର୍‌ ସିଜନ ଶ୍ରେଷ୍ଠ ୨୦.୪୩ ମିଟର ପ୍ରଦର୍ଶନ କରିଥିଲେ ହେଁ ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ୍‌ ‘ବି’ରେ ୮ମସ୍ଥାନରେ ରହିଥିଲେ। ୩୪ ପ୍ରତିଯୋଗୀ ବିଶିଷ୍ଟ ପ୍ରତିଯୋଗିତାରେ ସେ ଓଭରଅଲ୍‌ ୧୮ତମ ସ୍ଥାନ ପାଇଥିଲେ। ସେହିପରି ଜିନସନ ଖରାପ ପ୍ରଦର୍ଶନ କରି ୩:୩୯.୮୬ ସେକେଣ୍ଡ ସମୟ ନେଇ ପ୍ରଥମ ରାଉଣ୍ଡ ହିଟ୍‌ରେ ୧୦ମ ସ୍ଥାନରେ ରହିଥିଲେ। ୪୩ ରନରଙ୍କ ମଧ୍ୟରେ ତାଙ୍କର ସ୍ଥାନ ଥିଲା ୩୪। ପୁରୁଷ ଶଟ୍‌ପୁଟ୍‌ ଇଭେଣ୍ଟର ଗ୍ରୁପ୍‌ ‘ଏ’ରେ ୮ ଶଟ୍‌ପୁଟର ୨୦.୯୦ ମିଟର ସହିତ ସିଧାସଳଖ ଯୋଗ୍ୟତା ହାସଲ କରିଥିଲେ। ଫଳରେ ତୁର୍‌ଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ତାଙ୍କ ନାମରେ ୨୦.୭୫ ମିଟରର ଜାତୀୟ ରେକର୍ଡ ରହିଛି। ମାତ୍ର ଏହି ରେକର୍ଡ ବଜାୟ ରଖିବା ତାଙ୍କ ପକ୍ଷରେ ସମ୍ଭବ ହୋଇ ନ ଥିଲା। ଚଳିତ ସିଜନରେ ପୂର୍ବରୁ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନଥିଲା ୨୦.୩୬ ମିଟର। ଏଠାରେ ପ୍ରଥମ ଉଦ୍ୟମରେ ସେ ଏଥିରେ ଉନ୍ନତି ଆଣିଥିଲେ ହେଁ ପରବର୍ତ୍ତୀ ରାଉଣ୍ଡରେ ଫାଉଲ୍‌ କରିଥିଲେ। ତୃତୀୟ ତଥା ଅନ୍ତିମ ରାଉଣ୍ଡରେ ସେ ଜାତୀୟ ରେକର୍ଡ ସହ ୨୦.୯୦ ମିଟର ସ୍ପର୍ଶ କରିଥିଲେ ଯୋଗ୍ୟତା ହାସଲ କରିପାରିଥାନ୍ତେ। ମାତ୍ର ସେ ୧୯.୫୫ ମିଟର ଦୂରକୁ ଶଟ୍‌ପୁଟ୍‌ ଥ୍ରୋ କରି ପାରିଥିଲେ। ୨୦.୯୦ ମିଟର ଥ୍ରୋ କରିଥିବା ଏବଂ ପରବର୍ତ୍ତୀ ଶ୍ରେଷ୍ଠ ଶଟ୍‌ପୁଟରଙ୍କୁ ମିଶାଇ ମୋଟ ୧୨ ଜଣ ଫାଇନାଲକୁ ଯୋଗ୍ୟତା ପାଇଥିଲେ। ବର୍ତ୍ତମାନର ବିଶ୍ୱ ଚାମ୍ପିୟନ ଏବଂ ୨୦୧୬ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ନ୍ୟୁଜିଲାଣ୍ଡର ଟୋମାସ ଓ୍ବାଲ୍ସ ୨୧.୯୨ ମିଟର ଥ୍ରୋ କରି ଶୀର୍ଷସ୍ଥାନ ହାସଲ କରିଥିଲେ। ସେହିପରି ଗତମାସରେ ନିଜ ନାମରେ ଥିବା ଜାତୀୟ ରେକର୍ଡ ଭାଙ୍ଗିଥିବା ୨୮ ବର୍ଷୀୟ ଜିନସନ ଶେଷ ପର୍ଯ୍ୟନ୍ତ ଭଲ ସ୍ଥିତିରେ ଥିଲେ ହେଁ ଫିନିଶ୍‌ ଲାଇନ୍‌ ଅତିକ୍ରମ କରିବା ବେଳକୁ ପଛରେ ପଡ଼ି ଯାଇଥିଲେ। ୩ଟି ହିଟ୍‌ର ଟପ୍‌ ୬ ଆଥଲେଟ୍‌ ଏବଂ ପରବର୍ତ୍ତୀ ଶ୍ରେଷ୍ଠ ଟାଇମିଂ ରଖିଥିବା ୬ ଜଣ ସେମିଫାଇନାଲରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡିପ୍ରେସନ୍‌ର ଶିକାର ହେଲେ ଏହି କ୍ରିକେଟର୍‌

କ୍ରିକେଟ ଖେଳାଳିମାନେ ଉଚ୍ଚ ସ୍ତରରେ ପହଞ୍ଚିବା ପରେ ପ୍ରଚୁର ଅର୍ଥ ରୋଜଗାର କରନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ଭଲ ପ୍ରଦର୍ଶନ କରିବା ପାଇଁ ସେମାନଙ୍କ...

ଜାତୀୟ ସିନିୟର ଭଲିବଲ୍‌: ଓଡ଼ିଶାର ବିଜୟଧାରା ରୋକିଲା ଛତିଶଗଡ଼

ଭୁବନେଶ୍ୱର, ୨୯।୧୨ (ସ୍ପୋଟର୍‌ସ ବ୍ୟୁରୋ) – ଓଡ଼ିଶା ଭଲିବଲ୍‌ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସିନିୟର ଭଲିବଲ୍‌ (ମହିଳା ଓ ପୁରୁଷ)...

ବିସିସିଆଇ- କ୍ରୀଡ଼ା ମନ୍ତ୍ରଣାଳୟ ଶୀତଳ ଯୁଦ୍ଧ: ଆଶଙ୍କାରେ ଦକ୍ଷିଣ ଆଫ୍ରିକା ଏ’ ଦଳର ଭାରତ ଗସ୍ତ

ନୂଆଦିଲ୍ଲୀ,୧।୮(ପି.ଟି.)- ଆସନ୍ତା ଅଗଷ୍ଟ ଓ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ଏ’ ଓ ମହିଳା ଦଳର ଆଗାମୀ ଭାରତ ଗସ୍ତ ନେଇ ଆଶଙ୍କା ସୃଷ୍ଟି ହୋଇଛି। କେନ୍ଦ୍ର...

ମିମ୍‌ ପାଲଟିଲା କୋହଲିଙ୍କ ଲାଟେଷ୍ଟ ଫଟୋ

ନୂଆଦିଲ୍ଲୀ,୫।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଟୁଇଟରରେ ନିଜର ବିନା ପୋଷାକ ଫଟୋ ଶେୟାର କରିଛନ୍ତି। ଏହି ପୋଷ୍ଟର ମଜା ଉଠାଇଛନ୍ତି ଭାରତୀୟ ପ୍ରଶଂସକମାନେ।...

ବିଜୟ ସହ କ୍ଲେକୋର୍ଟ ସିଜନ ଆରମ୍ଭ କଲେ ହାଲେପ୍‌

ଷ୍ଟଟଗାର୍ଟ (ଜର୍ମାନୀ), ୨୪ା୪ ମାର୍କେଟା ଭୋନ୍ଦ୍ରୋସେଭୋଙ୍କୁ ୬-୧, ୬-୩ ସେଟ୍‌ରେ ହରାଇ ରୋମାନିଆର ସିମୋନା ହାଲେପ୍‌ ପୋର୍ଶ୍ଚେ ଗ୍ରଁାପ୍ରି ଟେନିସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।...

ପନ୍ତଙ୍କୁ ଉପେକ୍ଷା: ପଣ୍ଟିଂ ଚକିତ

ନୂଆଦିଲ୍ଲୀ, ୧୮।୪(ପି.ଟି.)- ଭାରତୀୟ ବିଶ୍ୱକପ୍‌ ଦଳରେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ସ୍ଥାନ ନ ମିଳିବା ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ତଥା ଦିଲ୍ଲୀ କ୍ୟାପିଟାଲ୍ସ...

ଅନୀତା, ସଞ୍ଜୟ ସଭାପତି ପ୍ରାର୍ଥୀ

ନୂଆଦିଲ୍ଲୀ, ୮ା୮: ଅଗଷ୍ଟ ୧୨ରେ ହେବାକୁ ଥିବା ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ ପାଇଛି। ଚାରି...

ବିରାଟ-ଅନୁଷ୍କା ବିଜ୍ଞାପନରେ ଏକାଠି କାମ କରିବା ପାଇଁ ନେଇଥାନ୍ତି ଏତିକି ଟଙ୍କା

ବଲିଉଡ୍‌ ଏବଂ କ୍ରିକେଟ ଦୁନିଆରେ ଅନୁଷ୍କା-ବିରାଟ ଏକ ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡି। ୨୦୧୭ ମସିହାରେ ଏହି ଯୋଡି ଇଟାଲିରେ ବିବାହ କରିଥିଲେ। ବିବାହ ସମୟର...

Advertisement
Archives

Model This Week