ବିଭିନ୍ନ ସମସ୍ୟା ନେଇ ଡଙ୍ଗରିଆ ଆଦିବାସୀଙ୍କ ଗଣ ବିକ୍ଷୋଭ: ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ମୁନିଗୁଡ଼ା,୮।୧୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଶୁକ୍ରବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଲୋକଙ୍କ ମୌଳିକ ଅଧିକାର ନେଇ ଡଙ୍ଗରିଆ ଆଦିବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏ ନେଇ ମୁନିଗୁଡ଼ା ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛିି। ଏହି ଅବସରରେ ୫ ଶହରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଡଙ୍ଗରିଆ ଆଦିବାସୀ ଏକତ୍ରିତ ହୋଇ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସ୍ଥାନୀୟ ମୁନିଖୋଲ ପଞ୍ଚାୟତ କାର୍ଯ୍ୟାଳୟରୁ ଏକ ରାଲିରେ ବାହାରି ସହର ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇ ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୯ ଦଫା ଦାବିପତ୍ର  ବିଡିଓ ଦିଲ୍ଲୀପ କୁମାର ବେହେରାଙ୍କୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଦାବିପତ୍ରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ଦିଆ ନ ଯିବା, ନିୟମଗିରି ଅଞ୍ଚଳରେ ଅଧିକାଂଶ ଲୋକଙ୍କ ଆଧାର କାର୍ଡ ନ ଥିବାରୁ ରାସନ ବନ୍ଦ କରାଯାଇଥିବା ଆଦି ସମସ୍ୟାର ସମାଧାନ ନେଇ ଉଲ୍ଲେଖ ରହିଛି। ଯଥାଶୀଘ୍ର ଉକ୍ତ ଦାବି ପୂରଣ କରା ନ ଗଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ରାଜ୍ୟ ଲୋକ ଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରାୟ ଓ ସମାଜବାଦୀ ଜନ ପରିଷଦ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲିଙ୍ଗରାଜ ଆଜାଦ ପ୍ରକାଶ କରିଛନ୍ତିl ଅନ୍ୟମାନଙ୍କ ମଧ୍ୟରେ ନିୟମଗିରି ସୁରକ୍ଷା ସମିତିର ଦଧି ପୁଷିକା, ଦାସରୁ କାଡ୍ରାକା, କୃଷ୍ଣ ସିକ୍‌କା, ସମ୍ବା ହୁଇକା ପ୍ରମୁଖ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ଦେହ ଖରାପ କହି ମାମୁଘରୁ ଡାକିନେଇ ନାବାଳିକାଙ୍କୁ ବଳାତ୍କାର

ନବରଙ୍ଗପୁର,୧୬।୭(ବି.ପ୍ର.): ନବରଙ୍ଗପୁର ଜିଲାରେ ଜଣେ ଅଷ୍ଟମ ଶ୍ରେଣୀ ନାବାଳିକା ବଳାତ୍କାରର ଶୀକାର ହୋଇଛନ୍ତି। ଏ ନେଇ ନାବାଳିକାଙ୍କ ପରିବାର ସ୍ବେଛାସେବୀ ଅନୁଷ୍ଠାନ ‘ମା ଘର’ ଅଧ୍ୟକ୍ଷାଙ୍କ...

ଉଦଳାରେ ଡେଙ୍ଗୁ ରୋଗୀ ଚିହ୍ନଟ

ଉଦଳା,୪ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଞ୍ଚଳରେ ଜଣେଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ରୋଗୀ ଜଣକ ଏବେ ବାରିପଦା ପିଆରଏମ୍‌ ମେଡିକାଲରେ ଚିକିତ୍ସା ନିମନ୍ତେ...

ଅସୁରକ୍ଷିତ ଶିଆଳି ଭିୟୁ ଟାୱାର

ଏରସମା, ୮।୧ (ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳୀ ତଥା ଏରସମା ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ନିକଟରେ ଥିବା ଭିୟୁ...

ସହରକୁ ପଶୁଛି ଡ୍ରେନ୍‌ର ମଇଳା ପାଣି

ଭଞ୍ଜନଗର୨୦ା୩(ଡି.ଏନ୍‌.ଏ):ଭଞ୍ଜନଗର ସହରାଞ୍ଚଳ ଜନସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁ ସହରବାସୀ ବିଭିନ୍ନ ସମୟରେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି, ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ...

ମିଷ୍ଟର ଇଣ୍ଡିଆ ପ୍ରତଯୋଗିତାରେ ଜୟପୁରର ଶ୍ରୀଧର

ଜୟପୁର,୧୮ା୭(ନି.ପ୍ର.): ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଓଡ଼ିଆ ଝିଅପୁଅଙ୍କ ଅଂଶଗ୍ରହଣ କିଛି କମ୍‌ ନୁହେଁ। ନିକଟରେ ଜିରୋନ ପ୍ରଡକ୍ସନ ହାଉସ ପ୍ରସ୍ତୁତ ମିଷ୍ଟର ଏବଂ ମିସ୍‌...

ଶ୍ରୀଗୁଣ୍ଡିଚା ଯାତ୍ରା: ସକାଳ ୭ରୁ ପହଣ୍ଡି, ମଧ୍ୟାହ୍ନ ୧୨ରୁ ରଥଟଣା

ପୁରୀ ଅଫିସ,୨୨।୬: ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ୩ ରଥରେ ବିଜେ କରି ମାଉସୀ ମା’ଙ୍କ ମନ୍ଦିର ଯାତ୍ରା କରିବେ ଦାରୁଦିଅଁ। ଏ ନେଇ...

ଶୌଚ ହେବାକୁ ଯାଇଥିବା ନାବାଳିକାଙ୍କୁ ଅସଦାଚରଣ: ଅଭିଯୁକ୍ତ ଫେରାର, ପୋଲିସର ତଦନ୍ତ ଜାରି

ରସୁଲପୁର,୧୨।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ବେତଣ୍ଡା ଗ୍ରାମରେ ଗୁରୁବାର ସକାଳେ ଶୌଚ ହେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ସେହି ଗ୍ରାମର...

ସକାଳ ୬ରୁ ଅପରାହ୍ନ ୧ ଯାଏ ଖୋଲିବ ଦୋକାନ

କଟକ ଅଫିସ୍‌,୨୯ା୪: କଟକ ଜିଲାରେ କରୋନା ସ୍ଥିତିର ସମୀକ୍ଷା ପରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ଜିଲାରେ କେଉଁ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବ ଏବଂ କେଉଁଟା...

Advertisement
Archives

Model This Week