Posted inଖେଳ

ବିଶ୍ୱକପ୍‌ କବାଡ଼ି ଚାମ୍ପିୟନଶିପ୍‌: ପାକିସ୍ତାନରେ ଅନୌପଚାରିକ ଭାରତୀୟ ଦଳ ପହଞ୍ଚିବା ନେଇ ବିବାଦ

ନୂଆଦିଲ୍ଲୀ,୧୦।୨(ପି.ଟି.)- ପାକିସ୍ତାନରେ ଆରମ୍ଭ ହୋଇଥିବା ବିଶ୍ୱ କବାଡ଼ି ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ଏକ ଅନୌପଚାରିକ ଭାରତୀୟ ଦଳ ସେଠାରେ ପହଞ୍ଚିବା ନେଇ ବିବାଦ ସୃଷ୍ଟି ହୋଇଛି। କ୍ରୀଡ଼ା ମନ୍ତ୍ରଣାଳୟ ଓ ଜାତୀୟ କବାଡ଼ି ଫେଡେରେଶନ କୌଣସି ଆଥ୍‌ଲେଟଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଫଳରେ ବିବାଦ ଆହୁରି ଘନେଇଛି।
ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଓ୍ବାଘା ବର୍ଡର ଦେଇ ଏହି ଭାରତୀୟ ଦଳ ଶନିବାର ଲାହୋର ପହଞ୍ଚିଥିଲା। ପାକିସ୍ତାନ ପ୍ରଥମଥର ପାଇଁ ଏହି ଇଭେଣ୍ଟ ଆୟୋଜନ କରିବାର ଅଧିକାର ପାଇଛି। ସୋସିଆଲ ମିଡିଆରେ ଭାରତୀୟ ଦଳ ଲାହୋର ପହଞ୍ଚିବାର ଭିଡିଓ ଭାଇରାଲ ହୋଇଛି। ଲାହୋରସ୍ଥିତ ପଞ୍ଜାବ ଫୁଟବଲ ଷ୍ଟାଡିୟମରେ ଏହି ଚାମ୍ପିୟନଶିପ୍‌ ସୋମବାରଠାରୁ ଆରମ୍ଭ ହୋଇଛି। ଏହାପରେ ଫୈସଲାବାଦ ଓ ଗୁଜରାଟ ଜିଲାରେ ମଧ୍ୟ କେତୋଟି ମ୍ୟାଚ୍‌ ଖେଳାଯାଇଛି ବୋଲି ସୂଚନା ମିଳିଛି।
ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ କୌଣସି ଆଥଲେଟଙ୍କୁ ସରକାର ଅନୁମତି ଦେଇନାହାନ୍ତି ବୋଲି କ୍ରୀଡ଼ା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦି ଆଡମିନିଷ୍ଟ୍ରେଟର ଅଫ୍‌ ଆମେଚର କବାଡ଼ି ଫେଡେରେଶନ ଅଫ୍‌ ଇଣ୍ଡିଆ (ଏକେଏଫ୍‌ଆଇ) ଅବସରପ୍ରାପ୍ତ ବିଚାରପତି ଏସ.ପି. ଗର୍ଗ ମଧ୍ୟ ସମାନ କଥା କହିଛନ୍ତି। ଏ ସଂକ୍ରାନ୍ତରେ ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେଣେ ପାକିସ୍ତାନ ପଞ୍ଜାବ କ୍ରୀଡ଼ା ମନ୍ତ୍ରୀ ରାଏ ତୈମୁର ଖାନ୍‌ ଭଟ୍ଟି ଭାରତୀୟ ଦଳକୁ ଲାହୋରର ଏକ ହୋଟେଲରେ ସ୍ବାଗତ ଜଣାଇଛନ୍ତି ବୋଲି କୁହାଯାଇଛି।
ଉଲ୍ଲେଖଥାଉ କି, ବିଶ୍ୱ କବାଡ଼ି ଚାମ୍ପିୟନଶିପ୍‌ର ସମସ୍ତ ୬ଟି ଯାକ ସଂସ୍କରଣ ୨୦୧୦ରୁ ୨୦୧୯ ମଧ୍ୟରେ ଭାରତରେ ଆୟୋଜିତ ହୋଇଥିଲା। ଭାରତ ସବୁ ୬ଟି ଯାକ ଚାମ୍ପିୟନଶିପ୍‌ରେ ଚାମ୍ପିୟନ ହୋଇଥିଲା। ଭାରତ ୨୦୧୦, ୨୦୧୨, ୨୦୧୩ ଓ ୨୦୧୪ରେ ପାକିସ୍ତାନକୁ ହରାଇ ବାଜି ମାରିଥିଲା। ଏହି ଇଭେଣ୍ଟରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଜର୍ମାନୀ, ଇରାନ, ଆଜାରବୈଜାନ, ସିଏରା ଲିଓନ, କେନିୟା ଓ କାନାଡ଼ା ଅଂଶଗ୍ରହଣ କରିଛନ୍ତି ବୋଲି ପାକିସ୍ତାନ ଆୟୋଜକମାନେ ସୂଚନା ଦେଇଛନ୍ତି। ଟୁର୍ନାମେଣ୍ଟର ଚାମ୍ପିୟନ ଦଳ ୧୦ ଓ ରନର୍ସଅପ୍‌ ଦଳ ୭.୫ ଲକ୍ଷ ଟଙ୍କା ପୁରସ୍କାର ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri