ବଜାର ସ୍ଥିତି ସୁଧୁରିବାକୁ ଲାଗିବ ବର୍ଷେରୁ ଅଧିକ

ନୂଆଦିଲ୍ଲୀ,୨୨ା୫: କୋଭିଡ୍‌-୧୯ ଭୂତାଣୁକୁ ରୋକିବା ଲାଗି ସରକାର ସାରା ଦେଶରେ ଲକ୍‌ଡାଉନ କରିଥିବା ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ପଡ଼ିଛି। ଏଥିଯୋଗୁ କମ୍ପାନୀଗୁଡିକର ରାଜସ୍ବରେ ୨୫%ରୁ ଊର୍ଦ୍ଧ୍ୱ ହ୍ରାସ ହୋଇଥିବା ଜଣାପଡିଛି। ବ୍ୟବସାୟୀଙ୍କୁ ସାମାନ୍ୟ ସ୍ଥିତିକୁ ଫେରିବା ଲାଗି ଗୋଟିଏ ବର୍ଷରୁ ଅଧିକ ସମୟ ଲାଗିବା ନେଇ ଆକଳନ କରାଯାଇଛି। ସ୍କ୍ରିପ୍‌ବକ୍ସ ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣ ମୁତାବକ ୬୭% ଲୋକ କହିଛନ୍ତି ଯେ, ସେମାନଙ୍କ କମ୍ପାନୀର ରାଜସ୍ବ ୨୫% ହ୍ରାସ ହୋଇଛି। ସ୍ଥିତିରେ ଟିକିଏ ସୁଧାର ଆସିବା ଲାଗି ଗୋଟିଏ ବର୍ଷରୁ ଅଧିକ ସମୟ ଲାଗିବ। ଏ ସମ୍ପର୍କରେ ୨୨% ଲୋକ ସେମାନଙ୍କ ମତ ରଖିଛନ୍ତି। ସର୍ଭେରେ କର୍ପୋରେଟ ଜଗତର ୧୨୦୦ ଲୋକଙ୍କୁ ସାମିଲ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୫୪ ଲୋକ ବଡ ଉଦ୍ୟୋଗ ସହ ଜଡିତ ଥିବା ବେଳେ ୩୨% ମଧ୍ୟମ ଏବଂ ୧୪% ଷ୍ଟାର୍ଟଅପ କମ୍ପାନୀ ସହ ଜଡିତ ଅଛନ୍ତି। କମ୍ପାନୀର ରାଜସ୍ବ କ୍ଷତି ହୋଇଥିବା ମଧ୍ୟ ଏଥିରେ ଉଲ୍ଲେଖ ରହିଛି। ୯୦% କହିଛନ୍ତି ଯେ, ଛଟେଇ ୨୫%ରୁ କମ୍‌ ରହିଛି। ଛଟେଇ ୨୫%ରୁ ଅଧିକ ରହିଥିବା ୧୦% ମତ ରଖିଛନ୍ତି। ଏମ୍‌ଏସ୍‌ଏମ୍‌ଇଗୁଡିକରେ ଅଧିକ ଛଟେଇ ହୋଇଥିବା ଏହି ସର୍ଭେରୁ ଜଣାପଡିଛି। ସେହିଭଳି ଫ୍ରିଲାନ୍ସରଙ୍କ କାମରେ ଲକ୍‌ଡାଉନର ପ୍ରଭାବ ଅଧିକ ରହିଛି। ୬୬% ଲୋକ କହିଛନ୍ତି ଯେ, ରାଜସ୍ବ ହ୍ରାସ ୨୫%ରୁ ଅଧିକ ରହିଛି। ସେହିଭଳି ୩୫% କହିଛନ୍ତି ସେମାନଙ୍କ ରାଜସ୍ବ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

ଜେଇଇ ମେନ୍‌ରେ ବେଦାନ୍ତୁର ବାଜିମାତ୍‌

ଭୁବନେଶ୍ୱର,୨୭।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ୍‌)-୨୦୨୪ ଫଳାଫଳରେ ବାଜିମାତ୍‌ କରିଛି। ଏପରିକି ଏହାର ୧୬୯୮ଜଣ ଛାତ୍ରୀଛାତ୍ରୀ...

ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍‌ ‘ରୁଚି’ (ରୁଚି ଫୁଡ୍‌ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ...

ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା

ଭୁବନେଶ୍ୱର,୨୭।୪: ଏଚ୍‌ଡିଏଫ୍‌ସି ଲାଇଫ୍‌ ଏବଂ ପିୟରଲେସ୍‌ ଫାଇନାନ୍ସସିଆଲ ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ପିଏଫ୍‌ପିଡିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri