ବିଶ୍ୱର ପ୍ରାୟ ୪୦ ସ୍ଥାନରେ ଏପର୍ଯ୍ୟନ୍ତ ମିଳିନାହାଁନ୍ତି ଜଣେ ବି କରୋନା ସଂକ୍ରମିତ!

ୱାଶିଂଟନ,୫ ।୪: କରୋନା ସଂକ୍ରମଣ ଏବେ ବିଶ୍ୱର ପ୍ରାୟ ୧୮୦ ଦେଶରେ ତା’ର କାୟା ବିସ୍ତାର କରିସାରିଥିବା ବେଳେ ଆମେରିକା ଭଳି ଶକ୍ତିଶାଳୀ ଦେଶ ବି କରୋନା ଆଗରେ ଯେମିତି ମୁଣ୍ଡ ନୁଆଇଁ ଦେଇଛି । ୟୁରୋପ ମଧ୍ୟ ଏବେ କରୋନାର ଆଉ ଏକ ଠିକଣା ପାଲଟି ଯାଇଛି । ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ସଂକ୍ରମଣ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଏମିତି କିଛି ସ୍ଥାନ ରହିଛି ଏପର୍ଯ୍ୟନ୍ତ ସେଠାରେ କୌଣସି ଗୋଟିଏ ବି କରୋନା ସଂକ୍ରମଣ ଦେଖାଯାଇ ନ ଥିବା କୁହାଯାଏ । ଆମେରିକାର ଜନ୍ ହପକିନ୍‌ସ ୟୁନିଭର୍ସିଟିର ଏକ ରିପୋର୍ଟରୁ ଏହା ଜଣାପଡିଛି । ଉକ୍ତ ରିପୋର୍ଟ ଅନୁଯାୟୀ ବିଶ୍ୱର ପ୍ରାୟ ୪୦ଟି ସ୍ଥାନରେ କୌଣସି କରୋନା ସଂକ୍ରମଣ ଦେଖାଯାଇନାହିଁ । ଏଥିମଧ୍ୟରେ ଜନବସତି ଅଞ୍ଚଳ, ଆଇଲ୍ୟାଣ୍ଡ ଓ ଘନ ଜଙ୍ଗଲ ଅଞ୍ଚଳ ରହିଛି ବୋଲି କୁହାଯାଇଛି । ପ୍ରଶାନ୍ତ ମହାସାଗରରେ ଥିବା ଦ୍ୱୀପ ତୁବାଲିରେ କେହି କରୋନା ସଂକ୍ରମିତ ନ ଥିବା ଉକ୍ତ ରିପୋର୍ଟ କହିଛି । ସେହିପରି ପୂର୍ବ ସୋଭିଏତ୍ ରିପବ୍ଲିକ୍ ଦେଶ ତୁର୍କମେନିସ୍ତାନରେ ମଧ୍ୟ କରୋନା ସଂକ୍ରମଣ ଦେଖାଯାଇ ନାହିଁ । ସେହିପରି ଆଦୌ ଜନବସତି ନ ଥିବା ଆଣ୍ଟାର୍କଟିକାରେ ମଧ୍ୟ କରୋନା ସଂକ୍ରମଣ ହୋଇ ନାହିଁ ବୋଲି କୁହାଯାଇଛି । ସେହିପରି ତାଜାକିସ୍ତାନ, ଟୋଙ୍ଗା, ୱେଷ୍ଟର୍ଣ୍ଣ ସାହାରା ଓ ୟମନରେ ଜଣେ ବି କରୋନା ସଂକ୍ରମଣ ହୋଇ ନ ଥିବା ଜଣାପଡିଛି । କାରଣ ସରକାରୀ ଭାବେ ଏଠାରେ କରୋନା ସଂକ୍ରମଣ ସମ୍ପର୍କରେ କୌଣସି ତଥ୍ୟ ଆସିନାହିଁ । ତେବେ ଉକ୍ତ ରିପୋର୍ଟ କହିଛି ଏହାର କାରଣ ହେଉଛି ଏସବୁ ସ୍ଥାନରେ ଜନସଂଖ୍ୟା ବହୁତ କମ୍ ଓ ଏହା ବିଶ୍ୱରୁ ଏକ ପ୍ରକାର ଅଲଗା ହୋଇ ରହିଛି । ଆଉ କେତେକ ସ୍ଥାନକୁ ବିମାନ ସେବା ନ ଥିବାରୁ ଓ ବାହାର ପର୍ଯ୍ୟଟକ ସହଜରେ ନ ପହଞ୍ଚିପାରିବାରୁ ଏଠାରେ କରୋନା ସଂକ୍ରମଣ ହୋଇନାହିଁ ବୋଲି କୁହାଯାଇଛି । ଉତ୍ତର କୋରିଆ ଓ ୟମନରେ କରୋନା ସଂକ୍ରମିତ ନ ମିଳିବା ପଛରେ କାରଣ ମଧ୍ୟ ରହିଛି । ଏବେବି ସେଠାରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବାରୁ କରୋନା ଉପରେ କାହାର ଧ୍ୟାନ ନାହିଁ ବୋଲି କୁହାଯାଉଛି । ଏହା ସହ କିଛି ଆଫ୍ରିକୀୟ ଦେଶରେ ମଧ୍ୟ କରୋନା ସଂକ୍ରମଣ ଦେଖିବାକୁ ମିଳିନାହିଁ । ଏହାର ଆଉ ଏକ କାରଣ ହେଉଛି ସେଠାରେ କରୋନା ଟେଷ୍ଟ ପାଇଁ କୌଣସି ସୁବିଧା ନ ଥିବାରୁ ଏଠାରେ ଏପର୍ଯ୍ୟନ୍ତ କରୋନାକୁ ନେଇ କେହି ସଂକ୍ରମିତ ହେବାର ଖବର ଆସିନାହିଁ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଆଇ କାର୍ଯ୍ୟାଳୟର ପାଚେରି ଭାଙ୍ଗିଲା, ସୁରକ୍ଷା ନେଇ ଚିନ୍ତା

କର୍ଲାମୁଣ୍ଡା,୧୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ରାଜସ୍ବ  ନିରୀକ୍ଷକ (ଆର୍‌.ଆଇ.) କାର୍ଯ୍ୟାଳୟର ପାଚେରିର ଏକ ବଡ଼ ଅଂଶ ଭାଙ୍ଗିପଡ଼ିଛି। ଫଳରେ କାର୍ଯ୍ୟାଳୟ ପରିସରର…

ଟ୍ରମ୍ପଙ୍କ ଧମକ ପରେ ଇରାନର ପ୍ରତିଆକ୍ରମଣ, କହିଲା ‘ଯଦି ଆମେରିକା ବିଶ୍ୱାସଘାତକତା କରେ, ତେବେ ପରିଣାମ ଭୋଗିବ’

ତେହରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ସହିତ ଯୁଦ୍ଧବିରତି ଶେଷ ଘୋଷଣା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ଏକ…

ଆରମ୍ଭ ହୋଇଛି କି ‘ଅପରେଶନ ଟାଇଗର-୩’? ଉଦ୍ଧବ ଗୋଷ୍ଠୀର ୧୦ ବିଧାୟକ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେଇପାରନ୍ତି

ମୁମ୍ବାଇ,୧୧।୦୭: ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ଘଟଣାକ୍ରମକୁ ନେଇ କଳ୍ପନାଜଳ୍ପନା ପୁଣି ଥରେ ତୀବ୍ର ହୋଇଛି। ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଗୋଷ୍ଠୀ ‘ଅପରେଶନ ଟାଇଗର-୩’ ପାଇଁ…

ଯନ୍ତ୍ରଣା ବଖାଣିଲେ ଦୀପିକା: ବାଥରୁମ୍‌ ପର୍ଯ୍ୟନ୍ତ ଯିବାକୁ…

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଆଜିକାଲି ଗର୍ଭବତୀ ଅଛନ୍ତି। ଖୁବ୍‌ଶୀଘ୍ର ସେ ଦ୍ୱିତୀୟ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଦୀପିକା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିୟମିତ ଭାବରେ…

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri