ବିଦ୍ୟୁତ ଆଘାତରେ ମୋଟର ମେକାନିକ ମୃତ

ବ୍ରହ୍ମପୁର ଅଫିସ,୨୫ା୮-ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ମୋଟର ମେକାନିକଙ୍କ ଶନିବାର ରାତିରେ ମୃତ୍ୟୁ ଘଟିଛି। ସେ ହେଲେ ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗ୍ରାମର ଟୁଟୁ ଗୌଡ଼ (୩୨)। ବଡବଜାର ଥାନା ପୋଲିସ ରବିବାର ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଛି। ଏ ନେଇ ନଂ.୧୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ପ୍ରକାଶ ଯେ, ଟୁଟୁ ଶନିବାର ଗଣେଶ ନଗର ୩ୟ ସାରଣୀର ଜଣଙ୍କ ଘରେ ଖରାପ ହୋଇଯାଇଥିବା ମୋଟର ସଜାଡୁଥିଲେ। ମୋଟରରେ ଖଞ୍ଜାଯାଇଥିବା ଏକ ବିଦ୍ୟୁତ ତାର ତାଙ୍କ ଦେହରେ ଲାଗିଯିବାରୁ ସେ ଛିଟିକି ତଳେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ଟୁଟୁଙ୍କୁ ବଡ଼ ମେଡିକାଲକୁ ନିଆଯାଇଥିଲା। ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା OSSTET ରେଜଲ୍ଟ, ଜାଣନ୍ତୁ କେମିତି କରିବେ ଡାଉନ୍‌ଲୋଡ୍‌

କଟକ,୧୯ା୬(କାର୍ତ୍ତିକ ସାହୁ): ବୁଧବାର ପ୍ରକାଶ ପାଇଛି ଓଏସ୍‌ଏସ୍‌ଟିଇଟି ରେଜଲ୍ଟ। (ODISHA SECONDARY SCHOOL TEACHER ELIGIBILITY TEST)। ଏହି ରେଜଲ୍ଟ ଜାଣିବା ପାଇଁ www.bseodisha.ac.inରେ ଲଗ୍‌...

ଜୁଲାଇ ୮ରେ ଖୋଲିବ ରତ୍ନ ଭଣ୍ଡାର, ଭଣ୍ଡାରରେ ରହିଛି ଏତେ ସୁନା-ରୁପା ଅଳଙ୍କାର!

ଭୁବନେଶ୍ୱର,୧୯।୬: ଖୋଲିବ କାଳିଆର ରତ୍ନ ଭଣ୍ଡାର। ଓଡ଼ିଶାରେ ନୂଆ ସରକାର ଶପଥ ନେବା ପରେ ଏବେ ଜୁଲାଇ ୮ରେ ରତ୍ନ ଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି...

ଦୁର୍ଘଟଣାରେ ବାଇକ ଆରୋହୀଙ୍କ ଗଲା ଜୀବନ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

କେନ୍ଦୁଝର,୧୯।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରାଇସୁଆଁ ଅଭିମୁଖେ ଯାଉଥିବା ଏକ ବାଇକ ଉପରେ ଏନଏଚ ୨୦ରେ ଟ୍ରକ ଚଢ଼ିଯିବାରୁ ଜଣେ ଯୁବକର ମୃତ୍ୟୁ ଘଟିଛି। ଫଳରେ...

୫ ଦିନ ହେବ କୁକୁର ମୁହଁରେ ପଶିଛି ପ୍ଲାଷ୍ଟିକ ଡବା: ଉଦ୍ଧାର ପାଇଁ ଉଠିଲା ଦାବି

ଲୋଇସିଂହା,୧୮।୬(ସୁଶାନ୍ତ ବାରିକ):ଏକ ବୁଲା କୁକୁର ମୁହଁରେ ପ୍ଲାଷ୍ଟିକ ଡବା ପଶି ଯାଇଛି। ଏଭଳି ଏକ ଦୃଶ୍ୟ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ନଅଗାଁ (ଖ)...

ଆସିଲା ବଡ଼ ଖବର: ଏହି ଦିନ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ପୁରୀ,୧୯।୬: ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲିବ ସେନେଇ ସସ୍‌ପେନ୍ସ ଲାଗିରହିଥିବା ବେଳେ ଏବେ ଏହାର ଅନ୍ତ ଘଟିଛି। ଜୁଲାଇ ୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ...

କର୍ଫ୍ୟୁ ପ୍ରଭାବରେ ପରିବା ବଜାରରେ ନିଆଁ, ୧୦୦ ଛୁଇଁଲା ଟମାଟୋ-ପିଆଜ

ବାଲେଶ୍ୱର,୧୯।୬: ବାଲେଶ୍ୱରରେ ଲାଗିଥିବା କର୍ଫ୍ୟୁ ପ୍ରଭାବରେ ସାଧାରଣ ଜନତା ହନ୍ତସନ୍ତ ହୋଇଛନ୍ତି। ଏହା ପ୍ରଭାବରେ ପରିବା ଦର ଆକାଶ ଛୁଆଁ ହୋଇଛି । ସବୁ ପରିବା...

ବାଲେଶ୍ବର ସହରରେ କର୍ଫ୍ୟୁ ବଳବତ୍ତର:ଇଣ୍ଟରନେଟ ସେବା ବନ୍ଦ

ବାଲେଶ୍ୱର ଅଫିସ,୧୯/୬(ମାନସ ବିଶ୍ବାଳ): ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ ଅଶାନ୍ତ ହୋଇପଡ଼ିଥିବା ବାଲେଶ୍ୱର ସହରରେ କର୍ଫ୍ୟୁ ବୁଧବାର ବି ବଳବତ୍ତର ରହିଛି। ଏଥିସହିତ...

‘ଶାଶୁଘର ଲୋକଙ୍କ ନିର୍ଯାତନା ସହି ନ ପାରି ମୋ ଝିଅ ଜୀବନ ହାରିଲା’

ପାଟଣା,୧୯।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ତେଣ୍ଡେରା ପଞ୍ଚାୟତ ରସପଡା ଗ୍ରାମର ଜଣେ ୨୩ ବର୍ଷୀୟ ବିବାହିତ ମହିଳା କୀଟନାଶକ ଖାଇ ଆତ୍ମହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri