ବିପଦ୍‌ ଅବସ୍‌ତାରେ ପଁଚେତ୍‌ କୁଠା

ଲାଠୋର, ୧୬ା୯ (ଡି.ଏନ.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ କରୁଆଁଝର ପଁଚେତ୍‌ ଅଫିସ କୁଠା ବିପଦ୍‌ ଅବସ୍‌ତାରେ ରହିଛେ। ହେଲେ ଇ କୁଠାର ମରାମତି କି ନୂତନ କୁଠା ତିଆର ଦିଗେ ପରଶାସନ ପଦକ୍ଷେପ ନାଇଁ ନେବାର।
ସୂଚନା ଅନ୍‌ସାରେ ଗଲା ୨୦୧୨ ସାଲେ ଥାପିତ ଇ ପଁଚେତ୍‌ ତରଫୁ ଅଂଲଚର କରୁଆଁଝର, ମସିଣା, ଝଲିଆଲିଟି, ସାନଗୁର୍ଜିଭଟା, ଚାଉଲଡିଆ ଗଁାବାସୀକୁ ସେବା ଯୁଗେଇ ଦିଆଯାଉଛେ। ସେ ସମିଆରେ ଲକ୍ଷାଧିକ ଟଁକା ଖରଚ୍‌ରେ ପଁଚେତ୍‌ର ଅଫିସର କୁଠା ତିଆର କରାଯାଇଥିଲା। ହେଲେ ଏହେଦେ କୁଠାଟା ବିପଦ୍‌ ଅବସ୍‌ତାରେ ରହିଛେ, ଅଲପ ବରଷା ପାଏନ୍‌ରେ ବି ଛାତ୍‌ରୁ ଦରୋ ଦରୋ ପାଏନ୍‌ ଗଲୁଛେ। ଏନ୍‌ତା କି କୁଠାର କଁାଥିଯାକ ଫାଟି ଅଁା କରି ରହିଛେ। କେତେବେଲେ କେନ୍‌ ଅଘଟନ ଘଟବା କିଛି କହି ନାଇଁ ହେବାର। ଯେନ୍‌ଥିରଲାଗି ଏହେଦେ ଭଏରେ ପଁଚେତ୍‌ କୁଠାରେ କେହେନ୍‌ସି ବଇଠକ୍‌ କି ଉନିଆ କାଯ୍‌କରମ କରାଯାଇ ନାଇଁ ପାରବାର। କୁଠାର ମରାମତି ଲାଗି ସରପଁଚ୍‌ ବିଜୟଲକ୍ଷ୍ମୀ ବାଗ ଏକ୍ସନପ୍ଲାନ ତିଆର କରି ଗ୍ରାମପଞ୍ଚାୟତ ଅଧ୍‌କାରୀକୁଁ ମଂଜୁରୀ ଲାଗି ପଠେଇଥିଲେ। ହେଲେ ଗ୍ରାମପଞ୍ଚାୟତ ଅଧ୍‌କାରୀ ମଂଜୁରୀ ଦେବାର ଜାଗାରେ ପଁଚେତ୍‌ର କାମ୍‌ ସବୁ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ କରାଯାଉ ବୋଲି କହିଥିଲେ। ହେଲେ ଇଆଡ଼େ ପାଖାପାଖି ୧୦ ବଛର ହେଲା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ବି ପୂରା ହେଇ ନୁହେପାରେ। ଏନ୍‌ତାଥି କରୁଅଁାଝର ପଁଚେତ୍‌ ଝୁଲି ରହିଛେ। ଖପ୍ରାଖୋଲ ବ୍ଲକ ଗ୍ରାମପଞ୍ଚାୟତ ଅଧ୍‌କାରୀ ସୁଶାନ୍ତ କୁମାର ପାଣିକୁଁ ପଚରାଲରୁ ଯଦି ପଁଚେତ୍‌ କୁଠା ବିପଦ୍‌ ଅବସ୍‌ତାରେ ଅଛେ, ଅଫିସକେ ରାଜୀବ ଗାନ୍ଧୀ ସେବାକେନ୍ଦ୍ରକେ ଉଠେଇ ନିଅ ବଲି ସେ କହିଥିଲେ। ହେଲେ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଯଦି ପଁଚେତ୍‌ କାମ୍‌ ଚାଲବା ତ ଭିନେ ଭିନେ ସରକାରୀ, ବେସରକାରୀ କାଯ୍‌କରମ କେନ୍‌ଠାନେ ହେବା ବଲି ସରପଁଚ୍‌ ଉଲଟିଆ ତାହାକୁ ପ୍ରଶ୍ନ କରିଥିବାର କହିଛନ୍‌। ଇ ଦିଗେ ବ୍ଲକ ଆର ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ପଁଚେତ୍‌ବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri