Posted inଖେଳ

ବିଶ୍ୱକପ୍‌ କବାଡ଼ି ଚାମ୍ପିୟନଶିପ୍‌: ପାକିସ୍ତାନରେ ଅନୌପଚାରିକ ଭାରତୀୟ ଦଳ ପହଞ୍ଚିବା ନେଇ ବିବାଦ

ନୂଆଦିଲ୍ଲୀ,୧୦।୨(ପି.ଟି.)- ପାକିସ୍ତାନରେ ଆରମ୍ଭ ହୋଇଥିବା ବିଶ୍ୱ କବାଡ଼ି ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ଏକ ଅନୌପଚାରିକ ଭାରତୀୟ ଦଳ ସେଠାରେ ପହଞ୍ଚିବା ନେଇ ବିବାଦ ସୃଷ୍ଟି ହୋଇଛି। କ୍ରୀଡ଼ା ମନ୍ତ୍ରଣାଳୟ ଓ ଜାତୀୟ କବାଡ଼ି ଫେଡେରେଶନ କୌଣସି ଆଥ୍‌ଲେଟଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଫଳରେ ବିବାଦ ଆହୁରି ଘନେଇଛି।
ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଓ୍ବାଘା ବର୍ଡର ଦେଇ ଏହି ଭାରତୀୟ ଦଳ ଶନିବାର ଲାହୋର ପହଞ୍ଚିଥିଲା। ପାକିସ୍ତାନ ପ୍ରଥମଥର ପାଇଁ ଏହି ଇଭେଣ୍ଟ ଆୟୋଜନ କରିବାର ଅଧିକାର ପାଇଛି। ସୋସିଆଲ ମିଡିଆରେ ଭାରତୀୟ ଦଳ ଲାହୋର ପହଞ୍ଚିବାର ଭିଡିଓ ଭାଇରାଲ ହୋଇଛି। ଲାହୋରସ୍ଥିତ ପଞ୍ଜାବ ଫୁଟବଲ ଷ୍ଟାଡିୟମରେ ଏହି ଚାମ୍ପିୟନଶିପ୍‌ ସୋମବାରଠାରୁ ଆରମ୍ଭ ହୋଇଛି। ଏହାପରେ ଫୈସଲାବାଦ ଓ ଗୁଜରାଟ ଜିଲାରେ ମଧ୍ୟ କେତୋଟି ମ୍ୟାଚ୍‌ ଖେଳାଯାଇଛି ବୋଲି ସୂଚନା ମିଳିଛି।
ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ କୌଣସି ଆଥଲେଟଙ୍କୁ ସରକାର ଅନୁମତି ଦେଇନାହାନ୍ତି ବୋଲି କ୍ରୀଡ଼ା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦି ଆଡମିନିଷ୍ଟ୍ରେଟର ଅଫ୍‌ ଆମେଚର କବାଡ଼ି ଫେଡେରେଶନ ଅଫ୍‌ ଇଣ୍ଡିଆ (ଏକେଏଫ୍‌ଆଇ) ଅବସରପ୍ରାପ୍ତ ବିଚାରପତି ଏସ.ପି. ଗର୍ଗ ମଧ୍ୟ ସମାନ କଥା କହିଛନ୍ତି। ଏ ସଂକ୍ରାନ୍ତରେ ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେଣେ ପାକିସ୍ତାନ ପଞ୍ଜାବ କ୍ରୀଡ଼ା ମନ୍ତ୍ରୀ ରାଏ ତୈମୁର ଖାନ୍‌ ଭଟ୍ଟି ଭାରତୀୟ ଦଳକୁ ଲାହୋରର ଏକ ହୋଟେଲରେ ସ୍ବାଗତ ଜଣାଇଛନ୍ତି ବୋଲି କୁହାଯାଇଛି।
ଉଲ୍ଲେଖଥାଉ କି, ବିଶ୍ୱ କବାଡ଼ି ଚାମ୍ପିୟନଶିପ୍‌ର ସମସ୍ତ ୬ଟି ଯାକ ସଂସ୍କରଣ ୨୦୧୦ରୁ ୨୦୧୯ ମଧ୍ୟରେ ଭାରତରେ ଆୟୋଜିତ ହୋଇଥିଲା। ଭାରତ ସବୁ ୬ଟି ଯାକ ଚାମ୍ପିୟନଶିପ୍‌ରେ ଚାମ୍ପିୟନ ହୋଇଥିଲା। ଭାରତ ୨୦୧୦, ୨୦୧୨, ୨୦୧୩ ଓ ୨୦୧୪ରେ ପାକିସ୍ତାନକୁ ହରାଇ ବାଜି ମାରିଥିଲା। ଏହି ଇଭେଣ୍ଟରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଜର୍ମାନୀ, ଇରାନ, ଆଜାରବୈଜାନ, ସିଏରା ଲିଓନ, କେନିୟା ଓ କାନାଡ଼ା ଅଂଶଗ୍ରହଣ କରିଛନ୍ତି ବୋଲି ପାକିସ୍ତାନ ଆୟୋଜକମାନେ ସୂଚନା ଦେଇଛନ୍ତି। ଟୁର୍ନାମେଣ୍ଟର ଚାମ୍ପିୟନ ଦଳ ୧୦ ଓ ରନର୍ସଅପ୍‌ ଦଳ ୭.୫ ଲକ୍ଷ ଟଙ୍କା ପୁରସ୍କାର ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରେସ୍‌ ବେଳେ ଦୁର୍ଘଟଣା ଯୋଗୁ କୋମାରେ ସାଇକ୍ଲିଷ୍ଟ

ଓ୍ବାର୍‌ସ (ପୋଲାଣ୍ଡ), ୭ା୮ (ଏପି)-ଡଚ୍‌ ସାଇକ୍ଲିଷ୍ଟ ଫାବିଓ ଜାକବସେନ୍‌ ଏବେ କୋମା ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପୋଲାଣ୍ଡରେ ଚାଲିଥିବା ଟୁର୍‌ ଡି’ ପୋଲୋନେ ରେସ୍‌ର ଫାଇନାଲ...

ଇଣ୍ଡୋ- ପାକ୍‌ ମ୍ୟାଚ୍‌ ବିନା ଟେଷ୍ଟ ଚାମ୍ପିୟନଶିପ୍‌ର ମାନେ କିଛି ନାହିଁ

କରାଚୀ, ୧୮।୩ (ପି.ଟି.)- ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଆୟୋଜନ କରା ନ ଗଲେ ଅନ୍ତର୍ଜାତୀୟ କ୍ରିକେଟ...

ବିଷ୍ଣୁ, ଗଣପତି-ବରୁଣଙ୍କୁ ଅଲିମ୍ପିକ୍‌ ଯୋଗ୍ୟତା

ନୂଆଦିଲ୍ଲୀ, ୯।୪(ପି.ଟି.)-ଏକ ଐତିହାସିକ ଘଟଣା କ୍ରମରେ ପ୍ରଥମ ଥରପାଇଁ ଅଲିମ୍ପିକ୍ସରେ ୪ ଜଣ ଭାରତୀୟ ସେଲର ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଓମାନରେ ଏସୀୟ ଯୋଗ୍ୟତା ପର୍ଯ୍ୟାୟ...

୧୯ ବର୍ଷରୁ କମ୍‌ କ୍ରିକେଟ: ଜଇସ୍ବାଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ଭାରତ ସିରିଜ ବିଜୟୀ

ଇଷ୍ଟ ଲଣ୍ଡନ, ୨୮ା୧୨ (ପି.ଟି.)- ସ୍ଥାନୀୟ ବଫାଲୋ ପାର୍କଠାରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଯୁବ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଯଶସ୍ବୀ ଜଇସ୍ବାଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ...

ଇଣ୍ଡିଆନ୍‌ ସୁପର୍‌ ଲିଗ୍‌: ଲଢ଼େଇ କରି ହାରିଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୩୦।୧ (ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ସିଜନର ୬୯ତମ ମ୍ୟାଚ୍‌ରେ ଏଫ୍‌ସି ଗୋଆ ୪-୨...

ରଣ୍‌ଜୀ ଟ୍ରଫିରେ ପ୍ରଥମଥର ବ୍ୟବହାର ହେବ ଡିଆର୍‌ଏସ୍‌

ରାଜକୋଟ୍‌, ୨୫।୨ (ପି.ଟି.)- ଭାରତୀୟ ଘରୋଇ କ୍ରିକେଟ୍‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ରିକେଟ୍‌ ପ୍ରତିଯୋଗିତା ରଣ୍‌ଜୀ ଟ୍ରଫିରେ ପ୍ରଥମ ଥର ଲାଗି ଡିସିସନ ରିଭ୍ୟୁ ସିଷ୍ଟମ (ଡିଆର୍‌ଏସ୍‌)...

ସରିଲା ଫିଫା ବିଶ୍ୱକପ୍‌: ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର

ଦୋହା,୧୯।୧୨:ଫିଫା ବିଶ୍ୱକପ୍‌ର ଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ପରାସ୍ତ କରି ଟ୍ରଫି ଜିତିଛି। ମ୍ୟାଚରେ ଅନେକ ରୋମାଞ୍ଚକର ମୁହୂର୍ତ୍ତ ଥିଲା। ପ୍ରଥମାର୍ଦ୍ଧରେ ୧-୦ରେ...

ଟେଷ୍ଟ କ୍ୟାରିୟରରେ ଅଧିନାୟକ ଭାବେ ବିରାଟଙ୍କ ସହ ପ୍ରଥମ ଥର ଘଟିଲା ଏପରି: ଶେଷ ହେଲା..

ଆଡିଲେଡ,୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଜିତି ସ୍ବଦେଶ ଫେରିବାକୁ ଆଶା ରଖିଥିଲେ ଅଧିନାୟକ ବିରାଟ କୋହଲି। ହେଲେ ତାହା ହୋଇପାରିଲା ନାହିଁ। ବିରାଟଙ୍କ...

Advertisement
Archives

Model This Week