Advertisement

ବିଶ୍ୱବ୍ୟାଙ୍କ ନିର୍ଦ୍ଦେଶକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକସେବା ଭବନରେ ବିଶ୍ୱବ୍ୟାଙ୍କ ନିର୍ଦ୍ଦେଶକ(ଭାରତ) ଜୁନୈଦ କମାଲ୍‌ ଅହମ୍ମଦଙ୍କୁ ସାକ୍ଷାତ କରିଛନ୍ତି। ଅପରାହ୍ନରେ ହୋଇଥିବା ଏହି ସାକ୍ଷାତ୍‌କାର ସମୟରେ ଉଭୟଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ବିଶେଷ ଭାବେ ବିଶ୍ୱବ୍ୟାଙ୍କ୍‌ ସହଯୋଗରେ ଓଡ଼ିଶା ବିକାଶ ପ୍ରକ୍ରିୟା କିପରି ତ୍ୱରାନିତ ହେବ ସେ ନେଇ ଆଲୋଚନା କରାଯାଇଛି।
ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡିକର ଅଧିକ ଭାଗୀଦାରି, ଦାରିଦ୍ର୍ୟ ଦୂରୀକରଣ ଏବଂ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା କାର୍ଯ୍ୟକାରିତା ଉପରେ ରାଜ୍ୟ ପ୍ରଶାସନ ନେଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। ଦାରିଦ୍ର୍ୟ ଦୂରୀକରଣ ସହ ସାମାଜିକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପଞ୍ଜୀକରଣ ଉପରେ ଉଭୟ ଗୁରୁତ୍ୱ ଦେଇଥିଲେ। ବିଶ୍ୱବ୍ୟାଙ୍କ୍‌ର କଣ୍ଟ୍ରି ପାର୍ଟନରଶିପ୍‌ ଫ୍ରେମ୍‌ୱାର୍କ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟରେ କାମ ଚାଲୁଅଛି। ୨୦୧୮ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଆସନ୍ତା ୨୦୨୨ ଯାଏ ଚାଲିବ। ଏହି ସମୟ ମଧ୍ୟରେ କେଉଁ କ୍ଷେତ୍ରକୁ ବିଶ୍ୱବ୍ୟାଙ୍କ୍‌ର ଅଧିକ ଆବଶ୍ୟକତା ରହିଛି, ତାହା ନିରୂପଣ କରାଯାଇ କାର୍ଯ୍ୟ କରାଯିବ। ଏଥିପାଇଁ ବିଶ୍ୱବ୍ୟାଙ୍କ୍‌ ପକ୍ଷରୁ ରାପିଡ୍‌ ଷ୍ଟେଟ୍‌ ଡାଇଗ୍ନୋଷ୍ଟିକ୍‌ ଷ୍ଟଡି କରାଯାଇଥିଲା। ନବୀନ-ଜୁନେଦଙ୍କ ମଧ୍ୟରେ ହୋଇଥିବା ଏହି ସାକ୍ଷାତକାର ସମୟରେ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ଏବଂ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୀତି ପ୍ରଶାସକଙ୍କୁ ଭକ୍ତ ନିବାସ କର୍ମଚାରୀ ସଂଘର ଦାବିପତ୍ର: ଶ୍ରମ ଆଇନକୁ ଉଲ୍ଲଂଘନ କରୁଛି ଠିକା ସଂସ୍ଥା

ପୁରୀ ଅଫିସ, ୧୨।୧୦: ବିଭିନ୍ନ ଦାବି ନେଇ ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଶ୍ରୀମନ୍ଦିର ଭକ୍ତ ନିବାସ କର୍ମଚାରୀ ସଂଘ। ପରେ...

ବିଶ୍ୱ ଯୋଗ ଦିବସରେ ଈଶ୍ୱରଙ୍କ କଳାକୃତି: ପେନ୍‌ସିଲ ମୁନ୍‌ରେ ୧ ସେଣ୍ଟିମିଟର ଉଚ୍ଚ ଯୋଗ ପ୍ରତିକୃତି

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଉପଲକ୍ଷେ ଖୋର୍ଦ୍ଧା ଜିଲା ଜଟଣୀ ଗୋପିନାଥପୁରର ଶିଳ୍ପୀ ଏଲ୍‌.ଈଶ୍ୱର ରାଓ ପେନ୍‌ସିଲ ମୁନରେ ୧ ସେଣ୍ଟିମିଟର ଯୋଗ...

ଓଡ଼ିଶାରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର,୨୪।୫: ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାରେ ୮ ଲକ୍ଷ ୧୭ ହଜାର ୫୧୩ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ମିଳିବ।...

ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଗଲା ଜୀବନ

କଟକ ଅଫିସ୍‌,୮।୯: ବିଧାନସଭା ଆଗରେ ବୁଧବାର ହାତ କାଟି, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ...

ଭୁବନେଶ୍ୱରରୁ ଆଜି ୩୭ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୧୭

ଭୁବନେଶ୍ୱର,୧୭।୧୨(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୦...

ବଢିବ ଓମ୍‌ଫେଡ ଦର

ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜ୍ୟରେ ଓମ୍‌ଫେଡ କ୍ଷୀର ଦର ବୃଦ୍ଧି ପାଇବ । ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଚାଷୀଙ୍କ...

ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ସମ୍ବଲପୁର ଅଫିସ,୨୩।୧୧: ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ। ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ବତନ୍ତ୍ର ରାଜ୍ୟ, ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା, ସମ୍ବଲପୁରୀ...

‘ଅଭ୍ୟାସ’ର ସଫଳ ପରୀକ୍ଷଣ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଚାନ୍ଦିପୁର ଆଇଟିଆରରୁ ‘ଅଭ୍ୟାସ’ର ସଫଳ ପରୀକ୍ଷଣ ହୋଇଛି। ଏ ନେଇ ଡିଆରଡିଓକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ...

Advertisement
Archives

Model This Week