Posted inରାଜ୍ୟ

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଶ୍ରମିକଙ୍କ ଗଲା ଜୀବନ: ସେସୁ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

ନିରାକାରପୁର,୨୦ା୪(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ବିଦ୍ୟୁତ୍‌ ବିଭାଗ ଅଧୀନ ଲେଣ୍ଡୋ ପଞ୍ଚାୟତ ଭଗବତୀପଡ଼ାଠାରେ ଖୁଣ୍ଟରେ କାମ କରୁଥିବାବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଶୁୁକ୍ରବାର ପୂର୍ବାହ୍ନ ୧୧ଟାରେ ସୌଭାଗ୍ୟ ଯୋଜନାରେ କାମ କରୁଥିବା ବେଳେ ୧୧କେ.ଭି. ତାର ସଂସ୍ପର୍ଶରେ ଆସିବାରୁ ଏହି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି କେନ୍ଦୁଝର ଅଞ୍ଚଳର ଦିଲୀପ ମୁଣ୍ଡା(୨୭) । ସେ ଜଣେ ଠିକାଦାରଙ୍କ ପାଖରେ କାମ କରୁଥିଲେ। ଉକ୍ତ ଘଟଣା ନେଇ ନିରାକାରପୁର କନିଷ୍ଠ ଯନ୍ତ୍ରୀ ଗୌରାଙ୍ଗ ମଣ୍ଡଳ ପୁରୀ ଜିଲା ଗଡ଼ିଶାଗଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ କର୍ମଚାରୀ ଖାମଖିଆଲ ଭାବେ ବିଦ୍ୟୁତ୍‌ ସଂଯୋଗ ନ କାଟି ଦିଲୀପଙ୍କୁ ଖୁଣ୍ଟରେ ଚଢ଼ାଇବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଉତ୍ତେଜିତ ଗ୍ରାମବାସୀ ସେସୁ କର୍ମଚାରୀଙ୍କୁ ଘେରାଉ କରିଥିଲେ। ଉଲ୍ଲେଖଯୋଗ୍ୟ, ବିଦ୍ୟୁତ୍‌ ସଂଯୋଗ ବ୍ୟାହତ କରାଗଲା କି ନାହିଁ ତାହା ତଦାରଖ କରି କର୍ମଚାରୀଙ୍କୁ ଖୁଣ୍ଟରେ ଚଢ଼ାଇବା ଆବଶ୍ୟକ। କିନ୍ତୁ ଏଥିରେ ବ୍ୟତିକ୍ରମ ହେବାରୁ ଜଣେ ଶ୍ରମିକଙ୍କ ଅକାଳରେ ଜୀବନ ଚାଲିଯାଇଥିବା ବିଭିନ୍ନ ମହଲରେ କୁହାଯାଇଛି। ଦିଲୀପଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିବା ପରେ ଉପସ୍ଥିତ କର୍ମଚାରୀଙ୍କ ମଧ୍ୟରୁ ଜଣେ ଦୌଡ଼ି ଯାଇ ବାଉଁଶ ବାଡ଼ିରେ ତାରକୁ ପିଟି ଜୀବନରକ୍ଷା କରିବାକୁ ଚାହିଁଥିଲେ ବୋଲି ଭଗବତୀପଡ଼ା ଗ୍ରାମର କେତେଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏ ନେଇ ବିଦ୍ୟୁତ୍‌ ସଂଯୋଗ କାଟିବା ଦାୟିତ୍ୱରେ ଥିବା ନିରାକାରପୁର ସେସୁ କର୍ମଚାରୀ ଡମ୍ବୁରଧର ମହାପାତ୍ର କହିଛନ୍ତି, ଆମେ ଟ୍ରାନ୍ସଫର୍ମର ପାଖରୁ ବିଦ୍ୟୁତ୍‌ କାଟି ହ୍ୟାଣ୍ଡେଲରେ ଚାବି ପକାଇଥିଲୁ, ତେବେ କରେଣ୍ଟ କେମିତି ଆସିଲା ଜାଣିହେଉନି। ସେଠାରେ ଉପସ୍ଥିତ ଅନ୍ୟ ଜଣେ କର୍ମଚାରୀ ବିପିନ ବିହାରୀ ରାଉତ କହିଥିଲେ, ଆମେ ହାଣ୍ଡେଲରେ ଚାବି ପକାଇଛୁ, ତା, ଛଡ଼ା ଏଠାକୁ ବାଉଁଶ କେଉଁଠୁ ଆଣିବୁ । ଲୋକେ ମିଛ କହୁଛନ୍ତି ବୋଲି ରାଉତ କହିଥିଲେ । ଠିକାଦାରଙ୍କ ପାଖରେ ଉପସ୍ଥିତ ଜଣେ ଶ୍ରମିକ କାଳୁ ନାୟକ କହିଥିଲେ, ଡିସ୍‌ଚାର୍ଜ ରଡ୍‌ ପକାଇ ଆମେ ବିଦ୍ୟୁତ୍‌ ବିଷୟରେ ଚେକ୍‌ କରିବା କଥା । ତାହା ଚେକ୍‌ କରିନୁ କି ଡିପାର୍ଟମେଣ୍ଟ କର୍ମଚାରୀ ଚେକ୍‌ କରିନାହାନ୍ତି । ଫଳରେ ଏଭଳି ଅଘଟଣ ଘଟିଥିବା ସେ ପ୍ରକାଶ କରିଛନ୍ତି । ନିରାକାରପୁର ବିଦ୍ୟୁତ୍‌ କନିଷ୍ଠ ଯନ୍ତ୍ରୀ ଗୌରାଙ୍ଗ ମଣ୍ଡଳ ଏ ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ଦେଇଥିଲେ। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ। ଏଚ୍‌ ଟି ରଥ ଏଣ୍ଟରପ୍ରାଇଜର୍‌ ଏହି କାର୍ଯ୍ୟ ନେଇଛି। ଉକ୍ତ କାର୍ଯ୍ୟର ଠିକାଦାର ଏସ୍‌ କେ ରଥ ବୋଲି ସେ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗଦେଲେ ଅସିତ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୋମବାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ...

ଆଇଇଏସ୍‌ ପରୀକ୍ଷାରେ ଓଡ଼ିଆ ପୁଅ ଅଂଶୁମାନ୍‌ ଟପ୍ପର

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଇଣ୍ଡିଆନ୍‌ ଇକୋନୋମିକ୍ସ ସର୍ଭିସ (ଆଇଇଏସ୍‌) ପରୀକ୍ଷାରେ ଜଣେ ଓଡ଼ିଆ ଛାତ୍ର ଟପ୍ପର ହୋଇଛନ୍ତି। ସେ ହେଲେ ଅଂଶୁମାନ୍‌ କାମିଲା। ଆଇଇଏସ୍‌ ଯୋଗ୍ୟ ବିବେଚିତ ୩୨...

ଫେରିଯାଉଛି ମୌସୁମୀ

ଭୁବନେଶ୍ବର,୧୧।୧୦(ବ୍ୟୁରୋ): ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର ଏବଂ ନୂଆପଡ଼ା ଜିଲାରୁ ମୌସୁମୀ...

ଭାଙ୍ଗିଲେ ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି

ପୁରୀ ଅଫିସ,୨।୭: ଭାଙ୍ଗିଲେ ପୁରୀ ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି। ୨୦ରୁ ଅଧିକ ଚୁଲି କୌଣସି ଦୁର୍ବୃତ୍ତ ଭାଙ୍ଗିଦେଇଥିବା ସୂଚନା ମିଳିଛି। ସୁଆର ମହାସୁଆର...

ପର୍ବତାରୋହୀ ଲିପିକା ସେଠଙ୍କୁ ସମ୍ବର୍ଦ୍ଧନା

ଭେଡ଼େନ, ୧୯।୭ (ଡ଼ି.ଏନ.ଏ)-ଭେଡ଼େନ ବ୍ଲକ ଡ଼ାଳବ ଗ୍ରାମର ଯୁବ ପର୍ବତାରୋହିଣୀ ଲିପିକା ସେଠଙ୍କୁ ଭେଡ଼େନ ତହସିଲଦାର ସୀମା ସବିତା କୁଲୁ ଗୁରୁବାର ସମ୍ବର୍ଦ୍ଧିତ କରିଛନ୍ତି ।...

ଚାଷ କରି ଆଳୁଚାଷୀ ଫସିଗଲେ

କେନ୍ଦ୍ରାପଡ଼ା ଅଫିସ, ୨୦ା୨: କେନ୍ଦ୍ରାପଡ଼ା ଜିଲାରେ ୨ ମାସ ପୂର୍ବେ ଆଳୁ କେଜି ପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ କେଜି ପ୍ରତି...

କରୋନା ସ୍ଥିତି ସମୀକ୍ଷା: ଭୀମସାରରେ ଖୋଲିବ ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲ

ସମ୍ବଲପୁର, ୧୪।୪(ବ୍ୟୁରୋ): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ରେ ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ। ଭୀମସାରର ନବନିର୍ମିିତ ମେଡିସିନ ୱାର୍ଡରେ...

୨୦ ଯାଏ ହାଲୁକା ବର୍ଷା

ଭୁବନେଶ୍ୱର,୧୭-୯(ବ୍ୟୁରୋ):ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଏଥିଯୋଗୁ ଆସନ୍ତା ୨୦ ତାରିଖ ଯାଏ ରାଜ୍ୟରେ ହାଲକା ବର୍ଷା ରହିବ। କେତେକ ସ୍ଥାନରେ ଘଡ଼ଘଡ଼ି...

Advertisement
Archives

Model This Week