ବିଶ୍ୱକୁ ବିପଦ ବାଣିଜ୍ୟ ଯୁଦ୍ଧ

ଓସାକା,୨୯ା୬ (ପି.ଟି./ଆଇଏଏନ୍‌ଏସ୍‌): ଜାପାନର ଓସାକାରେ ଶୁକ୍ରବାର ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ବିଶ୍ୱ ଅର୍ଥନୀତି, ବହୁପାକ୍ଷିକ ବାଣିଜ୍ୟ ଓ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଛି। ଏହି ଦୁଇଦିନିଆ ସମ୍ମିଳନୀରେ ନିଯୁକ୍ତି, ମହିଳା ସଶକ୍ତୀକରଣ ଓ ସ୍ବାସ୍ଥ୍ୟସେବା ଆଦି ପ୍ରସଙ୍ଗ ନେଇ ମଧ୍ୟ ଆଲୋଚନା ହୋଇଛି। ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଜି-୨୦ ଅର୍ଥନୀତିର ନେତା ଓ ଅନ୍ୟ ପ୍ରତିନିଧିମାନଙ୍କୁ ସ୍ବାଗତ କରିଥିଲେ। ସମ୍ମିଳନୀକୁ ସମ୍ବୋଧିତ କରି ଆବେ କହିଥିଲେ, ସାମ୍ପ୍ରତିକ ବାଣିଜି୍ୟକ ପରିବେଶକୁ ନେଇ ସେ ଚିନ୍ତିତ। ମୁକ୍ତ ଓ ଭେଦଭାବରହିତ ବାଣିଜ୍ୟ ଉପରେ ଏକ କଡ଼ା ସନ୍ଦେଶ ଜରୁରୀ। ବିଶ୍ୱ ଅର୍ଥନୀତିକୁ ଆଗେଇ ନେବା ପାଇଁ ଆବଶ୍ୟକ ସମସ୍ତ ନୀତିକୁ ଜି-୨୦ ରାଷ୍ଟ୍ର ସମୂହ ଆପଣାଇବା ଦରକାର ବୋଲି ସେ ମତବ୍ୟକ୍ତ କରିଥିଲେ।
ଓ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଲାଗିରହିଥିବାବେଳେ ଏହାକୁ ହ୍ରାସ କରିବା ଉପରେ ଜି-୨୦ ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଛି। ଦୁଇଦେଶ ‘ଯେସାକୁ ତେସା’ ନ୍ୟାୟରେ ପରସ୍ପର ବିରୋଧରେ କଟକଣା ଜାରି କଲେ କୌଣସି ରାଷ୍ଟ୍ର ଏଥିରୁ ଲାଭବାନ ହେବେନାହିଁ। ତେଣୁ ଏହାର ତୁରନ୍ତ ସମାଧାନ କରାଯିବା ଉଚିତ। ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ଚାଇନା ପ୍ରତିପକ୍ଷ ଜି ଜିନ୍‌ପିଙ୍ଗ୍‌ ଶନିବାର ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରକାଶ ଯେ, ଓ୍ବାଶିଂଟନ ଓ ବେଜିଂ ମଧ୍ୟରେ ୨୦୧୮ରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ଯୋଗୁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି। ଏହାକୁ ନେଇ ଅନ୍ତର୍ଜାତୀୟ ସମୁଦାୟ ଚିନ୍ତାବ୍ୟକ୍ତ କରି ସମାଧାନର ପନ୍ଥା ବାହାର କରିବାକୁ ପରାମର୍ଶ ଦେଇଛନ୍ତି।
୧୯୯୯ରେ ପ୍ରତିଷ୍ଠିତ ଜି-୨୦ ହେଉଛି ଆର୍ଥିକ ପ୍ରସଙ୍ଗଗୁଡ଼ିକ ଉପରେ ସହଯୋଗ ବୃଦ୍ଧି ପାଇଁ ଏକ ଅନ୍ତର୍ଜାତୀୟ କେନ୍ଦ୍ରୀୟ ମଞ୍ଚ। ୟୁରୋପୀୟ ସଂଘ (ଇୟୁ) ଏବଂ ୧୯ଟି ରାଷ୍ଟ୍ର ଏହାର ସଦସ୍ୟ। ଏହି ରାଷ୍ଟ୍ରଗୁଡ଼ିକ ହେଲା ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚାଇନା, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, ରୁଷିଆ, ସୌଦି ଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ବ୍ରିଟେନ ଓ ଆମେରିକା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ସଙ୍କଟ ସୃଷ୍ଟି କଲା ଚାଇନା: ଚିନ୍ତାରେ ବିଶ୍ୱବାସୀ

ୱାଶିଂଟନ,୭।୫: ବିଶ୍ୱକୁ କରୋନା ମହାମାରୀ ଭିତରକୁ ଠେଲି ଦେଇଥିବା ଚାଇନା ମହାକାଶର ରାଜା ହେବା ଚକ୍କରରେ ଆଉ ଏକ ସଙ୍କଟ ସୃଷ୍ଟି କରିଛି। ଚାଇନା ଦ୍ୱାରା...

ନାଟୋ ସଦସ୍ୟତା ପାଇଁ ଆବେଦନ କରିବେ ଫିନ୍‌ଲାଣ୍ଡ, ସ୍ବିଡେନ୍‌

ବ୍ରସେଲ୍ସ,୨୫ା୪: ରୁଷିଆର ଧମକ ସତ୍ତ୍ୱେ ଫିନ୍‌ଲାଣ୍ଡ ଏବଂ ସ୍ବିଡେନ୍‌ ଆସନ୍ତା ମେ’ରେ ନାଟୋ ସଦସ୍ୟତା ପାଇଁ ଆବେଦନ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ୨୦୧୪ରେ...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ରୋକିବାରେ ଅସଫଳ ପାକିସ୍ତାନ: ଆମେରିକା ରିପୋର୍ଟ

ଓ୍ବାଶିଂଟନ,୨।୧୧: ପାକିସ୍ତାନ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ରୋକିବାରେ ଅସଫଳ ହୋଇଛି। ଏନେଇ ଆମେରିକା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଆମେରିକା ବହିର୍ବ୍ୟାପାର ବିଭାଗ ଦ୍ୱାରା...

ଜି-୭ ହେଲେ ଏକଜୁଟ, ରୁଷିଆରୁ ତେଲ ଆମଦାନୀ ବନ୍ଦ ନିଷ୍ପତ୍ତି…

ଲଣ୍ଡନ, ୯।୫ : ୟୁକ୍ରେନ ବିରୁଦ୍ଧରେ ରୁଷିଆର ଆକ୍ରମଣ ଜାରି ରହିଛି। ଅପରପକ୍ଷରେ, ଆମେରିକା, ଜର୍ମାନୀ ସମେତ ଅନେକ ଦେଶ ରୁଷିଆ ଯୁଦ୍ଧ ଶେଷ ନକରିବାରୁ...

୨୩୩ ବର୍ଷର ଇତିହାସରେ ପ୍ରଥମ: ହୋଚୁଲ୍‌ ନ୍ୟୁୟର୍କର ପ୍ରଥମ ମହିଳା ଗଭର୍ନର…

ନ୍ୟୁୟର୍କ,୧୧।୮: ନ୍ୟୁୟର୍କର ୨୩୩ ବର୍ଷର ଇତିହାସରେ ପ୍ରଥମ ଘଟଣା ଘଟିଛି। ଏଠାରେ ଶାସନ ଡୋର ପ୍ରଥମ ଥର ପାଇଁ ଜଣେ ମହିଳା ଗଭର୍ନରଙ୍କ ହାତକୁ ଯାଇଛି।...

ଜୁନ୍‌ ପର୍ଯ୍ୟନ୍ତ ପାକିସ୍ତାନକୁ ମହଲତ

ନୂଆଦିଲ୍ଲୀ, ୨୨ା୨: ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବନ୍ଦକରିବା ସହ ତୁରନ୍ତ ଏଫ୍‌ଏଟିଏଫ୍‌ (ଫାଇନାନ୍ସିଆଲ୍‌ ଆକ୍ସନ୍‌ ଟାସ୍କଫୋର୍ସ) ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶନାମା ପାଳନ କରିବାକୁ ପାକିସ୍ତାନକୁ ଚେତାବନୀ...

କାମଚଳା ସରକାର ଗଢ଼ିବ ତାଲିବାନ୍‌

କାବୁଲ, ୭ା୯: ପଞ୍ଜଶିର ଅକ୍ତିଆର ପରେ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ତାଲିବାନ୍‌ର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଖୁବ୍‌ଶୀଘ୍ର ସରକାରର ସମ୍ପୂର୍ଣ୍ଣ ରୂପରେଖ ସାମ୍‌ନାକୁ ଆସିବ।...

ଫେସ୍‌ବୁକ୍‌-ଇନଷ୍ଟାଗ୍ରାମ୍‌ ସେବା ବନ୍ଦ ହେବା ଆଶଙ୍କା ଘନେଇଲା…

ଓ୍ବାଶିଂଟନ, ୭।୨ : ଗତ ବର୍ଷ ଅକ୍ଟୋବରରେ ଫେସବୁକର ନାମ ପରିବର୍ତ୍ତନ କରାଯାଇଥିଲା, ଯାହା ପରେ କମ୍ପାନୀ ମେଟା ଭାବରେ ପରିଚିତି ହାସଲ କରିଥିଲା। ମେଟା...

Advertisement
Archives

Model This Week