Posted inଖେଳ

ବିରାଟ କୋହଲିଙ୍କଠାରୁ ଅଧିକ ପାରିଶ୍ରମିକ ପାଆନ୍ତି ଏହି ଦେଶର ଅଧିନାୟକ

ଯଦି କୌଣସି କ୍ରିକେଟର ଦେଶକୁ ପ୍ରତିନିଧିତ୍ୱ କରନ୍ତି ତେବେ ରାତାରାତି ସେ ଷ୍ଟାର ପାଲଟିଯାନ୍ତି। ସରକାରୀ ଚାକିରି ସହ ମୋଟା ଅଙ୍କରେ ସେମାନଙ୍କୁ ପାରିଶ୍ରମିକ ମିଳିଥାଏ। ଅନ୍ତର୍ଜାତୀୟ ସ୍ତରରେ କ୍ରିକେଟ ଅଧିନାୟକଙ୍କ ପାରିଶ୍ରମିକ  ଅନ୍ୟ ଖେଳାଳିଙ୍କ ଅପେକ୍ଷା ଅଧିକ ଥାଏ। ତେବେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରୁଥିବା ଅଧିନାୟକଙ୍କ ପାରିଶ୍ରମିକ ବିଷୟରେ ଜାଣନ୍ତୁ।

ତିମୁଥ କରୁଣାରତ୍ନେ ଏବଂ ଲାସିଥ ମାଲିଙ୍ଗା(ଶ୍ରୀଲଙ୍କା)
ଅନ୍ୟ କ୍ରିକେଟ ବୋର୍ଡ ତୁଳନାରେ ଶ୍ରୀଲଙ୍କା କ୍ରିକେଟରଙ୍କୁ ଅପେକ୍ଷାକୃତ କମ୍‌ ପାରିଶ୍ରମିକ ମିଳିଥାଏ। ଏକଦିବସୀୟ ଏବଂ ଟେଷ୍ଟରେ ଦେଶକୁ ପ୍ରତିନିଧିତ୍ୱ କରୁଥିବା ତିମୁଥ କରୁଣାରତ୍ନେ ୭୧ ଲକ୍ଷ ୩୨ ଟଙ୍କା ବାର୍ଷିକ ପାରିଶ୍ରମିକ ନିଅନ୍ତି। ସେହିପରି ଟି୨୦ରେ ଅଧିନାୟକ ଥିବା ଲାସିଥ ମାଲିଙ୍ଗାଙ୍କୁ ପାରିଶ୍ରମିକ ୫୦ ଲକ୍ଷ ଟଙ୍କା ବାର୍ଷିକ ମିଳିଥାଏ।

ଆରୋନ ଫିଞ୍ଚ ଏବଂ ଟିମ୍‌ ପେନ୍‌(ଅଷ୍ଟ୍ରେଲିଆ)
ଅଷ୍ଟ୍ରେଲିଆ ପାଇଁ ଏକଦିବସୀୟ ଏବଂ ଟି୨୦ରେ ପ୍ରତିନିଧିତ୍ୱ କରୁଥିବା ଆରୋନ ଫିଞ୍ଚ ବାର୍ଷିକ ୪ କୋଟି ୮୭ ଲକ୍ଷ ଟଙ୍କା ନିଅନ୍ତି। ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ ମଧ୍ୟ ୪ କୋଟି ୮୭ ଲକ୍ଷ ଟଙ୍କା ପାରିଶ୍ରମିକ ନିଅନ୍ତି।

ଫାଫ୍‌ ଡୁପ୍ଲେସିସ୍‌ ଏବଂ କ୍ୱିଣ୍ଟନ ଡି କକ୍‌(ଦକ୍ଷିଣ ଆଫ୍ରିକା)
ଦକ୍ଷିଣ ଆଫ୍ରିକାର ଏକଦିବସୀୟ ଏବଂ ଟି୨୦ ଟିମ୍‌ର ପ୍ରତିନିଧିତ୍ୱ କରୁଥିବା କ୍ୱିଣ୍ଟନ ଡି କକ୍‌ ବାର୍ଷିକ ୩.୨ କୋଟି ଟଙ୍କା ପାରିଶ୍ରମିକ ପାଆନ୍ତି। ସେହିପରି ଟେଷ୍ଟ ଅଧିନାୟକ ଫାଫ୍‌ ଡୁପ୍ଲେସିସ୍‌ ୨.୫ କୋଟି ଟଙ୍କା ନିଅନ୍ତି।

ବାବର ଆଜମ ଏବଂ ଆଜହର ଅଲ୍ଲୀ(ପାକିସ୍ତାନ)
ପାକିସ୍ତାନ କ୍ରିକେଟ ବୋର୍ଡ ଏକଦିବସୀୟ ଏବଂ ଟି୨୦ ଟିମ୍‌ର ପ୍ରତିନିଧିତ୍ୱ କରୁଥିବା ବାବର ଆଜମଙ୍କୁ ବାର୍ଷିକ ୧.୪୪ କୋଟି ଟଙ୍କା ଦେଇଥାଏ। ସେହିପରି ଟେଷ୍ଟ ଅଧିନାୟକ ଆଜହର ଅଲ୍ଲୀଙ୍କୁ ୯୬ ଲକ୍ଷ ଟଙ୍କା ମିଳିଥାଏ।

କେନ୍‌ ଓ୍ବିଲିମସନ୍‌(ନ୍ୟୁଜିଲାଣ୍ଡ)
ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିମସନଙ୍କୁ ବାର୍ଷିକ ୩.୧୭ କୋଟି ଟଙ୍କା ପାରିଶ୍ରମିକ ମିଳିଥାଏ।

ବିରାଟ କୋହଲି(ଭାରତ)
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିସିସିଆଇ ବାର୍ଷିକ ୭ କୋଟି ଟଙ୍କା ପାରିଶ୍ରମିକ ଦେଇଥାଏ।

ଇୟନ୍‌ ମୋର୍ଗାନ ଏବଂ ଜୋ ରୁଟ୍‌(ଇଲଂଣ୍ଡ)
ଇଂଲଣ୍ଡ ପାଇଁ ଏକଦିବସୀୟ ଏବଂ ଟି-୨୦ରେ ଅଧିନାୟକ ଥିବା ଇୟନ ମୋର୍ଗାନଙ୍କୁ ବାର୍ଷିକ ୨.୫୬ କୋଟି ଟଙ୍କା ମିଳେ। କିନ୍ତୁ ଟେଷ୍ଟ ଅଧିନାୟକ ଜୋ ରୁଟ୍‌ ବାର୍ଷିକ ୮.୧୫ କୋଟି ଟଙ୍କkା ପାରିଶ୍ରମିକ ନିଅନ୍ତି। ଯାହାକି ସବୁ ଦେଶର ଅଧିନାୟକଙ୍କ ପାରିଶ୍ରମିକ ଠାରୁ ଢେର୍‌ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

ଟି୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ

ଲଣ୍ଡନ, ୨୮।୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ଅଭିଯାନ ଶେଷ ହୋଇଛି। ରବିବାର ଅନୁଷ୍ଠିତ ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ…

କ୍ରିକେଟ ଟୁର୍ନାମେଣ୍ଟ, ସୋମପେଣ୍ଠା ବିଜୟୀ, ଖେଳାଳିଙ୍କୁ ଉତ୍ସାହିତ କଲେ ବିଧାୟକ

ଛତ୍ରପୁର,୨୮।୬(ଦିଲ୍ଲୀପି ସାମଲ): ଛତ୍ରପୁର ନିକଟସ୍ଥ ଟି. ନୂଆଁଗାଁ ପଡ଼ିଆରେ ଚାଲିଥିବା ଶ୍ରୀଶ୍ରୀ ବାବା ଅଗସ୍ତିଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ରଙ୍ଗେଈଲୁଣ୍ଡା ଏବଂ…

ସରକାରୀ ଚାକିରି ଦେବା ନାମରେ ୨୩ ଲକ୍ଷ ଠକେଇ

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ପୋଲିସ ଚାକିରି ଦେବା ନାମରେ ଠକେଇ ମାମଲାର ପର୍ଦ୍ଦାଫାଶ କରିଛି। ଘଟଣାରେ ଜଡ଼ିତ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ…

ତିରୁମାଲା ମନ୍ଦିର ସୁପ୍ରଭାତ ସେବାରେ ଯୋଗଦେଲେ ଅନନ୍ତ ଅମ୍ବାନୀ, କଲେ ମୁଣ୍ଡନ

ତିରୁମାଲା,୨୮।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ରବିବାର ତିରୁମାଲାର ପାହାଡ଼ରେ ଅବସ୍ଥିତ ପବିତ୍ର ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଅନନ୍ତ ତିରୁମାଲାରେ…

ଅଚାନକ ଅବସର ନେଲେ ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ

ୱେଲିଂଟନ,୨୮।୬: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ଟେଷ୍ଟରେ କ୍ରିକେଟକୁ ବିଦାୟ ଦେଇ ଅଲ୍‌ରାଉଣ୍ଡର ତଥା ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସ ଆଶ୍ଚର୍ଯ୍ୟଜନକ ଭାବେ ଅବସର ନେଇଛନ୍ତି।…

ବ୍ରାଉନସୁଗାର ଜବତ ଘଟଣା: ୪ ଜଣଙ୍କ ମଧ୍ୟରୁ ଜେଲ ହାଜତକୁ ଗଲେ ୩, ଜଣେ ଖଲାସ

ହାଟଡିହୀ/କେନ୍ଦୁଝର,୨୮।୬(ଶୁଭକାନ୍ତ ନାୟକ/ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରାଉନସୁଗାର ଜବତ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଜେଲ ହାଜତକୁ…

ଚେନ୍ନାଇରୁ ଘରକୁ ଫେରିବା ବାଟରେ ଶ୍ରମିକ ନିଖୋଜ, ଖୋଜିବା ପାଇଁ ସ୍ତ୍ରୀଙ୍କ ନିବେଦନ

ଦେବଗଡ,୨୮ା୬(ଶଶାଙ୍କ ଶେଖର ଝାଙ୍କର): ଚେନ୍ନାଇରୁ ଘରକୁ ଫେରୁଥିବା ସମୟରେ ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳର ପୁରମୁଣ୍ଡା ଗ୍ରାମର ଜଣେ ଶ୍ରମିକ ନିଖୋଜ ହୋଇଯାଇଥିବା ଜଣାପଡିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri