ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ାଉ: ୫୦ ଜୁଆଡ଼ି ଗିରଫ,୨ ଲକ୍ଷରୁ ଊର୍ଦ୍ଧ୍ୱ ଜବତ

ବ୍ରହ୍ମପୁର ଅଫିସ,୧୪।୧୦: ବ୍ରହ୍ମପୁର ପୋଲିସ ରବିବାର ରାତିରେ ଜିଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉକରି ୫୦ ଜୁଆଡ଼ିଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ୨ଲକ୍ଷ ୧୦ହଜାର ୯ଶହ ୬୦ଟଙ୍କା, ୨୬ଟି ମୋବାଇଲ ଫୋନ୍‌ ଓ ୪ ବାଇକ ଜବତ କରିଛି। ଏ ନେଇ ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ବଡ଼ବଜାର ଥାନା ପୋଲିସ ସ୍ଥାନୀୟ ଏକ ଜୁଆ ଆଡ୍ଡାରେ ଚଢ଼ାଉକରି ୧୧ ଜୁଆଡ଼ିଙ୍କୁ ଗିରଫ କରିବା ସହ ୫୬ ହଜାର ୨୦୦ ଟଙ୍କା ଓ ୬ଟି ମୋବାଇଲ ଜବତ କରିଛି। ସେହିପରି ଗୋଷାଣିନୂଆଗାଁ ପୋଲିସ ୨ଟି ଜୁଆଆଡ୍ଡାରେ ଚଢାଉକରି ୨୪ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ଲକ୍ଷ ୧୨ହଜାର ୨ଶହ ଟଙ୍କା, ୨୦ ମୋବାଇଲ ଓ ୪ଟି ବାଇକ ଜବତ କରିଛି। ବୈଦ୍ୟନାଥପୁର ଥାନା ପୋଲିସ ଏକ ଜୁଆ ଅଡ୍ଡାରେ ଚଢାଉକରି ୧୦ ଜୁଆଡ଼ିଙ୍କୁ ଗିରଫ କରିବା ସହ ୨୧ ହଜାର ୧୭୦ ଟଙ୍କା ଜବତ କରିଛି। ଗୋଳନ୍ଥରା ଥାନା ପୋଲିସ ଗୋଟିଏ ଜୁଆ ଅଡ୍ଡାରେ ଚଢଉକରି ୩ ଜୁଆଡ଼ିଙ୍କୁ ଧରିବା ସହ ୧୬ହଜାର ୪୦୦ଶହ ଟଙ୍କା ଜବତ କରିଛି। ଗୋପାଳପୁର ଥାନା ପୋଲିସ ଗୋଟିଏ ଜୁଆ ଅଡ୍ଡାରେ ଚଢ଼ାଉକରି ୨ ଜୁଆଡ଼ିଙ୍କୁ ଗିରଫ କରିବା ସହ ୪ ହଜାର ୯୯୦ଟଙ୍କା ଜବତ କରିଛି। ଗିରଫ ହୋଇଥିବା ସମସ୍ତ ୫୦ ଜୁଆଡ଼ିଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସ୍‌ପି ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକଣା ନ ମାନି କାରବାର

ଅନୁଗୋଳ ଅଫିସ, ୨୪।୪ ଅନୁଗୋଳ ଜିଲାରେ କରୋନାର ଦ୍ରୁତ ସଂକ୍ରମଣ ଜାରି ରହିଛି। ବିଶେଷକରି ଅନୁଗୋଳ, ତାଳଚେର ଓ କିଶୋରନଗର ବ୍ଲକରୁ ଦୈନିକ ଅଧିକ ସଂଖ୍ୟକ...

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାଳକର ମୃତ୍ୟୁ

କର୍ଲାମୁଣ୍ଡା, ୪ା୬(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡା ଆଦର୍ଶ ବିଦ୍ୟାଳୟସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମ୍‌ସି)ରେ ରହୁଥିବା ଜଣେ ୮ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ୧୦...

ଯାଜପୁରରେ ନବଦମ୍ପତିଙ୍କ ଆତ୍ମହତ୍ୟା

ଯାଜପୁର ଅଫିସ,୧୫।୭: ବେକରେ ଦଉଡ଼ି ଦେଇ ନବଦମ୍ପତିଙ୍କ ଆତ୍ମହତ୍ୟା। ପାରିବାରିକ କଳହ ଓ ଆର୍ଥିକ ଅଭାବରୁ ଏଭଳି ଘଟିଥିବା ପୋଲିିସ ଅନୁମାନ କରୁଥିବା ବେଳେ ତଦନ୍ତ...

୪ ବଖରା ଜଳିଗଲା

ଖଇରା, ୩୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ବର୍ତ୍ତନା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୨ପରିବାରର ୪ ବଖରା ନଷ୍ଟ ହୋଇଯାଇଛି। କ୍ଷତିଗ୍ରସ୍ତ ପରିବାରଙ୍କ...

ସରଡିହାରେ ହାତୀପଲଙ୍କ ଉତ୍ପାତ

ବସ୍ତା, ୨୬ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକରେ ହାତୀପଲ ଉପଦ୍ରବ ଚଳାଇଛନ୍ତି। ୪ଦିନ ପୂର୍ବରୁ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ଗ୍ରାମରେ ହାତୀପଲ ଉତ୍ପାତ କରିବା ସହିତ ବ୍ୟାପକ...

ଅପହରଣ ନାଟକ ରଚିଲେ ନାବାଳକ: ପୋଲିସ ନାକେଦମ୍‌

ଡେରାବିଶ,୫।୩(ସ୍ବ.ପ୍ର.): ମା’ବାପାଙ୍କ ଅତ୍ୟାଧିକ ସ୍ନେହ ଯୋଗୁ ପିଲାମାନେ କିପରି ବାଟ ହୁଡୁଛନ୍ତି ତା’ର ଏକ ଉଦାହରଣ ଡେରାବିଶରେ ଦେଖିବାକୁ ମିଳିଛି। ଡେରାବିଶ ଥାନା ଅଞ୍ଚଳର ଜଣେ...

ଚିନିକଳ କର୍ମଚାରୀଙ୍କୁ ମିଳୁନି ଦରମା, ଜିଲାପାଳଙ୍କୁ ଭେଟି ପ୍ରଦାନ କଲେ ସ୍ମାରକପତ୍ର

ବରଗଡ଼ ଅଫିସ,୨୩।୧୨: ବରଗଡ଼ ସହର ଉପକଣ୍ଠ ତୋରା ସମବାୟ ଚିନିକଳ କର୍ମଚାରୀଙ୍କୁ ଦୀର୍ଘ ୨୮ ମାସ ହେଲା ଦରମା ମିଳିନାହିଁ। ଏହା ସହିତ ସେମାନଙ୍କୁ ଇପିଏଫ୍‌,...

ସାବିତ୍ରୀ ବଜାର: ଦରଦାମ୍‌ ଅନିୟନ୍ତ୍ରିତ

ଭଦ୍ରକ ଅଫିସ, ୩।୬ – ଆଜି ସାବିତ୍ରୀ ବ୍ରତ। ବ୍ରତଧାରୀମାନେ ସାବିତ୍ରୀଙ୍କୁ ପୂଜା କରି ନିଜ ସ୍ବାମୀଙ୍କ ମଙ୍ଗଳ କାମନା କରିଥାନ୍ତି। ଏଥିଲାଗି ସେମାନେ ସାବିତ୍ରୀଙ୍କୁ...

Advertisement


Archives

Model This Week