ବାହାର ରାଜ୍ୟରେ ଫସିଛନ୍ତି ମୟୂରଭଞ୍ଜର ଶତାଧିକ ଯୁବକ

ବାରିପଦା ଅଫିସ, ୨୯ା୩- ମୟୂରଭଞ୍ଜ ଜିଲାର ବିିଭିନ୍ନ ଅଞ୍ଚଳରୁ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥିବା ଶତାଧିକ ଯୁବକ ଲକଡାଉନ ଯୋଗୁଁ ଫସି ରହିଛନ୍ତି। ଉଦ୍ଧାର ପାଇଁ ସେମାନେ ଭିଡ଼ିଓ ପୋଷ୍ଟ କରି ଆକୁଳ ନିବେଦନ କରିଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଥିଲେ ମଧ୍ୟ ଫସି ରହିଥିବା ଯୁବକମାନେ କୌଣସି ସାହାଯ୍ୟ ପାଇ ନ ଥିବା ପ୍ରକାଶ କରିଛନ୍ତି। ଜିଲାର ୫୦ ଜଣ ଯୁବକ ତେଲେଙ୍ଗାନା ରାଜ୍ୟ କରେନନଗର ଜିଲାରେ ଫସି ରହିଛନ୍ତି। ଖାଇବା ଲାଗି ସେଠାରେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ବଡ଼ସାହି ନିର୍ବାଚନମଣ୍ଡଳୀର ୫୫ରୁ ଊର୍ଦ୍ଧ୍ୱ ଯୁବକ ତାମିଲନାଡ଼ୁ ରାଜ୍ୟ ପଣ୍ଡିଚେରିକୁ କାମ କରିବାକୁ ଯାଇ ସେଠାରେ ଅଟକି ରହିଛନ୍ତି। ଲକଡାଉନ ହେବା ଯୋଗୁଁ ଗାଁକୁ ଆସିପାରି ନାହାନ୍ତି। ରାଜ୍ୟ ସରକାର ସୁବିଧା କରିଥିଲେ ମଧ୍ୟ ତାଙ୍କୁ କୌଣସି ସହାୟତା ମିଳି ନ ଥିବା ସେମାନେ ପ୍ରକାଶ କରିଛନ୍ତି। ଏହିଭଳି ଜିଲାର ବହୁ ଯୁବକ ବିଭିନ୍ନ ରାଜ୍ୟରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ମୟୂରଭଞ୍ଜ ଜିଲାପାଳ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ୨ ଶିଶୁକନ୍ୟାଙ୍କୁ ବଳାତ୍କାର

ପୁରୀ ଅଫିସ,୧୭ା୨: ପୁରୀ ଜିଲାର ୨ ସ୍ଥାନରେ ୨ ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଛି। ଏନେଇ ପୃଥକ୍‌ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦନପୁର...

ବ୍ୟବସାୟୀଙ୍କଠାରୁ ୩.୭ ଲକ୍ଷ ଲୁଟ ପଛରେ ଗାଡ଼ି ଡ୍ରାଇଭର

ଗଞ୍ଜାମ,୧୩।୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କଠାରୁ ହୋଇଥିବା ଲକ୍ଷାଧିକ ଟଙ୍କା ଲୁଟ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ବ୍ୟବସାୟୀଙ୍କ ପିକ୍‌ଅପ୍‌...

ଶିଳ୍ପାନୁଷ୍ଠାନରେ ବ୍ୟାପକ ସତର୍କତା

ଓଡ଼ାପଡ଼ା, ୨୫ା୩(ଡି.ଏନ.ଏ.) – କରୋନା ମୁକାବିଲା ଲାଗି ଢେଙ୍କାନାଳ ଜିଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର...

ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣା, ୨ ଗିରଫ

ବୁଗୁଡ଼ା,୨୬ା୪(ଡି.ଏନ.ଏ.)-ବୁଗୁଡ଼ା ଥାନା ଅନ୍ତର୍ଗତ କଇମ ନିକଟସ୍ଥ କୁବେରେଶ୍ୱର ମନ୍ଦିରରେ ଏପ୍ରିଲ୍‌ ୪ରେ ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ବୁଗୁଡ଼ା ପୋଲିସ ଶନିବାର ଏହି ଘଟଣାରେ...

ହଗ୍‌ କର୍ଟନ୍‌

କାଲିଫର୍ଣ୍ଣିଆ: କରୋନା ସଂକ୍ରମଣରୁ ରକ୍ଷାପାଇବା ପାଇଁ ସମସ୍ତେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଉପରେ ଜୋର୍‌ ଦେଉଛନ୍ତିି। ସେଥିପାଇଁ ତ କେହି କାହା ପାଖକୁ ନ...

ବାୟୋମେଟ୍ରିକ୍‌ ଉପସ୍ଥାନ, ଟୁର ଡାଏରୀ ଦାଖଲ ବାଧ୍ୟତାମୂଳକ

ଛତ୍ରପୁର,୨୪ା୧୧(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ସରକାରଙ୍କ ୫-ଟି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ...

ଏମ୍‌ସରେ ଆରମ୍ଭ ହେଲା କରୋନା ପରୀକ୍ଷା: ଆର୍‌ଏମ୍‌ଆର୍‌ସି ପରେ ଓଡ଼ିଶାର ଦ୍ୱିତୀୟ ନମୁନା ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ଭୁବନେଶ୍ବର ଏମ୍‌ସରେ ରାଜ୍ୟର ଦ୍ୱିତୀୟ କରୋନା ଭୂତାଣୁ (କୋଭିଡ-୧୯) ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ବୁଧବାରଠାରୁ ଏଠାରେ...

ମଦ ନିଶାରେ ପରିବାରର ୫ଜଣଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ

ମାଲକାନଗିରି,୧୬ା୬(ଡି.ଏନ୍‌.ଏ.): ନିଶା ସେବନ କଲେ ମଣିଷ ନିଜର ହିତାହତ ଜ୍ଞାନ ହରାଇ ବସିଥାଏ। ସେ ସମୟରେ ସେ କ’ଣ କରିଥାଏ ନିଜେ ବୁଝିପାରି ନ ଥାଏ।...

Advertisement
Archives

Model This Week