ବିବେକ ହିଁ ଅନୁସରଣୀୟ

ଏ ନିଜ ଭିତରର ଶତ୍ରୁମାନଙ୍କ ଦ୍ୱାରା ପୀଡ଼ିତ, ସେ ବାହାର ଶତ୍ରୁମାନଙ୍କର ସମ୍ମୁଖୀନ ହେବ କିପରି? ଯିଏ ଆଧ୍ୟାତ୍ମିକ ମୂଲ୍ୟବୋଧ କ’ଣ ବୁଝେ ସେ କେବଳ ମୁକ୍ତି ପାଏ। ସକାଳୁ ଉଠି, ପୁଣି ରାତିରେ ଶୋଇବା ପର୍ଯ୍ୟନ୍ତ ଆମର ସମସ୍ତ ଶକ୍ତି ଓ ସାମର୍ଥ୍ୟ, ସମୟ ଓ ଶିକ୍ଷା କେବଳ ପେଟ ପୂରାଇବାରେ କଟାଉଛେ। ଏହାଦ୍ୱାରା ଆମେ ଈଶ୍ୱରଙ୍କୁ ପାସୋରି ଯାଉଛୁ। ଟିକେ ଚିନ୍ତା କରନ୍ତୁ, ଈଶ୍ୱରଙ୍କୁ ପାସୋରି ଆମେ ଜୀବନରେ କ’ଣ ହାସଲ କରି ପାରୁଛେ?
ଶ୍ରୀ ସତ୍ୟସାଇ ବାବା ତାଙ୍କ ଦିବ୍ୟ ସମ୍ଭାଷଣରେ ଆମ୍ଭମାନଙ୍କୁ ମାର୍ଗ ଦେଖାଇ କହିଛନ୍ତି, ”ପ୍ରେମ ସ୍ବରୂପଗଣ । ସୁଖ ଓ ଦୁଃଖ କେବଳ ଶରୀର ସହ ସମ୍ପୃକ୍ତ। ନିଜକୁ ଶରୀର ଭାବିବା, କେବଳ ଅଜ୍ଞତା ଯୋଗୁ ଆସିଥାଏ। ଦୀପ, ଚନ୍ଦ୍ର, ତାରକାମାନେ ଆମକୁ କେବଳ ଅନ୍ଧକାରରେ ଦେଖାଯାଆନ୍ତି, କିନ୍ତୁ ସୂର୍ଯ୍ୟ ଉଦିତ ହେବା ମାତ୍ରେ ଏମାନେ ଅଦୃଶ୍ୟ ହୋଇଯାଆନ୍ତି। ଠିକ୍‌ ସେହିଭଳି ଜ୍ଞାନର ସୂର୍ଯ୍ୟ ଉଦୟ ହେଲେ ସୁଖ ଓ ଦୁଃଖର ଭାବ ଅନ୍ତର୍ନିହିତ ହୋଇଯାଏ। ଯିଏ ଏହି ସତ୍ୟ ବୁଝେ ସେ ପ୍ରକୃତ ଜ୍ଞାନୀ। ପ୍ରାଣୀମାନେ ତ୍ରିଗୁଣର ଅଧୀନ। ଗୋଟିଏ ଆମ୍ବର ତିନୋଟି ଅବସ୍ଥା ଅଛି। କଷି, ପାକଳ ଓ ପାଚିଲା। କଷି ବେଳେ ଏହା କଷା ଲାଗେ, ପାକଳ ଅବସ୍ଥାରେ ଆମ୍ବିଳା ଓ ପାଚିଗଲେ ମିଠା ଲାଗେ। ଏହା ଆମ୍ବର ଦୋଷ ନୁହେଁ, ତାହାର ସହଜ ଧର୍ମ। ସେହିପରି ମଣିଷର ଅନ୍ତର୍ଗତ ଗୁଣ ଯେପରି, ତାହାର ବ୍ୟବହାର ସେହିପରି ହୋଇଥାଏ। ତେଣୁ ମଣିଷର ଆଚରଣରୁ ତାହାର ଅନ୍ତର୍ନିହିତ ଗୁଣ ଜଣା ପଡ଼ିଥାଏ। ନିଜର ଖରାପ ଗୁଣ ଚିହ୍ନିବାକୁ ଚେଷ୍ଟା ନ କରିବା ହେଉଛି ତମୋଗୁଣ। ଏହାକୁ ଚିହ୍ନି ମଧ୍ୟ ଦୂର ନ କରିବା, ରଜୋଗୁଣ। ଦୁର୍ଗୁଣକୁ ଚିହ୍ନି ଏହାକୁ ଦୂର କରିବା ଓ ପବିତ୍ର ଗୁଣ ପ୍ରତିଷ୍ଠା କରିବା, ସତ୍ୱଗୁଣ। ଏହି ତ୍ରିଗୁଣର ଅତୀତକୁ ଯିବା, ଋଷିଗୁଣ। ଭଲ ଲୋକମାନେ ସମସ୍ତଙ୍କର ଭଲ ହିଁ ଦେଖନ୍ତି। ସେମାନଙ୍କ ଆଖିରେ କାହାରି ଖରାପ ଗୁଣ ପଡ଼େନା। ସାଧାରଣ ଲୋକ ଭଲକୁ ଭଲ ଓ ଖରାପକୁ ଖରାପ ଆଖିରେ ଦେଖନ୍ତି। ଖରାପ ଲୋକ ଭଲରେ ଖରାପ ଦେଖନ୍ତି ଓ ଭଲର ନିନ୍ଦା କରନ୍ତି। ସବୁକିଛି କେବଳ ଖରାପ, କିଛି ଭଲ ନୁହେଁ ବୋଲି କହିବା ରାକ୍ଷସ ଗୁଣ। ପ୍ରଥମ ତିନୋଟି ମାନବ ଗୁଣ। ମାତ୍ର ଶେଷଟି ଦାନବ ଗୁଣ। ଆଜିକାଲି ତମୋଗୁଣ ଓ ରଜୋଗୁଣ ସବୁଠାରେ ଦେଖାଯାଉଛି, ନିଜର ଭୁଲ ଜାଣି ମଧ୍ୟ ତାକୁ ସଂଶୋଧନ ନ କରିବା ଲୋକ ଅନେକ ଅଛନ୍ତି। ଯେଉଁମାନେ ତୁମର ଭୁଲ ଦେଖାନ୍ତି ସେମାନଙ୍କୁ ତୁମର ପ୍ରକୃତ ବନ୍ଧୁ ବୋଲି ଜ୍ଞାନ କର। ପରୀକ୍ଷାକୁ ସ୍ବାଗତ ନ କଲେ ଉପରକୁ ଉଠିବ କିପରି? ତେଣୁ ନିଜର ଦୋଷ ଦେଖିବା ଉଚିତ। ରାମଚନ୍ଦ୍ର ମହାବୀର ଥିଲେ। ସେ କିଶୋର ବୟସରେ ସୁବାହୁ ଓ ତାଡ଼କାକୁ ମାରିଥିଲେ। ତରୁଣ ବୟସରେ ଶିବଧନୁ ଭାଙ୍ଗିଥିଲେ ଓ ପର୍ଶୁରାମଙ୍କୁ ପରାସ୍ତ କରିଥିଲେ। ସେ ଏକାକୀ ୧୪,୦୦୦ ରାକ୍ଷସଙ୍କୁ ହତ୍ୟା କରିଥିଲେ। ରାମ ରାବଣ ଯୁଦ୍ଧରେ ରାମଙ୍କ ବୀରତ୍ୱ ବର୍ଣ୍ଣନା କରିବାକୁ ବାଲ୍ମୀକି ଭାଷା ପାଇ ନାହାନ୍ତି। ରାମଙ୍କର ବୀରତ୍ୱର ମୂଳକାରଣ ଥିଲା ତାଙ୍କଠାରେ ଥିବା ଭଲ ଗୁଣ। ମଣିଷ ଭଲ ଗୁଣ ଦ୍ୱାରା ଯେ କୌଣସି କର୍ମ ସାଧନ କରିପାରେ। ତାହାର ବୀରତ୍ୱ ବା ଦୁର୍ବଳତା ପାଇଁ ମଣିଷର ଆହାର ଓ ବିହାର ଦାୟୀ। ରାମଚନ୍ଦ୍ର ସକଳ ସଦ୍‌ଗୁଣର ଆଧାର ଥିଲେ।“
ରାମଚନ୍ଦ୍ର ଅତୀବ ସୌନ୍ଦର୍ଯ୍ୟମୟ ଥିଲେ। ତାଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା କଲାବେଳେ ବାଲ୍ମୀକି ବିମୋହିତ ହୋଇ ଯାଉଥିଲେ। ରାମଙ୍କର ଅଙ୍ଗଶୋଭା ବର୍ଣ୍ଣନା କଲାବେଳେ ବାଲ୍ମୀକି କହିଛନ୍ତି , ଏପରି ସୌନ୍ଦର୍ଯ୍ୟ ଆଉ ସମ୍ଭବ ନୁହେଁ। ଏହି ସୌନ୍ଦର୍ଯ୍ୟ ଦେଖିଲେ ମଣିଷ ବିମୋହିତ ହୋଇଯିବ। ରାମଙ୍କର ଏହି ସୌନ୍ଦର୍ଯ୍ୟ ତାଙ୍କ ସଦ୍‌ଗୁଣରୁ ଜାତ ହୋଇଥିଲା। ତାଙ୍କର ବଳ ମଧ୍ୟ ଏହି ସଦ୍‌ଗୁଣରୁ ଜାତ। ମାତ୍ର ଆଜିକାଲିର ତରୁଣମାନଙ୍କୁ ଦେଖନ୍ତୁ। ସେମାନଙ୍କର ବାହାରଟା ହଂସପରି ଦିଶୁଥିଲେ ମଧ୍ୟ ଭିତରଟା କୁଆପରି। ମଣିଷ ନିଜ ମନ ପଛରେ ଦୌଡ଼ିବା ଉଚିତ ନୁହେଁ। ମନ ଗୋଟିଏ ବାଇଆ ମାଙ୍କଡ଼ ପରି। ସଂସାରର ବିଛା କାମୁଡ଼ିଲେ ଏହି ମାଙ୍କଡ଼ ଅଥୟ ହୁଏ। ଏ ଅବସ୍ଥାରେ କିପରି ନିଜକୁ ସଂଯତ କରିପାରିବା। ଯୌବନର ସନ୍ନିପାତ ଯୋଗୁ ଆମ୍ଭେମାନେ ମନୁଷ୍ୟତ୍ୱ ପାସୋରି ଯାଉଛେ। ମନରେ ବିଚାର କରନ୍ତୁ, ମୁଁ କ’ଣ ଦେଖିବା ଉଚିତ ଓ କ’ଣ ଦେଖିବା ଉଚିତ ନୁହେଁ। କ’ଣ କରିବା ଉଚିତ ଓ କ’ଣ କରିବା ଉଚିତ ନୁହେଁ। କ’ଣ ଅନୁଭବ କରିବା ଉଚିତ ଓ କ’ଣ କରିବା ଅନୁଚିତ। ଆମେ ମନର ପ୍ରରୋଚନାକୁ ଅନୁସରଣ କରି ଚାଲିଛେ। ମନ, ବାକ୍ୟ ଓ କର୍ମ ଏକ ହେବା ଦରକାର।
ଆଜିକାଲି ୧୬ବର୍ଷ ବୟସରେ ତରୁଣମାନଙ୍କୁ ଦେଖିଲେ ୬୦ ବର୍ଷର ବୁଢ଼ାପରି ଦେଖାଯାଉଛନ୍ତି। ସେମାନେ ଚାଲିଲାବେଳେ ଓଟ ପରି ଦେଖାଯାଉଛନ୍ତି, ମନେ ହେଉଛି ଚାଲୁ ଚାଲୁ ପଡ଼ିଯିବେ କି, ଦେହର ପୁଷ୍ଟି ସହିିତ ମନରେ ସନ୍ତୁଷ୍ଟି ଦରକାର। ଶରୀର ପୁଷ୍ଟ ଥିଲେ ମନ ଅଚଳ ରହିବ। ଆଧାର ନିର୍ମଳ ଓ ସୁଦୃଢ଼ ଥିଲେ ସେଥିରେ ପବିତ୍ର କିଛି ରଖିବା ସମ୍ଭବ ହେବ। ଆମେମାନେ ସ୍ଥିର ଭାବରେ କିଛି ସମୟ ବସି ପାରୁନାହଁୁ। ଶରୀରକୁ ଏପଟ ସେପଟ କରୁଛୁ। ତଳେ ବସ ବା ଚଉକିରେ ବସ, ସିଧା ହୋଇବସିବା କଥା। ସିଧାହୋଇ ବସିବା ହେଉଛି ଧ୍ୟାନ ମୁଦ୍ରା। ଆମର ବେଶ ପୋଷାକ ମଧ୍ୟ ଆତ୍ମ ସୂଚକ ହେବା ଉଚିତ। ଭଗବାନ ଶ୍ରୀସତ୍ୟସାଇ ଆହୁରି ମଧ୍ୟ କହିଛନ୍ତି ‘ଭାରତୀୟ ସଂସ୍କୃତି କହେ, ଅନୁକରଣ ଓ ଅନୁସରଣ କରିବା ବଳହୀନତାର ଚିହ୍ନ। ରାମ କାହାରିକୁ ଅନୁସରଣ ଓ ଅନୁକରଣ କରୁ ନ ଥିଲେ। ସେ ପିଲା ଥିଲାବେଳେ କୌଶଲ୍ୟା କୈକେୟୀ ଆଦି ମାଆମାନେ ନାନାପ୍ରକାର ପୋଷାକ ଆଣି ରାମଙ୍କୁ କହୁଥିଲେ ଅମୁକ ଅମୁକ ରାଜପୁତ୍ର ଏମିତି ପୋଷାକ ପିନ୍ଧୁଛନ୍ତି, ତୁ ମଧ୍ୟ ପିନ୍ଧି। ଉତ୍ତରରେ ରାମ କହୁଥିଲେ, ”ମୁଁ କାହିଁକି ଅନ୍ୟକୁ ଅନୁସରଣ କରିବି? ଅନ୍ୟକୁ ଅନୁସରଣ କରିବା ଦାସତ୍ୱର ଚିହ୍ନ’। ମାତ୍ର ଆଜିକାଲି ତୁମ୍ଭମାନଙ୍କର ସାରା ଜୀବନ ଖାଲି ଅନ୍ୟକୁ ଅନୁକରଣ କରିବାରେ କଟିଯାଉଛି। ଯଦି ଦେଖିଲେ କିଏ ଲମ୍ବା କଲି ବା ଲମ୍ବା କେଶ ରଖିଛି, ତୁମେ ସଙ୍ଗେ ସଙ୍ଗେ ତାକୁ ଅନୁକରଣ କରୁଛ। କିଏ ଚିପା ପ୍ୟାଣ୍ଟ ବା ଢିଲା ପ୍ୟାଣ୍ଟ ପିନ୍ଧିବା ଦେଖିଲେ ତୁମେ ସଙ୍ଗେ ସଙ୍ଗେ ସେହିପରି ପୋଷାକ ପିନ୍ଧିବା ଆରମ୍ଭ କରି ପକାଉଛ। ନିଜ ବିବେକକୁ ଅନୁସରଣ କର। ନିଜର ସ୍ବାଧୀନ ଚିନ୍ତାକୁ ଅନୁସରଣ କର।
ଅଲିଶା ବଜାର, କଟକ
ମୋ : ୯୩୩୭୨୪୨୯୫୫


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri