Posted inଖେଳ

ବିଶ୍ୱକପ୍‌ ଲାଗି କେଦାର ଫିଟ୍‌

ମୁମ୍ବାଇ,୧୮।୫- ଭାରତୀୟ ଦଳର ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଓ କାମଚଳା ସ୍ପିନର କେଦାର ଯାଦବଙ୍କ ବିଶ୍ୱକପ୍‌ରେ ଖେଳିବା ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ହୋଇଛି। ତାଙ୍କୁ ଶନିବାର ଫିଟ୍‌ ଘୋଷିତ କରାଯାଇଛି। ଫଳରେ ଆସନ୍ତା ୨୨ ତାରିଖରେ ବଳକା ଭାରତୀୟ ଦଳର ଖେଳାଳିଙ୍କ ସହ ଲଣ୍ଡନ ଗସ୍ତ କରିବେ ବୋଲି ସ୍ପଷ୍ଟ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ୩୪ ବର୍ଷୀୟ ଅଲରାଉଣ୍ଡରଙ୍କ କାନ୍ଧରେ ଆଘାତ ଲାଗିଥିଲା। ଟିମ୍‌ ଇଣ୍ଡିଆ ଫିଜିଓ ପାର୍ଟିକ ଫରହାର୍ଟଙ୍କ ତତ୍ତ୍ୱାବଧାନରେ କେଦାର ସମ୍ପୂର୍ଣ୍ଣ ଫିଟ୍‌ନେସ ହାସଲ କରିଛନ୍ତି। ଏ ନେଇ ଫିଜିଓ ପାର୍ଟିକ ଫିଟନେସ ରିପୋର୍ଟ ଦାଖଲ କରିଛନ୍ତି। ଭାରତୀୟ ଦଳର ଫିଜିଓ ଓ କେଦାର ଗତ ସପ୍ତାହରେ ମୁମ୍ବାଇ ଏକ ପଞ୍ଚ ତାରକା ହୋଟେଲକୁ ଆସିଥିଲେ। ଏମ୍‌ସିଏର ବି.କେ.ସି. ଫାସିଲିଟରେ କିଛି ଟ୍ରେନିଂ ସେସନ ପରେ ଯାଦବ ଫିଟ୍‌ନେସ ଟେଷ୍ଟ ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ଯାଦବ ଏପର୍ଯ୍ୟନ୍ତ ୫୯ ଦିନିକିଆ ମ୍ୟାଚ୍‌ ଖେଳି ୪୩.୫୦ ଆଭରେଜରେ ୧୧୭୪ ରନ୍‌ କରିଛନ୍ତି। ତାଙ୍କ ଛୋଟିଆ କ୍ୟାରିୟରରେ ୨ ଶତକ ଓ ୫ ଅର୍ଦ୍ଧଶତକୀୟ ଇନିଂସ ରହିଛି। ବୋଲିଂରେ ମଧ୍ୟ ତାଙ୍କର ଦକ୍ଷତା ରହିଛି। ସେ ୩୪.୭୦ ହାରରେ ୨୭ ଉଇକେଟ ନେଇଛନ୍ତି। ଏଥିଯୋଗୁ ଭାରତୀୟ ଦଳର ସେ ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସ ପୂର୍ବରୁ ତୁର୍କୀରେ ଟ୍ରେନିଂ ନେବେ ନୀରଜ, ହିମା

ନୂଆଦିଲ୍ଲୀ, ୭।୪(ପି.ଟି.): ତାରକା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଓ ଧାବିକା ହିମା ଦାସଙ୍କ ସମେତ ଭାରତର ଶ୍ରେଷ୍ଠ କେତେଜଣ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥ୍‌ଲେଟ...

ଟୋକିଓ ଅଲିମ୍ପିକ୍ସ କାର୍ଯ୍ୟସୂଚୀ ଅପରିବର୍ତ୍ତିତ ରହିବ

ଟୋକିଓ,୧୮।୭(ଏପି): ଟୋକିଓ ଅଲିମ୍ପିକ୍ସର କାର୍ଯ୍ୟସୂଚୀ ପ୍ରାୟ ଅପରିବର୍ତ୍ତତ ରହିବ। ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଏହି ବିଳମ୍ବିତ ମେଗା ଇଭେଣ୍ଟର ୪୨ଟି ଭେନ୍ୟୁକୁ ସୁରକ୍ଷିତ ରଖାଯାଇଛି।...

ଆର୍‌ସିବିକୁ ଫେରିବେ ଡିଭିଲିୟର୍ସ

ବେଙ୍ଗାଲୁରୁ,୧୧।୫: ଆସନ୍ତାବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ଫେରିବେ ଦକ୍ଷିଣ ଆଫ୍ରିକା କ୍ରିକେଟର ସୁପରଷ୍ଟାର ଏବି ଡିଭିଲିୟର୍ସ । ନୂତନ ଭୂମିକା ସହ ଆରସିବି କ୍ୟାମ୍ପକୁ ସେ...

ବଢୁଛି ଧୋନୀଙ୍କ ଫାର୍ମହାଉସ ପରିବା ଚାହିଦା: ଏବେ ଷ୍ଟ୍ରବେରୀ ବିକି ରୋଜଗାର କଲେ…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ କୃଷକ ପାଲଟିଛନ୍ତି। ସେ ତାଙ୍କ ଫାର୍ମହାଉସରୁ ବିଭିନ୍ନ...

ପେନ୍‌ଙ୍କୁ ଜରିମାନା

ଦୁବାଇ,୧୧।୧(ପି.ଟି.): ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ସିଡ୍‌ନୀରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ଟେଷ୍ଟର...

ରିଷଭ ପନ୍ତଙ୍କ ପିଲାଳିଆମି ଯାଉନି

ରାଜକୋଟ,୮।୧୧- ନିଜର ଶଟ୍‌ ଚୟନ ନେଇ ସର୍ବଦା ସମାଲୋଚନାର ସମ୍ମୁଖୀନ ହେଉଥିବା ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବାଂଲାଦେଶ ବିପକ୍ଷରେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ...

ଓଡ଼ିଶା ବାଳିକା ଦଳକୁ ରୌପ୍ୟ

ଭୁବନେଶ୍ୱର, ୩୧ା୧୨(କ୍ରୀଡ଼ା ପ୍ରତିନିଧି): ପଶ୍ଚିମବଙ୍ଗରେ ଅନୁଷ୍ଠିତ ୪୧ତମ ଜାତୀୟ ଜୁନିୟର ଖୋ ଖୋ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଦଳ ରୌପ୍ୟ ପଦକ ହାସଲ କରିଛି। ଦୀର୍ଘବର୍ଷ...

ଐତିହାସିକ ମ୍ୟାଚ୍‌ରେ ଧୋନୀଙ୍କ ଭାଗରେ ପଡ଼ିଲାନି ଟସ୍‌

ଦୁବାଇ,୧୫।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣର ଫାଇନାଲରେ ଟସ୍‌ ଜିତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଧିନାୟକ ଇଆନ ମୋର୍ଗାନ ଟସ୍‌ ଜିତି...

Advertisement
Archives

Model This Week