ବିପଦପୂର୍ଣ୍ଣ ଅବସ୍ଥାରେ ୩୩ କେ.ଭି ଲାଇନ ମରାମତି: ସୁରକ୍ଷା ସରଞ୍ଜାମ ବିନା କାର୍ଯ୍ୟ କରୁଛନ୍ତି ଠିକା ଶ୍ରମିକ

ଯାଜପୁର ରୋଡ,୧।୮(ନି.ପ୍ର): ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ଆବଶ୍ୟକ ସୁରକ୍ଷା ଉପକରଣ ଯୋଗାଇବା ପାଇଁ ନିୟମ ରହିଛି। କିନ୍ତୁ ନେସ୍କୋ ୟୁନିଟିରେ ଠିକା ଶ୍ରମିକଙ୍କୁ ବିନାସୁରକ୍ଷା ଉପକରଣରେ ବିପଦପୂର୍ଣ୍ଣ କାମରେ ଲଗାଉଛନ୍ତି। ଏପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଯାଜପୁରରୋଡ ବିଦ୍ୟୁତ ବିଭାଗ ଅଧିନରେ ପୌରାଞ୍ଚଳର ଚୋରଦାଠାରୁ ନହକା ପର୍ଯ୍ୟନ୍ତ ୩୩କେ.ଭି ହାଇଭୋଲଟେଜ୍‌ ଲାଇନ ମରାମତି କାର୍ଯ୍ୟରେ। ଅଧିକାଂଶ ଖୁଣ୍ଟ ନିମ୍ନମାନର ହୋଇଥିବାରୁ ସାମାନ୍ୟ ବର୍ଷା ପବନରେ ବଙ୍କା ହୋଇଯାଉଛି। ଏପରି କି ଅଧିକାଂଶ ଖୁଣ୍ଟରେ ଶଙ୍ଖ ଫାଟିଯିବା ସହ ତାର ଛିଣ୍ଡିବା ନିତିଦିନଆ ଘଟଣାରେ ପରିଣତ ହୋଇଛି। ଫଳରେ ବିଦ୍ୟୁତ ସେବା ଘଣ୍ଟାଘଣ୍ଟା ଧରି ବ୍ୟାହତ ରହୁଛି। ନେସ୍କୋ ୟୁଟିଲିଟି ପକ୍ଷରୁ ଠିକାଦାର ମାଧ୍ୟମରେ ଠିକା ଶ୍ରମିକ ଦ୍ୱାରା କାର୍ଯ୍ୟ କରାଯାଉଛି। ସେମାନଙ୍କୁ କୌଣସି ସୁରକ୍ଷା ଉପକରଣ ନ ଯୋଗାଇ ୩୦ଫୁଟରୁ ଊର୍ଦ୍ଧ୍ୱ ଉଚ୍ଚ ଖୁଣ୍ଟ ଉପରେ ଚଢାଇ ବିପଦ ସଙ୍କୁଳ ଅବସ୍ଥାରେ କାର୍ଯ୍ୟ କରାଯାଉଛି। ହ୍ୟାଣ୍ଡ ଗ୍ଲୋବ୍‌ସ, ସୁରକ୍ଷା ବେଲ୍ଟ, ଯୋତା ଓ ହେଲମେଟ ନ ଯୋଗାଇ କାର୍ଯ୍ୟରେ ନିୟୋଜିତ କରାଯାଉଛି। ରାତ୍ରିରେ କାର୍ଯ୍ୟ କରିବା ସମୟରେ ଟର୍ଚ୍ଚ ଲାଇଟ ମଧ୍ୟ ଯୋଗାଇ ଦିଆଯାଉ ନାହିଁ। ଶ୍ରମିକମାନେ ପରିବାର ପ୍ରତିପୋଷଣ କରିବା ପାଇଁ କମ୍‌ ଦରମାରେ କାର୍ଯ୍ୟ କରୁଛନ୍ତି। ସରକାର ଧାର୍ଯ୍ୟ କରିଥିବା ଦରମା ଅନୁସାରେ ସେମାନଙ୍କୁ ଠିକାଦାର ପାଉଣା ଦେଉନାହାନ୍ତି। ଏପରି କି କୈାଣସି ଦୁର୍ଘଟଣାରେ ମୃତ୍ୟୁହେଲେ ଠିକାଦାର କ୍ଷତି ପୂରଣ ମଧ୍ୟ ଦେଉ ନାହାନ୍ତି। ଏହି ଶ୍ରମିକମାନେ ନେସ୍କୋ ୟୁଟିଲିଟିର କର୍ମଚାରୀ ହୋଇ ନ ଥିବାରୁ ସେମାନଙ୍କୁ କ୍ଷତିପୂରଣ ମିଳିପାରୁ ନାହିଁ। ଠିକାଦାରମାନେ ଶ୍ରମିକମାନଙ୍କ ଭବିଷ୍ୟନିଧି ପାଣ୍ଠିର ବ୍ୟବସ୍ଥା କରୁନାହାନ୍ତି। ଏଥିପ୍ରତି ଶ୍ରମ ବିଭାଗ ଦୃଷ୍ଟି ଦେବାସହ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସମାଜସେବୀ ପବିତ୍ର ମହାନ୍ତି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ: ସ୍ନାତକୋତ୍ତରରେ ୮୪.୮ ପ୍ରତିଶତ…

ବଲାଙ୍ଗୀର,୫।୬(ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଓ ଇଣ୍ଟ୍ରିଗେଟେଡ ବିଏଡ-ଏମଏଡ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ସ୍ନାତକୋତ୍ତରରେ ୮୪.୮ ପ୍ରତିଶତ, ସ୍ନାତକ…

ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଲା ଭାରତ

କାକାମିଗାହାରା,୫ା୬: ଭାରତ ୧୮ ବର୍ଷରୁ କମ୍‌ ଏସିଆକପ୍‌ ହକିର ଏକ ହାଇ ଭୋଲ୍‌ଟେଜ୍‌ ସେମିଫାଇନାଲରେ ୫-୩ ଗୋଲ୍‌ରେ ପାକିସ୍ତାନକୁ ହରାଇ ଦେଇଛି। ଏଥିରେ ଆଶିଷ ପୂର୍ତ୍ତି ବ୍ୟକ୍ତିଗତ…

ଗୋଟିଏ ପଟେ ପ୍ରଶାସନିକ ଦାୟିତ୍ୱ: ଅନ୍ୟପଟେ ପରିବେଶ ପ୍ରତି ଅନୁରାଗ, ’ପ୍ରକୃତି ମିତ୍ର’ ସମ୍ମାନରେ ସମ୍ମାନିତ ହେଲେ ଦୁର୍ଗପତିସାରଦା ପ୍ରସାଦ ଦାସ

ଗଞ୍ଜାମ,୫।୬(ଅନାଥ ତରାଇ/ବିଦ୍ୟାଧର ସାହୁ ): ବିଶ୍ୱ ପରିବେଶ ଦିବସ ଅବସରରେ ଗଞ୍ଜାମ ଅଷ୍ଟମ ବାଟାଲିୟନର ଦୁର୍ଗପତି ସାରଦା ପ୍ରସାଦ ଦାସଙ୍କୁ ଜିଲାସ୍ତରୀୟ ସମ୍ମାନଜନକ ପ୍ରକୃତି ମିତ୍ର ପୁରସ୍କାର…

ନୀରଜଙ୍କୁ ଅତିକ୍ରମ କରି ସୁପର ଷ୍ଟାର ଭାବେ ଉଭା ହେଲେ ଏହି ଖେଳାଳି, ଜାଣନ୍ତୁ…

ରୋମ୍‌,୫ା୬: ଶ୍ରୀଲଙ୍କାର ରୁମେଶ ଥରାଙ୍ଗା ପାଥିରେଜ ଏସିଆର ପରବର୍ତ୍ତୀ ଜାଭେଲିନ ସୁପର ଷ୍ଟାର ଭାବେ ଉଭା ହୋଇଛନ୍ତି। ଏଥିପାଇଁ ନୀରଜ ଚୋପ୍ରା ଓ ଅର୍ଶାଦ ନଦିମଙ୍କୁ ଚଳିତ…

ଅଚାନକ ଡାକ୍ତରଖାନାରେ ପହଞ୍ଚିଲେ ସିଡିଏମ୍‌ଓ

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ସ୍ଥିତ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି )ରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ଗ୍ରାମବାସୀମାନେ ସିଏଚସି ଅଧିକାରୀଙ୍କୁ ସାକ୍ଷାତ…

ହଟିବ ବେଆଇନ ନିର୍ମାଣ

କେନ୍ଦୁଝର,୫ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ତହସିଲ ମୋଚିଗାଁ ମୌଜା ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱ ନୟନଯୋରୀ ଜବରଦଖଲ ହୋଇ ବେଆଇନ ଭାବେ ଦୋକାନ ଘର…

ମନୋଜ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ): ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରୁନଗାଁର ମନୋଜ କୁମାର ଦାନୀଙ୍କୁ ଶୁକ୍ରବାର…

ଚାକିରିଆଙ୍କ ପାଇଁ ଖୁସିଖବର: PF ଆକାଉଣ୍ଟ ଥିଲେ ମିଳିବ ୭ ଲକ୍ଷର… ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୫।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ର ମାଗଣା ଜୀବନ ବୀମା ଯୋଜନା (Free Life Insurance Policy) ବିଷୟରେ ଅଧିକାଂଶ ଭାରତୀୟ ଜାଣିନାହାନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri