ବିଦ୍ୟୁତ ସର୍ଟଶର୍କିଟରୁ ଅଗ୍ନିକାଣ୍ଡ: ୬ ବଖରା ଜଳିଗଳା; ୫ ଗୋରୁ, ୯ ଛେଳି ଜୀବନ୍ତ ଦଗ୍ଧ

ବନ୍ତ,୨୨।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ କୁଆଁର୍ଦ୍ଦା (ଅଘିରା ଗଢ଼ିଆ) ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବାସଗୃହ ଓ ଗୁହାଳ ସମେତ ୬ ବଖରା ଜଳିଯାଇଛି। ଗ୍ରାମର ସମ୍ଭୁନାଥ ନାୟକ, କୈଳାସ ନାୟକ, ଭରତ ନାୟକ, କାହ୍ନୁ ନାୟକଙ୍କର ମୋଟ ୬ ବଖରା ଘର ଜଳିଯାଇଥିବା ଜଣାପଡ଼ିଛି। ରାତି ପ୍ରାୟ ୨ଟାରେ ଅଗ୍ନିକାଣ୍ଡ ଘଟିଥିଲା। ଗୁହାଳରେ ଥିବା ୫ ଗାଈ, ୯ ଛେଳି, ୧୦ କୁକୁଡା, ୬ ବତକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨ ଛେଳି ଓ ୧ ଗାଈ ଗୁରୁତର ହୋଇଛନ୍ତି । ଏଥିରେ ଆନୁମାନିକ ୩ ଲକ୍ଷରୁ ଊର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି । ଖବର ପାଇ ଆଗରପଡ଼ାରୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ବିଦ୍ୟୁତ ସର୍ଟଶର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ସଡ଼କ ସୁରକ୍ଷା କମିଟି ବୈଠକ: ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ୱ

ଢେଙ୍କାନାଳ ଅଫିସ, ୨୬ା।୯ – ଢେଙ୍କାନାଳ ଜିଲା ସଦ୍‌ଭାବନା ଗୃହରେ ବୁଧବାର ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭୂମେଶ ଚନ୍ଦ୍ର...

ପାହାଡ଼ରୁ ନାବାଳକଙ୍କ କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ, ଜଣେ ଅଟକ

ବୁଗୁଡ଼ା,୧୬ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟି ନିକଟସ୍ଥ ଦିଗବାରିଣୀ ପାହାଡ଼ରୁ ଶୁକ୍ରବାର ବୁଗୁଡ଼ା ପୋଲିସ ଜଣେ ନାବାଳକଙ୍କ କଙ୍କାଳ ଉଦ୍ଧାର କରିଛି। ନାବାଳକ ଜଣକ ହେଲେ ଝୋଲରୀ ଗ୍ରାମର...

ଓଷ୍ଟାର ବ୍ଲକସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ: ବ୍ଲକ ନୂତନ କର୍ମକର୍ତ୍ତା ମନୋନୀତ

ନୂଆପଡା ଅଫିସ,୬ା୯-ସ୍ଥାନୀୟ ଗୋଡଫୁଲା ହାଇସ୍କୁଲ ପରିସରରେ ଓଷ୍ଟା (ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ) ନୂଆପଡା ବ୍ଲକସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂଶୋଧନ ସଂରକ୍ଷଣ ଚିଠା

କେନ୍ଦ୍ରାପଡ଼ା ଅଫିସ, ୨୭।୧୦: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷିତ ସଂଶୋଧନ ସ୍ଥାନ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି।...

ବିଡିଓଙ୍କ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ପାରଳାଖେମୁଣ୍ଡି:୨୧।୨(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଉପଖଣ୍ଡ ଯାଜପୁର ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମୋହନା ବିଡିଓଙ୍କ ସରକାରୀ ଗାଡ଼ି ଧକ୍କାରେ ଜଣେ ବାଇକ୍‌...

ଖଡ଼ଗ ନଦୀରେ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର

ଦାରିଙ୍ଗବାଡି,୧୩।୫(ଡି.ଏନ.ଏ): ଦାରିଙ୍ଗବାଡ଼ିର ଖଡ଼ଗ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି...

ପରପାରିରେ ପୂର୍ବତନ ବିଧାୟକ ଅଜିତ ଦାସ

ଭବାନୀପାଟଣା,୪।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାର ପୂର୍ବତନ ବିଧାୟକ ଅଜିତ ଦାସଙ୍କର ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଛି। ଭବାନୀପାଟଣାସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ...

ଆଗୁଆ ଅଛନ୍ତି ଉଷା ଦେବୀ

ବ୍ରହ୍ମପୁର ଅଫିସ,୨୩।୫- ଚିକିଟି ବିଧାନସଭା ର୍ନିବାଚନ ମଣ୍ଡଳୀର ଭୋଟ ଗଣତିକୁ ନେଇ ଉତ୍କଣ୍ଠା ବଢୁଛି। ବିଜେଡିର ଉଷା ଦେବୀ ଏବଂ ଭାଜପାର ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ ମଧ୍ୟରେ...

Advertisement
Archives

Model This Week