ବିଧି ରକ୍ଷା ହେଉ: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୫ା୪: ଶ୍ରୀମନ୍ଦିର ଭିତରେ ହେବ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା । ରଥଖଳାରେ ନୁହେଁ ମେଘନାଦ ପାଚେରି ପରିସରରେ ହେବ ଅକ୍ଷୟ ତୃତୀୟା ନୀତି । ମହାପ୍ରଭୁଙ୍କ ରଥ ନିର୍ମାଣ ଅନୁକୂଳ କରାଯିବ । କିନ୍ତୁ ମେ ୩ ତାରିଖ ପରେ କରୋନା ମୁକାବିଲା ନେଇ ସରକାରଙ୍କ ନୂଆ ଗାଇଡ୍‌ଲାଇନ ପରେ ରଥଯାତ୍ରା ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। କରୋନା କଟକଣା ଭିତରେ କିପରି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଏବଂ ଅକ୍ଷୟ ତୃତୀୟା ନୀତି କରାଯିବ ସେ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି। ଶୁକ୍ରବାର ରାତିରେ ଗୋବର୍ଦ୍ଧନ ମଠରେ ଅନୁଷ୍ଠିତ ବୈଠକ ପରେ ଗଜପତି ମହାରାଜା କହିଥିଲେ, ମହାପ୍ରଭୁଙ୍କ ବିଧି ରକ୍ଷା ହେଉ ବୋଲି ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି। ତେବେ କୋଭିଡ୍‌-୧୯ ଗାଇଡଲାଇନ ମୁତାବକ ମେ ୩ତାରିଖ ପର୍ଯ୍ୟନ୍ତ ବାହାରେ କୌଣସି ଯାତ୍ରା ହୋଇପାରିବ ନାହିଁ। ଲକ୍‌ଡାଉନ ଶେଷ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ରୀତିନୀତି ଶ୍ରୀମନ୍ଦିର ପରିସରରେ ହେବ। ଆସନ୍ତା ରବିବାର ଅକ୍ଷୟ ତୃତୀୟା ନୀତି ଅର୍ଥାତ୍‌ ମହାପ୍ରଭୁଙ୍କ ରଥ ନିର୍ମାଣ ଅନୁକୂଳ ଶ୍ରୀମନ୍ଦିର ଭିତରେ ହିଁ ହେବ। ସେହିପରି ଅକ୍ଷୟ ତୃତୀୟାରୁ ଆରମ୍ଭ ହେବାକୁ ଥିବା ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ମଧ୍ୟ ମନ୍ଦିର ଭିତରେ କରାଯିବ। ତେବେ କେଉଁଠି କିପରି ହେବ ଶନିବାର ଜିଲାପାଳ ସମ୍ପୃକ୍ତ ସେବକଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ କରିବେ। ମେ ୩ ତାରିଖ ପରେ ସରକାର ଯେଉଁ ଗାଇଡଲାଇନ ଆଣିବେ ତାହାକୁ ଦୃଷ୍ଟିରେ ରଖି ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ତେବେ ସରକାରଙ୍କ ନିୟମ ମାନି କିପରି ରଥଯାତ୍ରା ହୋଇପାରିବ ସେ ନେଇ ଆମେ ନିବେଦନ ରଖିବୁ ବୋଲି ଗଜପତି ମହାରାଜା କହିଛନ୍ତି। ବୈଠକରେ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜାଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ୍‌ କରିବା ପୂର୍ବରୁ ମଧ୍ୟାହ୍ନରେ ଭିଡିିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। କରୋନା କଟକଣାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଏବଂ ରଥଯାତ୍ରା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ସେବାୟତ ସଦସ୍ୟ ମହାପ୍ରଭୁଙ୍କ କୌଣସି ପରମ୍ପରା ବନ୍ଦ କରାଯିବ ନାହିଁ ବୋଲି କହିଥିଲେ। ଏହାକୁ ନେଇ ଆଲୋଚନା କିଛି ସମୟ ବେଶ୍‌ ସରଗରମ୍‌ ରହିଥିଲା। ଶେଷରେ ସଦସ୍ୟମାନେ ଗଜପତି ମହାରାଜାଙ୍କ ଉପରେ ନିଷ୍ପତ୍ତି ଛାଡିଥିଲେ। ମାତ୍ର ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟ୍‌ସ ଅନୁସାରେ କୌଣସି ଧାର୍ମିକ ପ୍ରସଙ୍ଗରେ ଗୋବର୍ଦ୍ଧନ ପୀଠର ପରମପୂଜ୍ୟପାଦ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ହିଁ ନିଷ୍ପତ୍ତି ନେଇପାରିବେ। ତେଣୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ୍‌ କରିବା ଲାଗି ଗଜପତି କହିଥିଲେ। ସନ୍ଧ୍ୟାରେ ସମସ୍ତେ ଗୋବର୍ଦ୍ଧନ ମଠରେ ପହଞ୍ଚତ୍ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିଲା କରୋନା: ଦିନକରେ କରୋନା ନେଲା ୬୯ ଜୀବନ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୬୯ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫,୭୦୩ ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଦେହଜୀବୀଙ୍କୁ ମିଳୁନି ସହାୟତା

ଭୁବନେଶ୍ୱର,୨୨।୯(ବ୍ୟୁରୋ): ସୁପ୍ରିମକୋର୍ଟ ଦେହଜୀବୀଙ୍କ ଦୁଃଖ ବୁଝି ଗତ ୧୪ତାରିଖରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହି...

ଅରୁଣ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ଜଣାଶୁଣା ବ୍ୟବସାୟୀ ତଥା ଭୁବନେଶ୍ୱର ବାପୁଜୀ ନଗରସ୍ଥିତ ଷ୍ଟାର୍‌ ଅପ୍ଟିକୋ ଏବଂ ନେତ୍ର ମନ୍ଦିରର ମ୍ୟାନେଜିଂ ପାର୍ଟନର୍‌ ଅରୁଣ କିଶୋର ଶତପଥୀଙ୍କର ସୋମବାର ଦେହାନ୍ତ...

ଅସରଳା ଗ୍ରାମରେ ୫ ଘରେ ପଶିଲେ ଚୋର: ୬ ଲକ୍ଷ ଟଙ୍କା ସହ ନେଇଗଲେ ସୁନା, ରୁପା, ପିତଳ, କଂସା ବାସନ

ବୋଲଗଡ଼,୧୪।୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ଅସରଳା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚୋରି ହୋଇଛି। ଚୋରମାନେ ଗ୍ରାମର ୫ ଜଣଙ୍କ ଘରେ...

ଦଶାହ କାର୍ଯ୍ୟକୁ ଆସି ଭାସିଗଲେ ନଦୀରେ

ଚିତ୍ରକୋଣ୍ଡା,୬ା୩: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ସିଲେରୁ ନଦୀରେ ଭାସିଯାଇ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଶୈଳ ଠାକୁର। ଶୁକ୍ରବାର କଳାହାଣ୍ଡି...

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଖୁସିରେ ପାଳନ ହେଲା ଭାରତ ଉତ୍ସବ

ଜଗତ୍‌ସିଂହପୁର ଅଫିସ,୬ା୮: କଶ୍ମୀରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦ କରାଯିବା ସହ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ଦିଆଯାଇଛି। ଜମ୍ମୁ-କଶ୍ମୀର ଓ ଲଦାଖ...

୮ ମାସ ଧରି ବନ୍ଦ ରହିବ ଭୁବନେଶ୍ୱର ବିମାନବନ୍ଦର, ପ୍ରଭାବିତ ହୋଇପାରେ ବିମାନ ସେବା

ଭୁବନେଶ୍ୱର,୧୭।୯(ବ୍ୟୁରୋ): ୮ ମାସ ଧରି ବନ୍ଦ ରହିବ ଭୁବନେଶ୍ୱର ବିମାନବନ୍ଦର। ରନଓ୍ବେ ରିକାର୍ପେଟିଂ କାର୍ଯ୍ୟ ପାଇଁ ବିମାନବନ୍ଦରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ନଭେମ୍ବର...

ଚିଲିକାରେ ୧୦୬ ପ୍ରଜାତିର ୪୮,୭୨୮ ପକ୍ଷୀ

ବାଲୁଗଁା,୨ା୬(ଡି.ଏନ୍‌.ଏ.):ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ନୀଳାମ୍ବୁ ଚିଲିକାରେ ଏବେ ୧୦୬ ପ୍ରଜାତିର ୪୮ହଜାର ୭୨୮ଟି ପକ୍ଷୀ ଅବସ୍ଥାନ କରିଛନ୍ତି। ବାଲୁଗଁା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କରାଯାଇଥିବା ଗ୍ରୀଷ୍ମକାଳୀନ...

Advertisement


Archives

Model This Week