ବିବାହ ଚତୃର୍ଥୀ ଭୋଜିରେ ବଜ୍ରପାତ : ବର ମୃତ, ମହିଳାଙ୍କ ସମେତ ୪ ଗୁରୁତର

ଆନନ୍ଦପୁର,୧୬।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅଞ୍ଚଳରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି ା ବିବାହ ଚତୁର୍ଥୀ ଭୋଜି ଚାଲି ଥିବାବେଳେ ବଜ୍ରପାତ ଘଟି ବରର ମୃତ୍ୟୁ ଘଟିଛି।  ଜଣେ ମହିଳାଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ହରିଚନ୍ଦନପୁର ଥାନା ଟାଙ୍ଗିରିଆପାଳ କୋଠଘାଟି ସାହିର ଜିତେନ୍ଦ୍ର ମୁର୍ମୁଙ୍କ ବୁଧବାର ଚତୁର୍ଥୀ ଥିଲା। ଏଥିପାଇଁ ଗାଁ ଦାଣ୍ଡରେ ଭୋଜିର ଆୟୋଜନ କରାଯାଇଥିଲା ା ଜିତେନ୍ଦ୍ରଙ୍କ ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବ ଏହି ଭୋଜିର ମଜା ଉଠାଉଥିଲେ ା ଜିଜେନ୍ଦ୍ର ବି ବୁଲି ବୁଲି କିଏ ଭୋଜି ଖାଇଲା ନ ଖାଇଲା ପଚାରି ବୁଝୁଥିଲେ ା ଏହି ସମୟରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା ା ଅଳ୍ପ ବର୍ଷ ସହିତ ହଠାତ୍‌ ବଜ୍ରପାତ ହୋଇଥିଲା। କେହି କିଛି ଚିନ୍ତା କରିବା ପୂର୍ବରୁ ବଜ୍ରପାତରେ ଜିତେନ୍ଦ୍ର, ତାଙ୍କ ମାଈଁ ସୁଲୋଚନା, ମାମୁ ଫଗୁରାମ, ସାନ ଭାଇ ମୁନା ଓ ଅନ୍ୟ ଜଣେ ସମ୍ପର୍କୀୟ ଭାଇ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଗାଁ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ତୁରନ୍ତ କେଶଦୁରାପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଜିତେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଜଣାପଡିବା ପରେ ବାହାଘରର ଖୁସି ନିମିଷକ ଭିତରେ ଲୁହରେ ଭାସି ଯାଇଥିଲା ।

ଅନ୍ୟ ଏକ ସୂଚନା ଅନୁଯାୟୀ, ଘଷିପୁରା ଥାନା ଅଧୀନ ବାଟସାହିରେ ସଞ୍ଜୟ ସୋରେନ ନାମକ ଜଣେ ଯୁବକ ବଜ୍ରପାତରେ ଗୁରୁତର ହୋଇଛନ୍ତି। ସେ ପୋଖରୀରୁ ଗାଧୋଇ ଫେରୁଥିବାବେଳେ ବଜ୍ରପାତ ଘଟିଥିଲା। ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବାଲେଶ୍ୱର/ବସ୍ତା, ୮।୭( ହରିଶଙ୍କର ପାଢ଼ୀ/ବାଞ୍ଛାନିଧି ଦେ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri