Posted inଫୁରସତ

ବିଶ୍ୱର ସବୁଠାରୁ ୫ସୁନ୍ଦର ମସ୍‌ଜିଦ୍‌

ମୁସ୍‌ଲିମ୍‌ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍‌। ଏହି ପର୍ବ ପାଳନ କରିବା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି। ଇଦ୍‌ ଦିନ ନୂଆ ନୂଆ ବସ୍ତ୍ର ପିନ୍ଧିବା ସହିତ ଲୋକମାନେ ମସ୍‌ଜିଦ୍‌ ଯାଇ ସମୂହ ପ୍ରାର୍ଥନା କରିଥାନ୍ତି। ନମାଜ ପଢ଼ି ସାରିବା ପରେ ଉଭୟ ପରସ୍ପରଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥାନ୍ତି। ତେବେ ସାରା ବିଶ୍ୱରେ ପ୍ରସିଦ୍ଧ ଓ ସୁନ୍ଦର ମସ୍‌ଜିଦ୍‌ ବିଷୟରେ ଆସନ୍ତୁ ଜାଣିବା।


ନୁର ଅସ୍ଥାନା ମସ୍‌ଜିଦ୍‌(କାଜିକସ୍ତାନ): କାଜିକସ୍ତାନର ନୁର ଅସ୍ଥାନା ମସ୍‌ଜିଦ୍‌ର ନିର୍ମାଣ ୨୦୦୮ରେ ହୋଇଥିଲା। ଏହି ମସ୍‌ଜିଦ୍‌କୁ ତିଆରି କରିବା ପାଇଁ କାଚର ବ୍ୟବହାର କରାଯାଇଛି। ଯାହା ଏହି ମସ୍‌ଜିଦ୍‌ର ଶୋଭା ଆହୁରି ବଢ଼ାଇ ଦେଇଛି। ଏହି ମସ୍‌ଜିଦ୍‌ର ରଙ୍ଗ ଗୋଲଡେନ ରହିଥିବା ବେଳେ ଏହା ସେଣ୍ଟ୍ରାଲ ଏସିଆର ସବୁଠାରୁ ବଡ଼ ମସ୍‌ଜିଦ୍‌ ବୋଲି ଜଣାଯାଏ।


ଶେଖ ଜାୟଦ ଗ୍ରାଣ୍ଡ ମସ୍‌ଜିଦ୍‌(ଆବୁ ଧାବି): ଶେଖ ଜାୟଦ ଆବୁ ଧାବି(ୟୁଏଇ)ର ସବୁଠାରୁ ବଡ଼ ମସ୍‌ଜିଦ୍‌। ମସ୍‌ଜିଦ୍‌ର ଗମ୍ବୁଜ ଏହାକୁ ଅଧିକ ଆକର୍ଷଣୀୟ କରିଛି। ଏହି ମସ୍‌ଜିଦ୍‌ରେ ପ୍ରାୟ ୮୨ଟି ଗମ୍ବୁଜ ରହିଛି। ୨୦୦୭ରେ ତିଆରି ହୋଇଥିବା ଏହି ମସ୍‌ଜିଦ୍‌ର ନିର୍ମାଣ ପାଇଁ ପ୍ରାୟ ୧୧ବର୍ଷ ଲାଗିଯାଇଥିଲା। ଏହାର ନିର୍ମାଣ ପାଇଁ ୬ଶହ ମିଲିୟନ ଡଲାର ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି।


ସୁଲତାନ ଅହମ୍ମଦ ମସ୍‌ଜିଦ୍‌(ଇସ୍ତାନବୁଲ): ଇସ୍ତାନବୁଲର ଏହି ମସ୍‌ଜିଦ୍‌କୁ ବ୍ଲୁ ମସ୍‌ଜିଦ୍‌ କୁହାଯାଏ। ଏହି ମସ୍‌ଜିଦ୍‌ର ଇତିହାସ ବହୁ ପୁରୁଣା। ଅଟୋମନ ଏମ୍ପାୟାର ଖିଲାଫତ୍‌ ଉସ୍‌ମାନିଆ ସମୟରେ ୧୬୦୯ରେ ଏହି ମସ୍‌ଜିଦ୍‌କୁ ତିଆରି କରାଯାଇଥିଲା। ମସ୍‌ଜିଦ୍‌ର ଗମ୍ବୁଜଗୁଡିକରେ ନୀଳ ରଙ୍ଗର ଟାଇଲ୍ସ ଲଗାଯାଇଛି। ଏହି କାରଣରୁ ଏହାକୁ ବ୍ଲୁ ମସ୍‌ଜିଦ୍‌ କୁହାଯାଏ।


ବାଦଶାହୀ ମସ୍‌ଜିଦ୍‌(ଲାହୋର): ବାଦଶାହୀ ମସ୍‌ଜିଦ୍‌ ପାକିସ୍ତାନର ଲାହୋରରେ ଅବସ୍ଥିତ। ଏହି ମସ୍‌ଜିଦ୍‌କୁ ୧୬୭୩ରେ ମୋଗଲ ସମ୍ରାଟ ଔରଙ୍ଗଜେବ ନିର୍ମାଣ କରିଥିଲେ। ଏହା ମୋଗଲ ସମୟର ସୌନ୍ଦର୍ଯ୍ୟ ଓ କାରୁକାର୍ଯ୍ୟର ପ୍ରମାଣ ଦିଏ। ଏହା ପାକିସ୍ତାନର ଦ୍ୱୀତିୟ ବଡ଼ ମସ୍‌ଜିଦ୍‌। ଏଥିରେ ଏକାସହ ୫୫ହଜାର ଲୋକ ନମାଜ ପାଠ ପଢ଼ିପାରିବେ।


ମସ୍‌ଜିଦ୍‌-ଇ-ନବଭିି(ସାଉଦି ଆରବ): ସାଉଦି ଆରବର ମଦିଦା ସହରରେ ମସ୍‌ଜିଦ୍‌-ଇ-ନବଭି ଅବସ୍ଥିତ। ଏହି ମସ୍‌ଜିଦ୍‌କୁ ବିଶ୍ୱର ସବୁଠାରୁ ସୁନ୍ଦର ମସ୍‌ଜିଦ୍‌ରେ ଗଣାଯାଏ। ଏହି ମସ୍‌ଜିଦ୍‌ରେ ପ୍ରାୟ ୧୦ଲକ୍ଷ ଲୋକ ଏକାସାଙ୍ଗରେ ନମାଜ ପାଠ ପଢ଼ିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଦେଶୀ ମଦଭାଟି ବନ୍ଦ ଦାବି ଜୋର୍‌ ଧରିଲା, ଜିଲାପାଳ-ଅବକାରୀ ଅଧୀକ୍ଷକଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଅବକାରୀ ଅଧୀନରେ ଥିବା ନୋଳିଆ ନୂଆଗାଁ ସରକାରୀ ଦେଶୀ ମଦଭାଟି ବନ୍ଦ କରିବା ଦାବି ନେଇ ଗୁରୁବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା…

Shukra Gochar: ୪ ରାଶିଙ୍କ ଅଯଥା ହେବ ଧନ ହାନୀ! ହଠାତ୍ ଚାକିରିରୁ ହେବେ ବିଦା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି, ଶୁକ୍ର ଗ୍ରହ ଉତ୍ତରାଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ସକାଳ ୪:୫୬ ସମୟରେ ହୋଇଥିବା ଶୁକ୍ରଙ୍କ ଏହି ଗୋଚର ଶୁଭ, କିନ୍ତୁ ଏପରି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲାପାଳ

ତୁଣ୍ଡଲା,୩୦ା୭(ପିରୋଜ କୁମାର ଦାଶ): ଦୀର୍ଘଦିନରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। କେସିଙ୍ଗା ବ୍ଲକର ବେଲଖଣ୍ଡି,…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

ଟେନସା,୩୦।୭(ସମୀର କୁମାର ପାଢୀ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ୍ ଅନ୍ତର୍ଗତ କାଦୋଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ଦ୍ବିପହର ୨ଟା ସମୟରେ ପାଇଖାନା…

‘ବ୍ରାହ୍ମ ମୁହୂର୍ତ୍ତ’ରେ ‘ରାମାୟଣ’ର ଟ୍ରେଲର ରିଲିଜ: ଚର୍ଚ୍ଚା ସାଉଁଟିଲେ ରଣବୀର

ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’ର ଟ୍ରେଲର ରିଲିଜ ହୋଇଛି। ନିର୍ମାତାମାନେ ଶୁଭ ‘ବ୍ରାହ୍ମ ମୁହୂର୍ତ୍ତ’ରେ ଟ୍ରେଲରକୁ ସାରା ବିଶ୍ୱରେ ଉନ୍ମୋଚନ କରିଛନ୍ତି। ଏହାକୁ…

ତେଲ-ଉତେଇ ନଦୀରେ ବନ୍ୟା:ଲୋକଙ୍କୁ ନଦୀକୁ ଯିବାକୁ ବାରଣ

କର୍ଲାମୁଣ୍ଡା,୩୦।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

‘CJPରେ ଯୋଗଦିଅ,୫୦ ହଜାର ମାସକୁ ପାଅ’! ସିନିୟର ମେମ୍ବର ହେବାକୁ…

ନୂଆଦିଲ୍ଲୀ,୩୦।୭: ‘କକ୍ରୋଚ୍ ଜନତା ପାର୍ଟି’ (CJP) ନାମରେ ସୋସିଆଲ ମିଡିଆରେ ଚାଲିଥିବା ଏକ କଥିତ ନକଲି ଅଭିଯାନ ସାମ୍ନାକୁ ଆସିଛି । ଯାହା ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସତର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri