ବିପଦପୂର୍ଣ୍ଣ ଅବସ୍ଥାରେ ୩୩ କେଭି ତାର

କଣିହାଁ, ୧୧ା୨(ଡି.ଏନ.ଏ.) – ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା ଯୋଗୁ ନିରୀହ ଜୀବନ ଯାଉଥିଲେ ହେଁ ଚେତୁନାହାନ୍ତି ଅଧିକାରୀ। ବିଭିନ୍ନ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଖୁଣ୍ଟ, ପୁରୁଣା ତାର ଓହଳିଥିଲେ ମଧ୍ୟ ଏହାର ମରାମତି ଦିଗରେ ଆଦୌ ଧ୍ୟାନ ଦେଉନି ବିଭାଗ। ଫଳରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟିଚାଲିଛି। ଅନୁଗୋଳ ଜିଲା କଣିହାଁ ବ୍ଲକରେ ମଧ୍ୟ ଏପରି ଅବହେଳା ଦେଖିବାକୁ ମିଳିଛି। ମାତ୍ର ୧୦ ଫୁଟ ଉଚ୍ଚରେ ଉଚ୍ଚକ୍ଷମତା ସମ୍ପନ୍ନ ତାର ଓହଳିଥିବାବେଳେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି।
କଣିହାଁ ବ୍ଲକ ଝରାବେରଣୀ ଓ ପଟ୍ଟାଖମଣ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ଉପରେ ଝୁଲି ରହିଛି ୩୩ କେଭି ବିଦ୍ୟୁତ୍‌ ତାର। ଭୂମିଠାରୁ ମାତ୍ର ୧୦ ଫୁଟ ଉଚ୍ଚରେ ତାର ଓହଳିଥିବାରୁ ଯେ କୌଣସି ମୁହୂର୍ତ୍ତରେ ଅଘଟଣ ଘଟିବାର ଆଶଙ୍କା ରହିଛି। ଏହାର ମରାମତି ପାଇଁ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ପଟ୍ଟାଖମଣ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହାର ମରାମତି ଓ ସଜାଡିବା କ୍ଷମତା ବିଦ୍ୟୁତ୍‌ ବିଭାଗ ସେସୁ ଏସ୍‌ଡିଓଙ୍କ ଅଧୀନରେ ଥିବାବେଳେ କେଉଁ କାରଣରୁ ଏହା କରାଯାଉନାହିଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ ଏହାର ତଦନ୍ତ କରାଯିବା ସହ ତାର ମରାମତି କରାଯିବାକୁ ଦାବି ହୋଇଛି।
ଏ ସମ୍ପର୍କରେ କଣିହାଁ ସେକ୍ସନ ସେସୁ କନିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ବାରିକଙ୍କୁ ପଚାରିବାରେ ସେ କହିଛନ୍ତି, ୩୩ କେଭି ବିଦ୍ୟୁତ୍‌ ମରାମତି କ୍ଷମତା ଆମ ପାଖରେ ନାହିଁ। ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇସାରିଛୁ। ଖୁବଶୀଘ୍ର ସମସ୍ୟା ଦୂର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଯାଞ୍ଚବେଳେ ଏସ୍‌ଆଇଙ୍କୁ ପିଟିଲେ: ୨ଗିରଫ

ଗଞ୍ଜାମ,୨୮ା୮(ଡି.ଏନ୍‌.ଏ.)-ଗଞ୍ଜାମ ଥାନାରେ କାର୍ଯ୍ୟରତ ଏସ୍‌ଆଇ ଚନ୍ଦନ ବେହେରା ଶୁକ୍ରବାର ଗାଡି ଯାଞ୍ଚ କରୁଥିବାବେଳେ ୨ ଯୁବକ ତାଙ୍କୁ ଆକ୍ରମଣ କରିଛନ୍ତି। ଏନେଇ ୨ଜଣଙ୍କୁ ଗିରଫ କରାଯାଇଛି।...

ନେତା ଦୁର୍ବଳ, ମନ୍ତ୍ରିମଣ୍ଡଳରେ ମିଳିଲାନି ସ୍ଥାନ: କଂଗ୍ରେସ

ନବରଙ୍ଗପୁର,୬।୬(ବି.ପ୍ର.): କଂଗ୍ରେସ, ଭାଜପା ଓ ବିଜେଡି ପ୍ରମୁଖ ରାଜନୈତିକ ଦଳ ନବରଙ୍ଗପୁର ଜିଲାକୁ କେବେ ମଧ୍ୟ ନିରାଶ କରି ନ ଥିଲେ। ଏହି ଜିଲାରୁ ବିଭିନ୍ନ...

୯ ସମବାୟ ସମିତିରେ ବିହନ ନାହିଁ

ବଅଁରପାଳ, ୨୮ା୫(ଡି.ଏନ.ଏ.)ବଅଁରପାଳ ବ୍ଲକର ଚାଷୀଙ୍କୁ ମିଳୁନି ଧାନ ବିହନ। ଜମିରେ ଚାଷ ଆରମ୍ଭ ହୋଇଥିଲେ ମଧ୍ୟ ବିହନ ଅଭାବ ସେମାନଙ୍କ ଚିନ୍ତା ବଢାଇଛି। ବ୍ଲକ ଅଧୀନରେ...

ମୁଖ୍ୟ ଚିକିତ୍ସାଳୟରେ ଥାଲାସେମିଆ ରୋଗୀଙ୍କୁ ଅଣଦେଖା: ମିଳୁନି ଔଷଧ, ପ୍ରଦାନ କରାଯାଉନି ଭତ୍ତା

ଅନୁଗୋଳ ଅଫିସ, ୧୪।୧୨ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ସିକଲସେଲ ଓ ଥାଲାସେମିଆ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁ ନ ଥିବା ଅଭିଯୋଗ...

ସରକାରୀ ନିର୍ଦ୍ଦେଶ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ, ଜରୁରୀ ଥିଲେ ବାଇକ୍‌ରେ ନୁହେଁ ଚାଲିକି ଯାଆନ୍ତୁ: ସିପି

ଭୁବନେଶ୍ୱର,୨୨।୩(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ରାଜ୍ୟରେ ରବିବାର ଜନତା କର୍ଫ୍ୟୁ ପାଳନ କରାଯାଛି। ଏଥିସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି।...

ଆଜି ରାଜ୍ୟରୁ ୧୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ସୋମବାର ରାଜ୍ୟରୁ ୧୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୯୩୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଟିକା ନେଲେନି, କଳାବ୍ୟାଜ୍‌ ପିନ୍ଧିଲେ ସ୍ବାସ୍ଥ୍ୟକର୍ମୀ

ଭବାନୀପାଟଣା,୨୨।୧: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ଟିକାକରଣର ଶୁଭାରମ୍ଭ ହୋଇଛି। ସ୍ବାସ୍ଥ୍ୟକର୍ମୀମାନେ କାର୍ଯ୍ୟକ୍ରମରେ କଳାବ୍ୟାଜ୍‌ ପିନ୍ଧି ସହଯୋଗ କରିଥିଲେ ମଧ୍ୟ ଟିକା...

ଓଡ଼ିଶା ଫେରିଲେ ଆନ୍ଧ୍ରରେ ଫସିଥିବା ୪୫ ବିଇଡି ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ଓଡ଼ିଶାରୁ ବିଇଡି ପରୀକ୍ଷା ଦେବା ପାଇଁ ଆସି ଆନ୍ଧ୍ରପ୍ରଦେଶରେ ପ୍ରାୟ ୪୫ଜଣ ଓଡ଼ିଆ ଛାତ୍ରୀଛାତ୍ର ଫସିଥିଲେ। ଏହି ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ...

Advertisement
Archives

Model This Week