ବିନା ଅନୁମତିରେ ବିଜ୍ଞାପନରେ ଅଭିନେତ୍ରୀଙ୍କ ଫଟୋ ଦେଇ କ୍ଷମା ମାଗିଲା ଫ୍ୟାଶନ କମ୍ପାନୀ

ମୁମ୍ବାଇ: ‘ଶୁଭମଙ୍ଗଳ ଜ୍ୟାଦା ସାବ୍‌ଧାନ’ର ଅଭିନେତ୍ରୀ ମାନଭି ଗାଗାରୁଙ୍କୁ ଏକ ଫ୍ୟାଶନ ବ୍ରାଣ୍ଡ କମ୍ପାନୀ କ୍ଷମା ମାଗିଛି। ମାନ୍‌ଭିଙ୍କ ବିନା ଅନୁମତିରେ ଏକ କମ୍ପାନୀ ବିଜ୍ଞାପନ ପାଇଁ ତାଙ୍କ ଫଟୋ ବ୍ୟବହାର କରିଥିଲା। ଖାଲି ବ୍ୟବହାର କରି ନ ଥିଲା ବରଂ ତାଙ୍କ ସହିତ ଭୁଲ ଟ୍ୟାଗ୍‌ଲାଇନ ମଧ୍ୟ ଲେଖିଥିଲା। ଏହା ପରେ ମାନ୍‌ଭି ଗାଗାରୁ କମ୍ପାନୀ ଉପରେ କ୍ରୋଧ ପ୍ରକାଶ କରିଥିଲେ।
ମାନ୍‌ଭି ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଏକ ଫ୍ୟାଶନ ବିଜ୍ଞାପନର ସ୍କ୍ରିନସଟ୍‌ ଶେୟାର କରିଥିଲେ। ସେ କମ୍ପାନୀ ବିରୋଧରେ ନିଜର କ୍ରୋଧ ପ୍ରକାଶ କରି ଲେଖିଛନ୍ତି, ‘ମୋର ମୋଟାପଣ ଲୁଚାଇବା ପାଇଁ ମୁଁ ଏହି ପୋଷାକ ପିନ୍ଧି ନାହିଁ। ଏହି ବ୍ରାଣ୍ଡ୍‌କୁ ମୋର ଫଟୋ ବ୍ୟବହାର କରିବାକୁ କିମ୍ବା କାହାକୁ ଫ୍ୟାଟ୍‌ କରିବା ପାଇଁ ଅନୁମତି ନାହିଁ । ମୁଁ ସେମାନଙ୍କର ଖରାପ ଟ୍ୟାଗ୍‌ଲାଇନ ବିରୋଧରେ।’


ମାନ୍‌ଭିଙ୍କ ଏହି ଟୁଇଟ୍‌ ପରେ କମ୍ପାନୀ ତାଙ୍କୁ କ୍ଷମା ମାଗିଛି। କମ୍ପାନୀ ସୋସିଆଲ ମିଡିଆ ଜରିଆରେ କ୍ଷମା ମାଗି ଲେଖିଛି, ‘ଆମେ ଖୁବ୍‌ ଲଜ୍ଜିତ। କମ୍ପାନୀ ଆହୁରି ଲେଖିଛି, ଆମର ଲକ୍ଷ୍ୟ ସବୁବେଳେ ଆମର ଗ୍ରାହକଙ୍କ ସୌନ୍ଦର୍ଯ୍ୟକୁ ପ୍ରସ୍ଫୁଟିତ କରିବା ଏବଂ ସେମାନଙ୍କ ମୁହଁରେ ହସ ଆଣିବା। ଆମ କମ୍ପାନୀର ଏହା ଏକ ବଡ଼ ଭୁଲ ଥିଲା, ତେଣୁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛୁ। ସେହି ବିଜ୍ଞାପନକୁ ମଧ୍ୟ ହଟାଇ ଦିଆଯାଇଛି। ମାନଭି ସୋସିଆଲ ମିଡିଆ ମାଧ୍ୟମରେ କମ୍ପାନୀର କ୍ଷମା ପ୍ରାର୍ଥନା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri