Posted inଖେଳ

ବିଶ୍ୱର ୫ କ୍ରିକେଟର୍ସ ବିଷୟରେ ଜାଣନ୍ତୁ, ଯାହାଙ୍କ ସ୍ତ୍ରୀ ବି ଜଣେ ଜଣେ ବିଶ୍ୱସ୍ତରୀୟ ଖେଳାଳି

କ୍ରିକେଟରେ ଏମିତି କିଛି ଖେଳାଳି ଅଛନ୍ତି, ଯେଉଁମାନେ ବ୍ୟକ୍ତିଗତ ଜୀବନରେ ଜଣେ ଖେଳାଳିଙ୍କୁ ବିବାହ କରିଛନ୍ତି। ଆସନ୍ତୁ ସେଭଳି ୫ ଯୋଡିଙ୍କ ବିଷୟରେ ଜାଣିବା…


ମିଚେଲ ଷ୍ଟାର୍କ ଏବଂ ଏଲିସା ହିଲି
ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଭଳି ତାଙ୍କ ସ୍ତ୍ରୀ ଏଲିସା ହିଲି ମଧ୍ୟ ଜଣେ କ୍ରିକେଟର। ଉଭୟ ଜାତୀୟ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି। ଏଲିସା ଓ୍ବିକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ହୋଇଥିବାବେଳେ ମିଚେଲ ଜଣେ ବୋଲର୍‌। ଉଭୟ ୨୦୧୬ ଏପ୍ରିଲ ୧୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ସୋଏବ ମଲିକ ଏବଂ ସାନିଆ ମିର୍ଜା
ପାକିସ୍ତାନ କ୍ରିକେଟର ସୋଏବ ମଲିକ ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜାଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହ ୨୦୧୦ରେ ହୋଇଥିଲା।

ଦିନେଶ କାର୍ତ୍ତିକ ଏବଂ ଦୀପିକା ପାଲିକଲ
ଭାରତୀୟ କ୍ରିକେଟ ଦଳର ଓ୍ବିକେଟକିପର ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ ସ୍କ୍ବାସ୍‌ ଖେଳାଳି ଦୀପିକା ପାଲିକଲଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହ ୨୦୧୫ରେ ହୋଇଥିଲା। ଦୀପିକା ପ୍ରଥମ ଭାରତୀୟ ସ୍କ୍ବାସ୍‌ ଖେଳାଳି ଭାବେ ବିଶ୍ୱର ଶୀର୍ଷ ୧୦ଜଣ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ସେ ଅର୍ଜୁନ ପୁରସ୍କାରରେ ମଧ୍ୟ ପୁରସ୍କୃତ ହୋଇଛନ୍ତି।

ଇଶାନ୍ତ ଶର୍ମା ଏବଂ ପ୍ରତିମା ସିଂହ
ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇଶାନ୍ତ ଶର୍ମା ବାସ୍କେଟବଲ୍‌ ଖେଳାଳି ପ୍ରତିମା ସିଂଙ୍କୁ ବିବାହ କରିଛନ୍ତି। ଉଭୟ ୨୦୧୬ ଡିସେମ୍ବର ୯ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପ୍ରତିମା ଭାରତୀୟ ବାସ୍କେଟବଲ ଦଳର ପୂର୍ବତନ ଅଧିନାୟିକା ମଧ୍ୟ ଥିଲେ।

ଶିଥଲ ଗୌତମ ଏବଂ ରବିନ ଉଥାପା
ଭାରତୀୟ କ୍ରିକେଟ ଷ୍ଟାର୍‌ ରବିନ୍‌ ଉଥାପାଙ୍କୁ ବିବାହ କରିବା ପୂର୍ବରୁ ଶିଥଲ ଗୌତମ ଜଣେ ଟେନିସ୍‌ ଖେଳାଳି ଥିଲେ। ବିବାହ ପରେ ଶିଥଲ ଖେଳ ଛାଡିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆ ଭାରତର ପ୍ରତିନିଧିତ୍ୱ କରୁଛି: କୋହଲି

ଆଡିଲେଡ୍‌,୧୭।୧୨(ପି.ଟି.): ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଗ୍ରେଗ୍‌ ଚାପେଲଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଚାପେଲ କୋହଲିଙ୍କୁ ‘ଅଣ ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟ...

ଟୋକିଓ ଅଲିମ୍ପିକ୍ସ ପାଇଁ ୨୦୨୧ଅନ୍ତିମ ବିକଳ୍ପ

ଟୋକିଓ, ୨୨।୫-କରୋନା ଭାଇରସ ସଂକ୍ରମଣଜନିତ ପ୍ରଭାବରୁ ଟୋକିଓ ଅଲିମ୍ପିକ୍ସ ୨୦୨୧କୁ ଘୁଞ୍ଚତ୍ଛି। ମାତ୍ର ଆସନ୍ତାବର୍ଷ ଯଦି ଏହା ସମ୍ଭବ ନ ହୁଏ ତେବେ ବାତିଲ ହେବ...

କୋରିକ୍‌ କରୋନାରେ ଆକ୍ରାନ୍ତ ଦ୍ୱିତୀୟ ଟେନିସ ଖେଳାଳି

ଜାଗ୍ରେବ୍‌ (କ୍ରୋଏସିଆ), ୨୩ା୬ (ଏପି): ବୋର୍ନା କୋରିକ୍‌ ଦ୍ୱିତୀୟ ଟେନିସ ଖେଳାଳି ଭାବେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। କ୍ରୋଏସିଆରେ ଏକ ପ୍ରଦର୍ଶନୀ ଇଭେଣ୍ଟରେ ଅଂଶଗ୍ରହଣ...

ସୂର୍ଯ୍ୟକୁମାର-ଈଶାନ ବିଶ୍ୱକପ୍‌ ଟିମ୍‌ରେ ସ୍ଥାନ ପାଇବାକୁ ଯୋଗ୍ୟ ବୋଲି କହିଲେ ଏହି ଲୋକପ୍ରିୟ କ୍ରିକେଟର

ନୂଆଦିଲ୍ଲୀ,୨୫।୩: ଚଳିତ ବର୍ଷ ଶେଷରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଖେଳାଳି ଚୟନକୁ ନେଇ ଆଲୋଚନା ଜାରି ରହିଛି। ଏପରି ସମୟରେ ଭାରତର ପୂର୍ବ...

ବଡ଼ ଉପଲବ୍ଧି ହାସଲ କଲେ ହିଟ୍‌ମ୍ୟାନ୍‌

ପାଲେକେଲ୍‌,୫।୯:ଏସିଆ କପ ୨୦୨୩ର ପଞ୍ଚମ ମ୍ୟାଚରେ ଭାରତ ନେପାଳକୁ ୧୦ ଉଇକେଟରେ ପରାସ୍ତ କରିଛି। ଏହି ବିଜୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ...

ଭାରତୀୟ କୋଚ୍‌ ପଦ ଦୌଡ଼ରେ ଲାଲଚାନ୍ଦ ରାଜପୁତ

ମୁମ୍ବାଇ,୩୧।୭(ପିଟି)- ପୂର୍ବତନ ଭାରତୀୟ ତଥା ମୁମ୍ବାଇ ଓପନର ଲାଲଚାନ୍ଦ ରାଜପୁତ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ଲାଗି ଆବେଦନ କରିଛନ୍ତି। ତାଙ୍କ ବ୍ୟତୀତ ପୂର୍ବତନ...

ଇଣ୍ଡିଆନ ସୁପର ଲିଗ୍‌: ପରାଜୟରୁ ଓଡ଼ିଶା ଏଫ୍‌ସିର ଅଭିଯାନ

ଜାମସେଦପୁର,୨୩।୧୦: ଚଳିତ ହିରୋ ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ)ରେ ଓଡ଼ିଶା ଏଫ୍‌ସି ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଲିଗ୍‌ରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ଜାମସେଦପୁର ଏଫସି...

ଏସିଆ କପ ପୂର୍ବରୁ ପାକିସ୍ତାନ ଟିମରେ ଉତ୍ତେଜନା, ୧୫ରୁ ଅଧିକ ଖେଳାଳିଙ୍କୁ ନୋଟିସ…

ଇସଲାମାବାଦ,୧୬।୮ : ବାବର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଦଳ ଏସିଆ କପ ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଅଛନ୍ତି। ୩୦ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା...

Advertisement
Archives

Model This Week