ବିମାନ ଭଡ଼ାରେ ସୀମା ଜାରିକଲେ ସରକାର

ନୂଆଦିଲ୍ଲୀ,୨୨।୫ : ସରକାର ଗୁରୁବାର ବିମାନ ଭଡ଼ା ଉପରେ ମୂଲ୍ୟ ସୀମା ନିର୍ଦ୍ଧାରଣ କରିଛନ୍ତି। ବିମାନ ଯାତ୍ରାର ସମୟକୁ ନେଇ ଏହାକୁ ୭ ବର୍ଗରେ ରଖାଯାଇଛି। ଅଗଷ୍ଟ ୨୪ ଯାଏ ଏହି ନିୟମ କାମ କରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୪୦ ମିନିଟର କମ୍‌ ସମୟ ଅବଧି ଉଡ଼ାଣକୁ ପ୍ରଥମ ବ୍ୟାଣ୍ଡରେ ରଖାଯାଇଛି। ସେହିଭଳି ଦ୍ୱିତୀୟ, ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ବ୍ୟାଣ୍ଡରେ ଯଥାକ୍ରମେ ୪୦-୬୦ ମିନିଟ, ୬୦-୯୦ ମିନିଟ, ୯୦ରୁ ୧୨୦ ମିନିଟ, ୧୨୦-୧୫୦ ମିନିଟ ସାମିଲ ରହିଛି। ଷଷ୍ଠ ଏବଂ ସପ୍ତମ ବ୍ୟାଣ୍ଡରେ ଯଥାକ୍ରମେ ୧୫୦ରୁ ୧୮୦ ଏବଂ ୧୮୦ରୁ ୨୧୦ ମିନିଟ ସାମିଲ ରହିଥିବା ପୁରୀ ସ୍ପଷ୍ଟ କରିଛନ୍ତି। ବିମାନର ୪୦% ସିଟ୍‌ କମ୍‌ ଫେୟାର ଲାଗି ସଂରକ୍ଷିତ କରାଯିବ। ମେ ୨୫ ଠାରୁ କଟକଣା ସହ ଦେଶ ମଧ୍ୟରେ ବିମାନ ସେବା ଆରମ୍ଭ କରାଯିବ। ମାର୍ଚ୍ଚ ୨୫ରେ ଲକ୍‌ଡାଉନ ଲାଗି ଦେଶରେ ଉଭୟ ଡୋମେଷ୍ଟିକ ଏବଂ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

୫୨ ପଇସା ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ମୁମ୍ବାଇ,୧୪।୪:(ପି.ଟି.): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଭୂରାଜନୈତିକ ଉତ୍ତେଜନା ଭାରତୀୟ ମୁଦ୍ରାକୁ ପୁଣି ଦୁର୍ବଳ କରିଦେଇଛି । ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜରେ ସୋମବାର ଟଙ୍କା ୫୨ ପଇସା ଦୁର୍ବଳ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri