ବିପଦସଙ୍କୁଳ ଅବସ୍ଥାରେ ଜେନାପୁର ହାଇ ସ୍କୁଲ: ସାମାନ୍ୟ ବର୍ଷାରେ ପାଣି ଗଳୁଛି

ଜେନାପୁର,୭।୭(ଡି.ଏନ୍‌.ଏ.)- ଯାଜପୁର ଜଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବହୁ ପୁରାତନ ଜେନାପୁର ହାଇ ସ୍କୁଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୧୯୫୯ରେ ସ୍ଥାପିତ ବିଦ୍ୟାଳୟରେ ବର୍ତ୍ତମାନ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୨୧ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେମାନଙ୍କୁ ଶିକ୍ଷା ଦାନ କରିବା ପାଇଁ ୧୩ ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକ ରହିଛନ୍ତି। ଦୀର୍ଘବର୍ଷ ଧରି ବିଦ୍ୟାଳୟ ଶ୍ରେଣୀ ଗୃହ ମରାମତି ନ ହୋଇ ପଡି ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ତିଆରି ହୋଇଥିବା ଶ୍ରେଣୀଗୃହଗୁଡିକ ମରାମତି ଅଭାବରୁ କାନ୍ଥ ଫାଟି ଯାଇଛି। ୭ମ ଓ ୮ମ ଶ୍ରେଣୀ ଗୃହ, ବାରଣ୍ଡା, ଅଫିସ କାର୍ଯ୍ୟାଳୟ ଓ ଶିକ୍ଷକଙ୍କ ସାଧାରଣ ପ୍ରକୋଷ୍ଠ ଗୃହରେ ସାମାନ୍ୟ ବର୍ଷାରେ ପାଣି ଗଳୁଛି। ଫଳରେ ପାଠପଢା ବାଧାପ୍ରାପ୍ତା ହେବା ସହ ଅନ୍ୟାନ୍ୟ ସମସ୍ୟା ଦେଖାଦେଉଛି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ସ୍ବାଇଁଙ୍କୁ ପଚାରିବାରୁ, ଏ ବାବଦରେ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା କହିଛନ୍ତି। ତୁରନ୍ତ ଶ୍ରେଣୀ ଗୃହଗୁଡିକର ମରାମତି ସହ ନୂତନ ଶ୍ରେଣୀ ଗୃହ ପ୍ରତିଷ୍ଠା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁର ରୋଡ-ଧାମରା ରେଳପଥ ନିର୍ମାଣ ଦାବିରେ ଗଣ ସମ୍ମଳନୀ : ଆଗାମୀ ଦିନରେ ଜୋରଦାର କରାଯିବ ଆନ୍ଦୋଳନ

ଯାଜପୁର ରୋଡ,୫ା୮(ନି.ପ୍ର.): ଯାଜପୁର ରୋଡ୍‌ସ୍ଥିତ ଭୀମସେନ ପ୍ୟାଲେସଠାରେ ରବିବାର ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଏକ ଗଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଝରାଫୁଲଙ୍କ ମୃତ୍ୟୁ ମିଷ୍ଟ୍ରୀ: ବିରିୟାନି ଦୋକାନରେ କରିଥିଲେ ବାନ୍ତି, ଗେଷ୍ଟ ହାଉସ୍‌ର ରୁମ୍‌ ନଂ.୨୦୧ ସିଲ୍‌

ଭୁବନେଶ୍ୱର(ବ୍ୟୁରୋ)/ଯାଜପୁର ଅଫିସ/ ରସୁଲପୁର(ଡି.ଏନ.ଏ.),୩୧ା୧: ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ରହସ୍ୟଘେରରେ ରହିଛି।...

ବେଆଇନ ବାଲି ଖାଦାନ ଅଣାୟତ୍ତ: ବାରଣ ସତ୍ତ୍ୱେ ବ୍ୟବହାର ହେଉଛି ମେଶିନ

ଯାଜପୁର ଅଫିସ,୬ା୧- ଯାଜପୁର ଜିଲାରେ ରାଜନୈତିକ ଛତ୍ରଛାୟା ତଳେ ବେଆଇନ ଲଘୁ ଖଣିଜ ସମ୍ପଦ ଲୁଟ ସୀମା ଲଂଘିଛି। ଟାସ୍କଫୋର୍ସ କମିଟି, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ,...

ନଗଡ଼ା ହେବ ଇକୋ ଟ୍ୟୁରିଜମ: ଶକ୍ତିମନ୍ତ୍ରୀ

କାଳିଆପାଣି,୧୪ା୧୨(ଡି.ଏନ.ଏ.): ବହୁ ଚର୍ଚ୍ଚିତ ନଗଡାକୁ ଇକୋ ଟ୍ୟୁରିଜମ ବା ପରିବେଶ ପର୍ଯ୍ୟଟନଭାବେ ପରିଣତ କରିବାକୁ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଘୋଷଣା କରିଛନ୍ତି। ଶୁକ୍ରବାର ମନ୍ତ୍ରୀ...

ଜିଲାପାଳଙ୍କ ଅଭିଯୋଗ ଶୁଣାଣି:୧୪୪ ଅଭିଯୋଗରୁ ୭୧ଟିର ତତ୍କାଳ ସମାଧାନ

ଯାଜପୁର ଟାଉନ,୧୧-୯(ଡି.ଏନ୍‌.ଏ.)- ଜିଲାସ୍ତରୀୟ ଅଭିଯୋଗ ଶୁଣାଣି ସ୍ଥାନୀୟ ଜିଲାପରିଷଦ ସଭାଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ତେବେ କ୍ରମାଗତ ଛୁଟି, ବର୍ଷାଋତୁ ଓ ବିଶେଷ ପ୍ରଚାରପ୍ରସାର ନ...

କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନରେ ଅନିୟମିତତା: ଜଣେ ରିଟେଲର ନିଲମ୍ବିତ,୨ ଜଣଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ

ରସୁଲପୁର,୨|୮(ଡିଏନ୍‌ଏ)- ରସୁଲପୁର ବ୍ଲକ ଅଧୀନ କଲଣ ପଞ୍ଚାୟତର ବେସରକାରୀ ଖୁଚରା ବିକ୍ରେତା(ରିଟେଲର) କାଳନ୍ଦୀ ଚରଣ ସାହୁଙ୍କୁ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ନିଲମ୍ବନ କରିଛନ୍ତି...

ଲୁହାପଥରର ଅହେତୁକ ମୂଲ୍ୟବୃଦ୍ଧି

ଯାଜପୁର ଅଫିିସ,୯।୨: ରାଜ୍ୟ ବାହାରର ଶିଳ୍ପ ସଂସ୍ଥାଗୁଡିକୁ ଦୈତାରିରୁ ଖଣିଜ ସମ୍ପଦ କିଣିବାକୁ ଦ୍ୱାର ଖୋଲିଯିବା ପରେ ଏଠାରେ ଲୁହାପଥର ଦର ଆକାଶଛୁଆଁ ହୋଇଛି। ରାଜ୍ୟ...

ଗୀତ ଗାଇ ସଚେତନ କଲେ ଥାନାଧିକାରୀ

ବିଞ୍ଝାରପୁର,୧୫ା୪(ଡି.ଏନ.ଏ): କରୋନା ମହାମାରୀ ଏବେ ସମଗ୍ର ବିଶ୍ୱରେ ତାଣ୍ଡବ ରଚିବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧକମୂଳକ...

Advertisement


Archives

Model This Week