ହରିଦାସପୁର ରେଳଷ୍ଟେଶନରେ ଗଣଧାରଣା

ଚଣ୍ଡିଖୋଲ,୨୬।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ରେଳଷ୍ଟେଶନରେ ରବିବାର ଏକ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଦିଆଯାଇଛି। ଓଡ଼ିଶାର ସମସ୍ତ ରୁଟ୍‌ରେ ଦୀର୍ଘ ଦେଢ଼ ବର୍ଷ ଧରି ଲୋକାଲ ଟ୍ରେନ୍‌ ଚାଳାଚଳ ବନ୍ଦ ରହିଛି। ଏଥିରେ ନିର୍ଭରକରୁଥିବା ଦିନମଜୁରିଆ, ବେସରକାରୀ କର୍ମଚାରୀ, କଲେଜ ଛାତ୍ରୀଛାତ୍ର, ନିଜେ ରେଳବାଇ ଷ୍ଟାଫମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଗତ ମାର୍ଚ୍ଚ ୨୦୨୦ରୁ କରୋନା ଯୋଗୁ କେନ୍ଦ୍ରସରକାର ସାରା ଦେଶରେ ତାଲା ବନ୍ଦ କରିବା ସଙ୍ଗେସଙ୍ଗେ ଟ୍ରେନଗୁଡିକ ଚଳାଚଳ ବନ୍ଦ କରିଥିଲେ। ହେଲେ ପୁନଃଶ୍ଚ ଏପ୍ରିଲ ୭ ତାରିଖ ୨୦୨୧ରେ ଓଡ଼ିଶାର ସମସ୍ତ ସେକ୍ସନରେ ଲୋକାଲ ଟ୍ରେନ ପାଇଁ ଅନୁମତି ମିଳିଲା ତାହାପୁଣି ମେଲ/ଏକ୍ସପ୍ରେସ ଭଡା ଦେଇ। ପରେ ପୁଣି କରୋନା ପ୍ରଭାବକୁ ଦେଖି ମେ ୭ ୨୦୨୧ରୁ ଟ୍ରେନ ଚଳାଚଳ ବନ୍ଦ ହେଇଗଲା ଯାହାକି ଦୀର୍ଘ ୫ ମାସ ହେଲାଣି ଲକ୍‌ଡାଉନ୍‌ ଖୋଲିବା ସତ୍ତ୍ୱେ ଚାଲିବାର ନାଁ ଧରୁନି। ଅଳ୍ପ ଦିନ ହେବ ଭଦ୍ରକ ମେମୁ ଚାଲିଥିଲେ ମଧ୍ୟ ଏସ୍ସପ୍ରେସ ଭଡ଼ା ସାଙ୍ଗକୁ ମାସିକ, ତ୍ରୈମାସିକ ଟିକେଟ୍‌ ସୁବିଧା ମିଳୁନାହିଁ । ଏହି ସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ହରିଦାସପୁର ରେଳ ଷ୍ଟେଶନ ମାଷ୍ଟରଙ୍କ ଜରିଆରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏକ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବିଗୁଡ଼ିକ ହେଲା, ପୂର୍ବଭଳି ସମସ୍ତ ଲୋକାଲ ଟ୍ରେନ ଚାଲୁ, ଲୋକାଲ ଟ୍ରେନ ଏକ୍ସପ୍ରେସ ଭଡ଼ା ପରିବର୍ତ୍ତେ ସାଧାରଣ ଟିକେଟ ପାଇଁ ଅନୁମତି ଏହା ସହ ମାସିକିଆ, ତ୍ରୈମାସିକ, ବାର୍ଷିକ ଟିକେଟ ପାଇଁ ଅନୁମତି । ଆଶୁତୋଷ କରଙ୍କ ଅଧ୍ୟକ୍ଷତାରେ ୫ ପଞ୍ଚାୟତର ନିର୍ଭରଶୀଳ ଗ୍ରାମବାସୀ ଏହି ଶାନ୍ତିପୂର୍ଣ୍ଣ ଧାରଣାରେ ସାମିଲଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri