ବିଳମ୍ବରେ ଚେତିଲା ପୌରପାଳିକା:ବେଆଇନ ପୋଷ୍ଟର କାଟିଲା, ସଂସ୍ଥାକୁ ତାଗିଦ

ଅନୁଗୋଳ ଅଫିସ, ୧୫।୧୨

ବିଳମ୍ବରେ ଚେତିଛି ଅନୁଗୋଳ ପୌରପାଳିକା। ସହରର ଗଳି କନ୍ଦିରେ ଲାଗିଥିବା ବେଆଇନ ପୋଷ୍ଟର ଓ ହୋର୍ଡିଂ କାଟିବା କାର୍ଯ୍ୟ ଶନିବାର ପୌରସଂସ୍ଥା ପକ୍ଷରୁ ଆରମ୍ଭ କରାଯାଇଛି। ଏପରି ଅଭିଯାନ ଆଗକୁ ଜାରି ରହିବ ବୋଲି ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ତେବେ ହୋର୍ଡିଂ କାଟିବା ସମୟରେ ଏହାକୁ ଲଗାଇବା ଦାୟିତ୍ୱରେ ଥିବା ଠିକାସଂସ୍ଥା ସହ କିଛି ସମୟ ପାଇଁ ତୁ ତୁ ମେ ମେ ହୋଇଥିଲା। ତଥାପି ପୌର କର୍ତ୍ତୃପକ୍ଷ ଉକ୍ତ ଠିକା ସଂସ୍ଥାକୁ ତାଗିଦ୍‌ କରିଥିବା ଜଣାପଡ଼ିଛି।
ଅନୁଗୋଳ ପୌରପାଳିକାରେ ହୋଡିଂ ଓ ରାସ୍ତା ମଝିରେ ଥିବା ଷ୍ଟ୍ରିଟ ଲାଇଟ୍‌ ଖୁଣ୍ଟରେ ବିଜ୍ଞାପନ ଲଗାଇବାକୁ ଟେଣ୍ଡର ପ୍ରଦାନ କରାଯାଇଛି। ପୌରପାଳିକାର ୫୪ ସ୍ଥାନରେ ମୋଟ୍‌ ୧୨ ହଜାର ୫ଶହ ବର୍ଗ ଫୁଟରେ ହୋର୍ଡିଂ ଲଗାଇବାକୁ ଅନୁମତି ପ୍ରଦାନ କରାଯାଇଛି। ଏଥିସହ ୧୭୦ଟି ଷ୍ଟ୍ରିଟ ଲାଇଟ୍‌ ଖୁଣ୍ଟରେ ମଧ୍ୟ ବିଜ୍ଞାପନ ଲଗାଇବାକୁ ପୌରପାଳିକା ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଏ ନେଇ ବାର୍ଷିକ ୯ଲକ୍ଷ ୭୪ ହଜାର ଟଙ୍କାରେ ଟେଣ୍ଡର ପ୍ରଦାନ କରାଯାଇଛି। କିନ୍ତୁ ଏହି ସ୍ଥାନ ଗୁଡ଼ିକ ବ୍ୟତୀତ ଉକ୍ତ ଠିକା ସଂସ୍ଥା ଓ କିଛି ଘରୋଇ ସଂସ୍ଥା ସହରର ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗାଇଥିଲେ। ଏ ନେଇ ଅଭିଯୋଗ ଆସିବା ପରେ ଉଚ୍ଛେଦ କରିବାକୁ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଓ ଚିତ୍ତରଞ୍ଜନ ପଧାନଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଶନିବାର ସକାଳୁ କାର୍ଯ୍ୟ ଆରମ୍ଭ କରିଥିଲେ। ସହରର ଥାନା ଛକ, ବ୍ଲକ ସମ୍ମୁଖ, ବୁଢ଼ୀ ଠାକୁରାଣୀ ଛକ, ଅନୁଗୋଳ ହାଇସ୍କୁଲ ସମ୍ମୁଖରେ ହୋର୍ଡିଂ କାଟିଥିଲେ। ଏହି ସମୟରେ ଟେଣ୍ଡର ନେଇଥିବା ସଂସ୍ଥା ପକ୍ଷରୁ ବିରୋଧ କରାଯାଇଥିଲା। ତେବେ ବେଆଇନ୍‌ ଭାବେ ହୋର୍ଡିଂ ଲଗାଯାଇଥିବାରୁ କଟାଯାଉଥିବା ନିର୍ବାହୀ ଅଧିକାରୀ ପଣ୍ଡା ଟେଣ୍ଡର ନେଇଥିବା ସଂସ୍ଥାକୁ କହିଥିଲେ।
ଏ ନେଇ ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ବେଆଇନ୍‌ ହୋର୍ଡିଂ କଟାଯିବା ଅଭିଯାନ ଆରମ୍ଭ ହୋଇଛି। ସହରର ଯେଉଁ ସ୍ଥାନିଗୁଡ଼ିକ ହୋର୍ଡିଂ ପାଇଁ ଚିହ୍ନଟ କରାଯାଇଛି, ସେଠାରେ ହୋର୍ଡିଂ ଲଗାଯିବ। ଯେଉଁଗୁଡ଼ିକ ଚିହ୍ନଟ ହୋଇନାହିଁ ସେଠାରେ ହୋର୍ଡିଂ ଲାଗିଲେ କଟାଯିବା ସହ ଜରିମାନା ଆଦାୟ ହେବ ବୋଲି ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାର ଦେଇପାରୁନି କୌଳିକ ବୃତ୍ତି: ବେଉସାରେ ବାଧକ କରୋନା

ଛେଣ୍ଡିପଦା, ୨୪।୫(ସ୍ବ.ପ୍ର.)- କୌଳିକ ବୃତ୍ତି ଉପରେ ନିର୍ଭର କରି ଆଉ ଚଳିହେଉନି। ଅନ୍ୟ ସମୟ କଥା ଥିଲା ଅଲଗା। ହେଲେ ବର୍ତ୍ତମାନର କରୋନା କଟକଣା କମାର,...

ଶୌଚ ସ୍ଥାନରେ ସାମଗ୍ରୀ

ଛେଣ୍ଡିପଦା,୧୦ା୭ (ସ୍ବ.ପ୍ର.) ସ୍ବଚ୍ଛ ଭାରତ ଯୋଜନାରେ ଗାଁ ଗାଁରେ ନିର୍ମାଣ ହେଉଛି ପାଇଖାନା। ଖୋଲାସ୍ଥାନ ପରିବର୍ତ୍ତେ ଶୌଚାଳୟରେ ଶୌଚ ହେବାକୁ କରାଯାଉଛି ସଚେତନ। ଶତପ୍ରତିଶତ ଲୋକେ...

ସହାୟତା ଡେସ୍କରୁ ମିଳୁନି ସହଯୋଗ

ଅନୁଗୋଳ ଅଫିସ, ୩୦।୧୧: ମେଡିକାଲ ଆସିଥିବା ରୋଗୀଟିଏ ଉପଯୁକ୍ତ ଚିକିତ୍ସା ସେବା ପାଇପାରୁ ନ ଥିବା ଅନେକ ସମୟରେ ଦେଖାଯାଇଥାଏ। ଏପରି କି ବିଭାଗୀୟ ଡାକ୍ତରଙ୍କ ନିକଟରେ...

ଅନୁଗୋଳ ଏନ୍‌କ୍ଲେଭର ଶିଳାନ୍ୟାସ: ୨ ପର୍ଯ୍ୟାୟରେ ନିର୍ମାଣ ହେବ ୬୧୩ ଘର

ଅନୁଗୋଳ ଅଫିସ, ୩୧ା୧୦ – ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ପକ୍ଷରୁ ଅନୁଗୋଳ ଏନ୍‌କ୍ଲେଭର ଶିଳାନ୍ୟାସ କରାଯାଇଛି। ବୁଧବାର...

ପୋଲିସ କରୁଛି ପାତରଅନ୍ତର

ଅନୁଗୋଳ ଅଫିସ, ୧୦।୫ – ଗ୍ରୀନ୍‌ ଜୋନ୍‌ରେ ଥିବା ଅନୁଗୋଳ ଜିଲାରେ କଟକଣାକୁ କୋହଳ କରାଯାଇଛି। ଦୋକାନ ବଜାର ଖୋଲିଥିବାରୁ ଗ୍ରାମାଞ୍ଚଳରୁ ଲୋକେ ବଜାରକୁ ଆସି...

ଦୋଳ ଉତ୍ସବରେ ବାଦଦଣ୍ଡ ପ୍ରତିଯୋଗିତା

ବନ୍ତଳା, ୯ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମରେ ସୋମବାର ଦୋଳ ଉତ୍ସବ ମହାସମାରୋହରେ ପାଳିତ ହେଉଛି। ରାଧାକୃଷ୍ଣ ସ୍ବତନ୍ତ୍ର ବିମାନରେ ଏକ ବିରାଟ...

ସୁରକ୍ଷିତ ନୁହେଁ ସୁରକ୍ଷା ବ୍ୟବସ୍ଥା

ଅନୁଗୋଳ ଅଫିସ, ୩ା୯ ପୁଣି ପଦାରେ ପଡ଼ିଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥା। ପୂର୍ବରୁ ଡାକ୍ତରଖାନା ମଧ୍ୟରୁ ବିଭିନ୍ନ ସାମଗ୍ରୀ ଚୋରି ହେଉଥିବାବେଳେ...

ସହରରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ଅନୁଗୋଳ ଅଫିସ,୪ା୬ – ଅନୁଗୋଳ ପୋଲିସ ପକ୍ଷରୁ ବୁଧବାର ସହରରେ ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା। ଏହି ସମୟରେ ଅନ୍‌ଲକ୍‌-୧ ନିୟମ ଅବମାନନା କରିଥିବା କେତେଜଣ ଦୋକାନୀଙ୍କ ବିରୋଧରେ...

Advertisement


Archives

Model This Week