ବିବାଦ ସମାଧାନରେ ବିଫଳ ହେଉଛି ଏଡିଏମ୍‌ ଅଫିସ

ପାରାଦୀପ,୧୪ା୧(ସ୍ବ.ପ୍ର.):ପାରାଦୀପ ଶିଳ୍ପାଞ୍ଚଳର ଅନେକ ଶିଳ୍ପସଂସ୍ଥାରେ ଏବେ ଶ୍ରମିକ ଅଶାନ୍ତି ଦେଖାଯାଇଛି। ସେହିପରି ଜମିହରା-ବିସ୍ଥାପିତ ନିଯୁକ୍ତି ପାଇଁ ଧାରଣା ଦେଉଛନ୍ତି। ୟୁନିୟନ, ସଂଘ, ପରିଷଦ, ସମିତି, ଟ୍ରଷ୍ଟ ଆଦି ମଧ୍ୟରେ ଗଣ୍ଡଗୋଳ, ପରିବହନକୁ ନେଇ ମୁହଁାମୁହିଁ ପରିସ୍ଥିତି ହେଉଛି। ଟ୍ରାଫିକ ଓ ପ୍ରଦୂଷଣ ସମସ୍ୟା ଲାଗି ରହିଛି। ତେବେ ଏସବୁ ସମସ୍ୟାର ସମାଧାନ କରିବା ପ୍ରଶାସନର କାମ। ସରକାର ଏସବୁ ସମସ୍ୟା ସମାଧାନ କରିବା ପାଇଁ ଏକ ଅତିରିକ୍ତ ଜିଲାପାଳ (ଏଡିଏମ୍‌) ଅଫିସ ପାରାଦୀପରେ ପ୍ରତିଷ୍ଠା କରିଛନ୍ତି। କିନ୍ତୁ ଉକ୍ତ ଅଫିସ ଉପରୋକ୍ତ ସମସ୍ୟାଗୁଡ଼ିକ ସମାଧାନ କରିବାରେ ଏକ ପ୍ରକାର ବିଫଳ ହେଉଥିବା ଅଭିଯୋଗ ହେଉଛି। ଏପରି କି ଉକ୍ତ ଅଫିସ ଦ୍ୱାରା କେତେକ ସଙ୍ଗଠନ ନିରାଶ ହୋଇ ଅଫିସ ଆଗରେ ଧାରଣା ଦେଲେଣି। ଏପରି ବ୍ୟବସ୍ଥା ବର୍ତ୍ତମାନ ୫-ଟି ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଏ ଦିଗରେ ସରକାର ଦୃଷ୍ଟିଦେବାକୁ ଦାବି ହୋଇଛି।
ପାରାଦୀପ ବନ୍ଦର ପୂର୍ଣ୍ଣମାତ୍ରାରେ ୧୯୭୦ ଦଶକରୁ କାର୍ଯ୍ୟକ୍ଷମ ହୋଇଥିଲା। ସେତେବେଳେ ଶ୍ରମିକ ସଂଗଠନ ମଧ୍ୟରେ ବିବାଦ, ପିପଏଲ୍‌ କାରଖାନା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଅଧିକାଂଶ ଲୋକେ କଟକ ଯାଉଥିଲେ। କାରଣ ସେତେବେଳେ କଟକରେ ଜିଲାପାଳଙ୍କ କାର୍ଯ୍ୟାଳୟ ଥିଲା। ଏପରି ଅସୁବିଧାକୁ ଟାଳିବା ପାଇଁ ୧୯୭୯ ଅଗଷ୍ଟ ୧୦ରେ ପାରାଦୀପରେ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ଖୋଲିଲା। ସେବେଠାରୁ ଏପର୍ଯ୍ୟନ୍ତ ୨୪ ଏଡିଏମ୍‌ କାର୍ଯ୍ୟ କରିଗଲେଣି। ଉକ୍ତ ଏଡିଏମ୍‌ ଅଫିସରେ ସାଧାରଣ ଲୋକଙ୍କ କାମ କହିଲେ ଡାକବାଜି ଯନ୍ତ୍ର ବଜାଇବା ଓ ବାଣଫୁଟା ଫାଇଁ ସ୍ବୀକୃତି ବ୍ୟତୀତ ଅନ୍ୟ କୌଣସି କାମ ହେଉନାହିଁ। କାର୍ଯ୍ୟକାରିତା, ତଦାରଖ, ଅର୍ଥ କାରବାର ଭଳି ସମସ୍ତ କାମ ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ହେଉଛି। ୧୯୯୩/୯୪ରେ ଜିଲା ସମ୍ପ୍ରସାରଣରେ ଜଗତ୍‌ସିଂହପୁର ଜିଲା ହୋଇଥିଲା। ସେଠାରେ ଉପଜିଲାପାଳ ଓ ଅତିରିକ୍ତ ଜିଲାପାଳ ପଦବୀ ଅଛି।
ପାରାଦୀପ ଏଡିଏମ୍‌ ଅଫିସ କେବଳ ଶିଳ୍ପ ବିବାଦକୁ ସମାଧାନ କରିବା ପାଇଁ ଉଦ୍ଦିଷ୍ଟ। ୨୦୦୦ ମସିହାରୁ ତୈଳବିଶୋଧନାଗାର ପାଇଁ ଜମି ଅଧିଗ୍ରହଣ ହେଲାଣି। ସେହି ପ୍ରକଳ୍ପ ପାଇଁ ଜମି ହରାଇଥିବା ୧୭୫୨ ପରିବାର ଓ ୧୪୩ ବିସ୍ଥାପିତ ଏପର୍ଯ୍ୟନ୍ତ ନିଯୁକ୍ତି ପାଇଁ ସଂଘର୍ଷ କରୁଛନ୍ତି। ଶହେରୁ ଊର୍ଦ୍ଧ୍ୱଥର ଧାରଣା ଓ ପ୍ରଶାସନିକ ଆଲୋଚନା ପରେ ମଧ୍ୟ ସମାଧାନର ବାଟ ବାହାରି ପାରୁନାହିଁ। ସମାନଭାବେ ପିପିଏଲ୍‌, ଇଫ୍‌କୋ, ଏସାର ଷ୍ଟିଲ, ଗୋଆ କାର୍ବନ, ପାରାଦୀପ କାର୍ବନ, ବିଅର ଫ୍ୟାକ୍ଟ୍ରି, ଆଦାନୀ ଓ୍ବିଲମାର, ୪ଟି ତୈଳ ଗ୍ୟାସ ଟର୍ମିନାଲ ପାରାଦୀପ ବନ୍ଦରରେ ଲାଗି ରହିଛି। ସଦ୍ୟ ପାରାଦୀପରେ ଥିବା ୩ଟି ପୁରୁଣା ଟ୍ରକ ମାଲିକ ସଂଘ ଓ ନୂଆକରି ସୃଷ୍ଟ ୪ଟି ସଂଘ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚତ୍ଛି। ଏହାକୁ ୨ଥର ଏଡିଏମ୍‌ ଆଲୋଚନା ପାଇଁ ବୈଠକ କରିଥିଲେ ହେଁ ନିଷ୍କର୍ସ ବାହାରିପାରିନାହିଁ। ମାମଲା ହାଇକୋର୍ଟରେ ପହଞ୍ଚତ୍ବା ପରେ କୋର୍ଟଙ୍କ ନିର୍ଦ୍ଦେଶ ମତେ ପାରାଦୀପ ପୋଲିସ କେସ୍‌ କରିଛି ଏବଂ ଜିଲା ପ୍ରଶାସନ ୨ ମାସ ମଧ୍ୟରେ ସମାଧାନ ପାଇଁ ନିର୍ଦ୍ଦେଶ ଅଛି। ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋଟର୍ମିନାଲ)ରେ ଶ୍ରମିକ ବିବାଦକୁ ସମାଧାନ କରିବାରେ ବିଫଳ ହେବାରୁ ସେଠାରେ ଶ୍ରମିକଙ୍କ ଧାରଣା ବଳବତ୍ତର ରହିଛି। କଳିଙ୍ଗ ବାଲିଯାତ୍ରାରେ ଟେଣ୍ଡର ପୂର୍ବରୁ ଟେଣ୍ଟ ନିର୍ମାଣ ହେବା ଘଟଣାକୁ ନେଇ ଭାଜପା ୮ ଦିନ ଧରି ଧାରଣା ଦେଇଥିଲା। ଏଡିଏମ୍‌ ଅଫିସରେ ଥିବା ୩ଜଣ କିରାଣୀଙ୍କ ମଧ୍ୟରେ ପଦବୀକୁ ନେଇ ମାମଲା ଥାନାରେ ପହଞ୍ଚତ୍ଥିଲା। ଏହା ଏବେକୋର୍ଟରେ ବିଚାରାଧୀନ ଅଛି। ଏଡିଏମ୍‌ଙ୍କ ନିୟନ୍ତ୍ରଣ ଥିବା ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ ଅଫିସ ସ୍ଥାଣୁରେ ଅଛି। କାର୍ଗିଲି ଇଣ୍ଡିଆ କମ୍ପାନୀ ବିକ୍ରିବେଳେ ଶ୍ରମିକଙ୍କୁ ଧାରଣା ପାଇଁ ସ୍ବୀକୃତି ନ ମିଳିବାରୁ ସେମାନେ ରାତି ଅଧିଆ ଅନ୍ଦୋଳନ କରିଥିଲେ। ଅଠରବାଙ୍କିଠାରୁ ଦୋଛକି ପର୍ଯ୍ୟନ୍ତ ରାସ୍ତାରେ ଦୁର୍ଘଟଣା ଓ ପ୍ରଦୂଷଣ ହେଉଛି। ସେଠାରେ ଟ୍ରାଫିକ ପୋଷ୍ଟ କରିବା ପାଇଁ ଏକ କମ୍ପାନୀ ଇଚ୍ଛୁକ। ସେହି ପ୍ରସଙ୍ଗକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ ତାହା କିଛିକାଂଶରେ ସଫଳ ହୋଇପାରନ୍ତା। ତା’ ମଧ୍ୟ ହେଉନାହିଁ। କୁଜଙ୍ଗ ଭୂତମୁଣ୍ଡାଇ ଅଞ୍ଚଳରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ପାଇଁ ୨ ବର୍ଷ ହେଲା ଆନ୍ଦୋଳନ ଚାଲିଛି। ଭୂତମୁଣ୍ଡାଇଠାରେ ପ୍ରସ୍ତାବିତ ଟ୍ରକ ଟର୍ମିନାଲ ପ୍ରସ୍ତାବକୁ ଏବେ ସୁଦ୍ଧା କାର୍ଯ୍ୟକାରୀ କରାଯାଉନାହିଁ। ପାରାଦୀପ ବନ୍ଦର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଜମି ବିବାଦ ୫୮ ବର୍ଷ ହେଲା ଲାଗି ରହିଛି। ତାଳଦଣ୍ଡା କେନାଲ ପାଣି ପ୍ରଦୂଷିତ ହେବା ଏବଂ ଖରାଦିନେ ସଙ୍କଟ ଲାଗିରହିଛି। ରାଜ୍ୟ ଓ ଜାତୀୟ ରାଜପଥ କଡ଼ରେ ଜବରଦଖଲ ବଢ଼ିଚାଲିଛି। ପାରାଦୀପ ପୌରାଞ୍ଚଳରେ ଥିବା ବସ୍ତିବାସିନ୍ଦାଙ୍କୁ ଏବେ ସୁଦ୍ଧା ସର୍ବନିମ୍ନ ମୌଳିକ ସୁବିଧା ମିଳିନାହିଁ। ମାଛଧରା ବନ୍ଦରଠାରୁ ଆରମ୍ଭ କରି ଟ୍ରେଡ ୟୁନିୟନ ପର୍ଯ୍ୟନ୍ତ ଶତାଧିକ ଅଭିଯୋଗ ତାଲିକା ରହିଛି। ଜେଏସ୍‌ଡବ୍ଲ୍ୟୁ ଅଫିସରେ ଚାକିରି ପାଇଁବା ପାଇଁ ଯେଉଁମାନେ ଆନ୍ଦୋଳନ କରିଥିଲେ ସେମାନଙ୍କୁ ନ୍ୟାୟ ମଳି ନ ଥିଲା। ଫଳରେ ସେମାନେ ଅଫିସରେ ପଶି ଭଙ୍ଗାରୁଜୁ କରିଥିଲେ। ଏହି ଘଟଣାରେ ୨୮ ଜଣ ଗିରଫ ହୋଇଛନ୍ତି। ତଥାପି ଏହାର ସମାଧାନ ହୋଇ ପାରିନାହିଁ। ପାରାଦୀପ ଡକ୍‌ ଆଣ୍ଡ୍‌ ମଜଦୁର ୟୁନିୟନ ସମ୍ପାଦକ ସନାତନ ବେହେରା କହିଛନ୍ତି, ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମାସେ ହେବ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନି। ଫଳରେ ୪ଦିନ ହେଲା ଶ୍ରମିକମାନେ ଧାରଣାରେ ବସିଛନ୍ତି। ସେହିପରି ଅନ୍ୟ ଶ୍ରମିକ ସଙ୍ଗଠନ ମଧ୍ୟ ସମସ୍ୟା ସମାଧାନ ହେଉ ନ ଥିବା ଅଭିଯୋଗ କରିଛନ୍ତି। ଭାଜପା ଯୁବନେତା ସମ୍ପଦ ସ୍ବାଇଁ ବି ଏଭଳି ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଏଡିଏମ୍‌ କାହ୍ନୁଚରଣ ଧୀରଙ୍କୁ ପଚାରିବାରେ ସେ କହିଥିଲେ, ଶିଳ୍ପ ବିବାଦ ଓ ଆଇନ ଶୃଙ୍ଖଳା ଦିଗରେ ଆମ ଅଫିସ କାର୍ଯ୍ୟକରେ। ତେବେ ଯେତେବେଳେ ଯେଉଁ ବିବାଦ ସୃଷ୍ଟି ହେଉଛି ତାର ସମାଧାନ ପାଇଁ ସମସ୍ତ ଉଦ୍ୟମ କରାଯାଉଛି। ଲୋକେ ଏଭଳି ଅଭିଯୋଗ କରିବେ। ଏହା କିଛି ନୂଆ କଥାନୁହେଁ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri