Posted inଜାତୀୟ

ବିନା ୟୁନିଫର୍ମରେ ଥାନା ଭିତରେ ନାଚିଲେ ମହିଳା ପୋଲିସ: ଭିଡିଓ ଭାଇରାଲ

ମେହସାଣା,୨୫।୭: ଏବେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିବାର ଟ୍ରେଣ୍ଡ ଚାଲିଛି। ସେମିତି ଜଣେ ମହିଳା ପୋଲିସ ବିନା ୟୁନିଫର୍ମରେ ପୋଲିସ ଷ୍ଟେଶନ ଭିତରେ ଡ୍ୟାନ୍ସ କରିବାର ଭିଡିଓ ଏବେ ଭାଇରାଲ ହୋଇଛି। ଘଟଣାଟି ଘଟିଛି ଗୁଜରାଟର ମେହସାଣା ଜିଲା ଲଂଗନାଜ ପୋଲିସ ଷ୍ଟେଶନରେ। ଅର୍ପିତା ଚୌଧୁରି ନାମକ ଉକ୍ତ ମହିଳା ପୋଲିସ ଜଣଙ୍କ ହାଜତ ସାମ୍ନାରେ ଡ୍ୟାନ୍ସ କରୁଥିବା ବେଳେ ଏହାର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠନ ସ୍ବରୂପ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। ତେବେ ନିୟମ ଭଙ୍ଗ କରିଥିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ସୂଚନାଯୋଗ୍ୟ, ଏହା ଏକ ଟିକ୍‌ଟକ୍‌ ଭିଡିଓ ହୋଇଥିବା ବେଳେ ପୂର୍ବରୁ ମଧ୍ୟ କିଛି ସରକାରୀ କର୍ମଚାରୀ ଏମିତି ଟିକ୍‌ଟକ୍‌ ଭିଡିଓ କରି ଆସିଥିଲେ ଚର୍ଚ୍ଚାକୁ।


Enter your email to get our daily news in your inbox.

All Right Reserved By Dharitri.Com

ଗଡସେଙ୍କୁ ଆତଙ୍କବାଦୀ କହି କିଛି ଭୁଲ କରିନି, ଗିରଫକୁ ଭୟ ନାହିଁ: କମଲ ହାସନ

ଚେନ୍ନାଇ, ୧୭।୫: ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକରୀଙ୍କୁ ଆତଙ୍କବାଦୀ କହି ବିବାଦ ଘେରକୁ ଆସିଥିବା ଅଭିନେତା କମଲ ହାସନ ଏନେଇ ସଫେଇ ଦେଇଛନ୍ତି। ସେ...

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ୨୨୫ କି.ମି. ସାଇକେଲରେ ଯାତ୍ରା କଲେ ଶିକ୍ଷକ

ନୂଆଦିଲ୍ଲୀ,୨୮।୧୨-କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ସଙ୍ଗଠନ ପକ୍ଷରୁ ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ ଜାରି ରହିଛି। ମାସେରୁ ଅଧିକ ଦିନ...

ଗରିବ ମା’ କରଜ ଫେରସ୍ତ ନ କରିବାରୁ ନାବାଳିକା ଝିଅଙ୍କୁ ଜୋରଜବରଦସ୍ତ ବିବାହ କଲେ ୪୦ ବର୍ଷ ବୟସ୍କ ବ୍ୟକ୍ତି…

ପାଟନା,୩୦।୪ : ବିହାରର ସିୱାନ ଜିଲାର ମେରଓ୍ବା ପୋଲିସ ଷ୍ଟେଶନ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି...

ରିଆଙ୍କର ହେବ ପଲିଗ୍ରାଫ ଟେଷ୍ଟ!

ମୁମ୍ବାଇ,୨୯।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ସିବିଆଇ ହାତରେ। ସିବିଆଇ ଶୁକ୍ରବାର ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଭିନେତ୍ରୀ...

ଯାତ୍ରୀବାହୀ ବିମାନ-ପକ୍ଷୀ ମୁହାଁମୁହିଁ ଧକ୍କା: ଦିଲ୍ଲୀ ବିମାନ ବନ୍ଦରରେ ଘଣ୍ଟାଏ ପାଇଁ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଜାରି…

ନୂଆଦିଲ୍ଲୀ,୧।୪ : ଶନିବାର ଦିଲ୍ଲୀ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଦୁବାଇ ଅଭିମୁଖେ ଫେଡେକ୍ସ ବିମାନ ଉଡ଼ାଣ ପରେ ଏହା ପକ୍ଷୀ ଧକ୍କା...

‘ସିଏଏକୁ ସମର୍ଥନ କରିଥିଲେ ମନମୋହନ’

ନୂଆଦିଲ୍ଲୀ, ୨୦।୧୨(ପି.ଟି.):ସିଏଏକୁ ନେଇ କେନ୍ଦ୍ର ସରକାର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଜୋର୍‌ଦାର ବିରୋଧର ସମ୍ମୁଖୀନ ହେବା ପରେ ଭାଜପା ଗୁରୁବାର ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂଙ୍କ...

ଡିସେମ୍ବର ୨୨ରେ ଆଫ୍‌ତାବଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୭।୧୨: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଆଫ୍‌ତାବ ଅମିନ ପୁନାୱାଲାଙ୍କ ଜାମିନ ଆବେଦନ ଉପରେ ସାକେତ କୋର୍ଟ ଶନିବାର ଶୁଣାଣି କରିଛନ୍ତି। ଏହି...

ନିଜକୁ ଗଧ ବୋଲି କହିଲେ ମମତା ବାନାର୍ଜୀ, ଜାଣନ୍ତୁ କାହିଁକି

କୋଲକାତା,୨୧।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ନେତାଙ୍କ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଦେଶଦ୍ରୋହୀ...

Advertisement
Archives

Model This Week