ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳିତ

ଭଞ୍ଜନଗର,୧।୪(ଡି.ଏନ.ଏ.)- କରୋନା ଯୋଗୁ ସରକାରଙ୍କ ପକ୍ଷରୁ ବୁଧବାର ଉତ୍କଳ ଦିବସ ପାଳନ କରାଯାଇନାହିଁ। କିନ୍ତୁ ଭଞ୍ଜନଗର ବାର୍‌ ଆସୋସିଏଶନ, ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ପ୍ରମୁଖ ସ୍ଥାନରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ହାତଗଣତି ଲୋକଙ୍କୁ ନେଇ ଏହି ଦିବସ ପାଳିତ ହୋଇଥିବା ଲକ୍ଷ୍ୟ କରାଯାଇଛି। ବାର ଆସୋସିଏଶନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ଅଶୋକ ଜେନା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ରାଧାକୃଷ୍ଣ ପାଠାଗାରର କର୍ମକର୍ତ୍ତା ହରେକୃଷ୍ଣ ସାହୁ, ପଦ୍ମଚରଣ ପ୍ରଧାନ, ନିରଞ୍ଜନ ପ୍ରଧାନ, ଭଞ୍ଜ କିଶୋର ପ୍ରଧାନ ପ୍ରମୁଖ ସହରର ବିଭିନ୍ନ ଛକରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସାମାଜିକ କର୍ମୀ ଶୁଳପାଣି ଶତପଥୀ ମଧ୍ୟ ଏକୁଟିଆ ଚାଲିଚାଲି ସହରର ବିଭିନ୍ନ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ ପ୍ରଥମ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ଗାଁ ସିଲ୍‌

ଦେବଗଡ,୨୯ା୪(ଡି.ଏନ.ଏ): ଦେବଗଡ ଜିଲା ତିଲେଇବଣି ବ୍ଲକ ବଲଣ୍ଡା ପଞ୍ଚାୟତ ଅଧୀନ ବାସୁଦେବପୁର(କରଡାଖମଣ)ଗ୍ରାମର ଜଣେ ୩୪ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ଜଣା ପଡିବା ପରେ ପ୍ରଶାସନିକସ୍ତରରେ ତତ୍ପରତା...

ଅଟୋ-ବାଇକ୍‌ ମୁହାଁମୁହିଁ: ୪ ଗୁରୁତର

ଆନନ୍ଦପୁର,୧୧। ୯(ସ୍ବ.ପ୍ର.)- ଆନନ୍ଦପୁର ୧୩ ନଂ ଓ୍ବାର୍ଡ଼ ସୁଡୁସୁଡିଆ ରାସ୍ତାରେ ବାଇକ୍‌ ଓ ଅଟୋ ମୁହାଁମୁହିଁ ହେବା ଫଳରେ ୪ ଜଣ ଗୁରୁତର ହେବା ସହିତ...

ବାଇକ ମୁହାଁମୁହିଁ, ଜଣେ ମୃତ

ଶେରଗଡ଼,୧୧ା୧୧(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ଧବଳପୁର ଷୋଳଶଳା ଗ୍ରାମ ରାସ୍ତାରେ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ୨ ବାଇକ ମଧ୍ୟରେ ମୁହଁାମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ...

ଗାଁକୁ ମାଡ଼ୁଛି ସୁବର୍ଣ୍ଣରେଖା

ବାରିପଦା ଅଫିସ,୨୦ା୧୦- ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟ ଦେଇ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ। ଏହି ନଦୀ ମୟୂରଭଞ୍ଜ ଜିଲାର ଦୁଇଟି ବ୍ଲକ ମଧ୍ୟଦେଇ...

କେରଳରୁ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲେ ୫୫୨ ପ୍ରବାସୀ: ୩ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି, ସ୍ବାବ୍‌ ନମୁନା ସଂଗ୍ରହ

ଛତ୍ରପୁର, ୩।୫(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଜଗନ୍ନାଥପୁର ଜଙ୍କଶନ ଷ୍ଟେଶନରେ ଏର୍ଣ୍ଣାକୁଲମ ଜଙ୍କଶନ – ଭୁବନେଶ୍ୱର ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ରବିବାର ସକାଳ ୫ଟା ୧୭ ମିନିଟ...

କ୍ୱାରେଣ୍ଟାଇନ ଅବଧି ସରିଲା: ଛତ୍ରପୁର ବ୍ଲକର ୪୩୫ ଜଣ ଘରକୁ ଗଲେ

ଛତ୍ରପୁର, ୨୨।୫(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରୁ ୨୧ ଦିନିଆ ଅବଧି ସରିବା ପରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୫ ପ୍ରବାସୀ...

ମାଛ ବ୍ୟବସାୟୀ ନିଖୋଜ

ବ୍ରହ୍ମପୁର ଅଫିସ,୬ା୧୦-ସହରର ଜଣେ ଜଣାଶୁଣା ମାଛ ବ୍ୟବସାୟୀ ଅମର ସାହୁ ଶୁକ୍ରବାର ଅପରାହ୍ନରୁ ନିଖୋଜ ହୋଇଯାଇଛନ୍ତି। ଏହାକୁ ନେଇ ଏବେ ମାଛ ବ୍ୟବସାୟୀ ଓ ସ୍ଥାନୀୟ...

ରେଳବାଇ କଲୋନୀ ପାଚେରି ଭୁଶୁଡିଲା

ବସ୍ତା, ୨୮ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଷ୍ଟେଶନ ନିକଟରେ ଥିବା ରେଳବାଇ କଲୋନୀର ପ୍ରେସ କ୍ଲବ ଛକ ପାଖ ପାଚେରି ଭୁଶୁଡି ପଡ଼ିିଛି। ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ...

Advertisement


Archives

Model This Week