Posted inଖେଳ

ବିରାଟ ୧୦୦ ଶତକ ରେକର୍ଡ ଭାଙ୍ଗିଲେ ତାଙ୍କ ସହ ସ୍ୟାମ୍ପେନ୍‌ ଶେୟାର୍‌ କରିବି କହିଲେ ସଚିନ୍‌

ତ୍ରିନିଦାଦ,୧୩।୮- ସ୍ଥାନୀୟ ପୋର୍ଟ ଅଫ ସ୍ପେନଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲି କ୍ୟାରିୟରର ୪୨ତମ ଶତକ ହାସଲ କରିଛନ୍ତି। ବିରାଟଙ୍କ ଏହି ଶତକ ଫଳରେ ଅନ୍ତର୍ଜାତୀୟ ମ୍ୟାଚରେ ତାଙ୍କ ଶତକ ସଂଖ୍ୟା ୬୭ରେ ପହଞ୍ଚିଛି। ଖୁବଶୀଘ୍ର ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ତମ ଶତକ ଆଡକୁ ଅଗ୍ରସର ହେଉଛନ୍ତି। ଏକଦିବସୀୟ ମ୍ୟାଚରେ ବିରାଟଙ୍କ ୪୧ତମ ଶତକ ପରେ ସଚିନ୍‌ କହିଛନ୍ତି, ବିରାଟ ଯଦି ମୋ ୧୦୦ତମ ଶତକ ରେକର୍ଡ ଭାଙ୍ଗନ୍ତି ତେବେ ତାଙ୍କ ସହ ସ୍ୟାମ୍ପେନ୍‌ ଶେୟାର୍‌ କରିବି। ସୂଚନାଯୋଗ୍ୟ, କୋହଲି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ୧୨୫ ବଲରୁ ୧୨୦ ରନର ଇନିଂସ ଖେଳିଥିଲେ। ଏହା ଥିଲା ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ୮ମ ଶତକ। ଫଳରେ ସେ ବିଶ୍ୱର ପ୍ରଥମ ଖେଳାଳି ଭାବେ ତିନି ଭିନ୍ନ ଭିନ୍ନ ଦେଶ ବିପକ୍ଷରେ ୮ କିମ୍ବା ତା’ଠାରୁ ଊର୍ଦ୍ଧ୍ୱ ସଂଖ୍ୟକ ଶତକ ଲଗାଇବାର ରେକର୍ଡ ନିଜ ନାମରେ କରିଛନ୍ତି। ଭାରତୀୟ ଅଧିନାୟକ ପୂର୍ବରୁ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିପକ୍ଷରେ ୮ ଲେଖାଏ ଶତକ ଲଗାଇସାରିଛନ୍ତି। ଏହି ରେକର୍ଡ ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ସେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ବିପକ୍ଷରେ ୯ ଲେଖାଏ ଶତକୀୟ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲାଙ୍କାଶାୟାର ଦଳରୁ ଖେଳିବେ ଶ୍ରେୟାସ ଆୟାର

ମାଞ୍ଚେଷ୍ଟର, ୨୩ା୩ (ପି.ଟି.)- ରୟାଲ ଲଣ୍ଡନ କପ୍‌ ୨୦୨୧ ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ ଶେୟାସ ଆୟାର ଲାଙ୍କାଶାୟାର କ୍ରିକେଟ ଦଳରେ ଯୋଗ ଦେଇଛନ୍ତି। କାଉଣ୍ଟି କ୍ଲବ...

ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଶୁକ୍ରାବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ବିସିସିଆଇ ଟୁଇଟ୍‌ ଯୋଗେ ୧୮...

ମନୁଙ୍କ ପିସ୍ତଲରେ ତ୍ରୁଟି :ମୋରିନିର ନିଃସର୍ତ୍ତମୂଳକ କ୍ଷମା ପ୍ରାର୍ଥନା

ନୂଆଦିଲ୍ଲୀ, ୩୧ା୭ (ପି.ଟି.): ଭାରତୀୟ ଶୁଟିଂ ଟିମ୍‌ର କଥାରେ ସୁଇଜରଲାଣ୍ଡର ଏକ ବନ୍ଧୁକ ତିଆରି କରୁଥିବା କମ୍ପାନୀ ମୋରିନି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆକୁ...

ବାରବାଟୀ ମ୍ୟାଚର ଗୁରୁତ୍ୱ ବଢ଼ିଲା

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ...

ଟି୨୦ ସିରିଜ ହାରିଲା ଭାରତୀୟ ମହିଳା ଦଳ

ଚେଲମ୍ସଫର୍ଡ,୧୬।୭: ଭାରତ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୮ ଉଇକେଟରେ ବିଜୟୀ ହୋଇଛି। ଓପନର ଡ୍ୟାନି ହ୍ବେଟ୍‌ଙ୍କ ଅପରାଜିତ ୮୯ ରନ...

କୋଲକାତାକୁ ହରାଇଲା ମୁମ୍ବାଇ

ଆବୁଧାବି, ୨୪।୯- ଅଧିନାୟକ ରୋହିତ ଶର୍ମାଙ୍କ ଦ୍ରୁତ ଅର୍ଦ୍ଧଶତକ ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ବୁଧବାର...

ନିଆରା ଢଙ୍ଗରେ ରାଜସ୍ଥାନ ରୟାଲ୍ସ:ଜର୍ସି ଉନ୍ମୋଚିତ

ଦୁବାଇ, ୧୧ା୯: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ସ୍କାଏ-ଡାଇଭିଂ ଷ୍ଟଣ୍ଟ୍‌ ଜରିଆରେ ଏକ ଅଭିନବ ଢଙ୍ଗରେ ଏହାର ଜର୍ସି ଉନ୍ମୋଚନ କରିଛି।...

ବିରାଟ କୋହଲିଙ୍କୁ ପଛରେ ପକାଇଲେ ୨୦ ବର୍ଷୀୟ ଏହି ଖେଳାଳି

ବେଙ୍ଗାଲୁରୁ,୮।୩: କର୍ନାଟକର ବାମହାତୀ ବ୍ୟାଟ୍ସମ୍ୟାନ ଦେବଦତ୍ତ ପଡିକଲ ଲିଷ୍ଟ ଏ ଟୁର୍ନାମେଣ୍ଟରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସୋମବାର ବିଜୟ ହଜାରେ ଟ୍ରଫିର ଏକ...

Advertisement


Archives

Model This Week