Posted inଫୁରସତ

ବିଶ୍ୱର ସବୁଠୁ ଧନୀ ଜୁଆଡ଼ି, ଥରକେ ଜିତିଥିଲେ ୮୩ କୋଟି

ଓ୍ବାଶିଂଟନ୍‌: କୁହାଯାଏ, ଜୁଆ ଖେଳିଲେ ଲୋକେ ସର୍ବନାଶ ହୁଅନ୍ତି। ଅର୍ଥାତ୍‌ ସବୁ ସମ୍ପତ୍ତି ହରାଇ ବସନ୍ତି। ମାତ୍ର ଏମିତି ଜଣେ ଜୁଆଡ଼ି ଅଛନ୍ତି, ଯେ କି କୋଟିପତି। ଭାରତରେ ଜୁଆଖେଳକୁ ବେଆଇନ କୁହାଯାଇଥାଏ ମାତ୍ର ବିଶ୍ୱରେ ଅନେକ ଦେଶ ଅଛି, ଯେଉଁଠାରେ ଆଇନଗତ ଜୁଆଡ଼ି ଅଛନ୍ତି। ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେ କି, ବିଶ୍ୱର ସବୁଠାରୁ ଧନୀ ‘ଜୁଆଡ଼ି’ ଭାବରେ ପରିଗଣିତ। ଜୁଆ ଖେଳି ସେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଏହି କାରଣରୁ ତାଙ୍କୁ ‘ପୋକର କିଙ୍ଗ’ ମଧ୍ୟ କୁହାଯାଏ। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବ୍ୟକ୍ତି ହଲିଉଡର ଅନେକ ସୁପରହିଟ୍‌ ଫିଲ୍ମରେ ମଧ୍ୟ କାମ କରିଛନ୍ତି।


ଏହି ଯୁବକଙ୍କ ନାମ ହେଉଛି ଡାନ୍‌ ବିଲଜେରିୟାନ୍‌। ୩୯ ବର୍ଷୀୟ ଆମେରିକୀୟ ଏହି ଯୁବକଙ୍କ ଜୀବନରେ ପୂର୍ବରୁ ଅର୍ଥର ଅଭାବ ନ ଥିଲା, କାରଣ ତାଙ୍କ ପିତା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଏକ ସାକ୍ଷାତକାରରେ ଡାନ୍‌ କହିଥିଲେ, ତାଙ୍କ ପିଲାଦିନରେ କେହି ତାଙ୍କ ପ୍ରତି ବିଶେଷ ଧ୍ୟାନ ଦେଇ ନ ଥିଲେ, ତେଣୁ ସେ ଯାହା ଚାହୁଁଥିଲେ ତାହା କରୁଥିଲେ। ଥରେ ଡାନ୍‌ ମଧ୍ୟ ତାଙ୍କ ସ୍କୁଲରେ ବନ୍ଧୁକ ଧରି ଧରାପଡ଼ିଥିଲେ, ଯାହା ପରେ ତାଙ୍କୁ ସ୍କୁଲରୁ ବହିଷ୍କାର କରାଯାଇଥିଲା। ସେହି ବନ୍ଧୁକ ତାଙ୍କ ପିତାଙ୍କର ଥିଲା। ବିଦ୍ୟାଳୟରେ ସମସ୍ତଙ୍କୁ ଦେଖାଇବା ପାଇଁ ଡାନ୍‌ ବନ୍ଧୁକଟିକୁ ସ୍କୁଲ ନେଇଥିଲେ।
ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସେ ସାରା ବିଶ୍ୱରେ ବେଶ୍‌ ପରିଚିତ। ଲସ୍‌ଭେଗାସରେ ତାଙ୍କର ଏକ ଘର ଅଛି, ଯାହାର ମୂଲ୍ୟ ପ୍ରାୟ ୩୨କୋଟି ଟଙ୍କା। ଯେଉଁଠାରେ ସେ ଅଧିକାଂଶ ସମୟ ପାର୍ଟି କରିଥାନ୍ତି। ଗତବର୍ଷ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ପିନ୍ଧିଥିବା ଏକ ଘଣ୍ଟାର ମୂଲ୍ୟ ପ୍ରାୟ ୧.୩୬ କୋଟି ଟଙ୍କା ବୋଲି କୁହାଯାଇଥିଲା।


ବନ୍ଧୁକ ଏବଂ ବିଳାସପୂର୍ଣ୍ଣ ଗାଡ଼ିମୋଟରକୁ ଡାନ୍‌ ଖୁବ୍‌ ପସନ୍ଦ କରନ୍ତି। ଗୋଟିଏ ପରେ ଗୋଟିଏ ମହଙ୍ଗା ବନ୍ଧୁକ ଏବଂ ଗାଡ଼ି କିଣନ୍ତି। ସେ ଧନୀ ତଥା ଜଣାଶୁଣା ବ୍ୟକ୍ତିତ୍ୱ ହୋଇଥିବାରୁ ତାଙ୍କ ନିକଟରେ ଝିଅଙ୍କ ଲମ୍ବା ଧାଡ଼ି ମଧ୍ୟ ଲାଗେ। ସୋସିଆଲ ମିଡିଆରେ ତାଙ୍କର ଏପରି ଅନେକ ଫଟୋ ଅଛି, ଯେଉଁଥିରେ ତାଙ୍କ ଚତୁଃପାର୍ଶ୍ୱରେ ଝିଅମାନେ ଘେରି ରହିଛନ୍ତି। ଏହି କାରଣରୁ ତାଙ୍କୁ ‘ପ୍ଲେ ବୟ’ ମଧ୍ୟ କୁହାଯାଏ।


ତାଙ୍କ ନିକଟରେ ଦାମୀ ଘର, ଗାଡ଼ି ଆଦିର ଅଭାବ ନାହିଁ। ଏହି ସବୁ ସମ୍ପତ୍ତି ସେ କେବଳ ଜୁଆ ଖେଳି ରୋଜଗାର କରିଥିବା ଟଙ୍କାରେ କରିଛନ୍ତି। ଏପରିକି ଗୋଟିଏ ରାତିରେ ଜୁଆ ଖେଳି ସେ ୮୩ କୋଟି ଟଙ୍କା ରୋଜଗାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri