ବିଦ୍ୟୁତ୍‌ ଆଘାତରେ ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଧର୍ମଶାଳା,୮ା୮(ଡି.ଏନ୍‌.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ଗ୍ରାମରେ ବୁଧବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଜଣଙ୍କ ଦିଗାମ୍ବରପୁର ଗ୍ରାମର ଶରତ ଖଟୁଆ (୩୫)। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଦ୍ୟୁତ୍‌ ବିଭାଗର ଅବହେଳା ଦାୟୀ କରି କ୍ଷତିପୂରଣ ଦାବିରେ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ କାଏମା-ନୀରହାଟ ରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଓ ଥାନା ଅଧିକାରୀ ସରୋଜ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଜିଲା ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଏବଂ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ୧୫ହଜାର ଟଙ୍କା ଆର୍ଥତ୍କ ସହାୟତା ଘୋଷଣା ପରେ ରାସ୍ତା ଅବରୋଧ ହଟିଥିଲା। ଏ ନେଇ ପୋଲିସ ଏକ ମାମଲା (୩୧୯/୧୯) ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ପଠାଇ ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ଶରତ ଦେଓଦା ଗ୍ରାମରେ କାମ କରୁଥିବା ସମୟରେ ହଠାତ୍‌ ବିଦ୍ୟୁତ୍‌ ତାର ତାଙ୍କ ଉପରେ ଛିଡି ପଡିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଏତିକି ଘଣ୍ଟା ଶୋଉଛନ୍ତି ଭାରତର ମୁଖ୍ୟ ବିଚାରପତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୪: ମଦୁରାଇ ଜିଲା କୋର୍ଟ ପରିସରରେ ଅତିରିକ୍ତ କୋର୍ଟ କୋଠା ଏବଂ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ପାଇଁ ନୂତନ ଅତିଥି ଗୃହ ଉଦ୍‌ଘାଟିତ ହୋଇଥିଲା। ଏହି…

ଗିରଫ ହେଲେ ପୂର୍ବତନ କ୍ରିକେଟରଙ୍କ ଶଳା-ଶ୍ୱଶୁର

ମୁମ୍ବାଇ,୨୧।୪: ପୂର୍ବତନ ଭାରତୀୟ କ୍ରିକେଟର ଏବଂ ତୃଣମୂଳ କଂଗ୍ରେସ ଏମପି ୟୁସୁଫ ପଠାନଙ୍କ ଶ୍ୱଶୁର ଘର ଘରେ ଉତ୍ତେଜନା ଦେଖାଦେଇଛି। ମୁମ୍ବାଇ ପୋଲିସ ୟୁସୁଫ ପଠାନଙ୍କ ଶ୍ୱଶୁର…

ଗତକାଲିଠୁ ଥିଲେ ନିଖୋଜ, ଆଜି ମୁର୍ମୂଷୁ ଅବସ୍ଥାରେ କେନାଲରୁ ମିଳିଲେ ନାବାଳକ

ଭଦ୍ରକ, ୨୧।୪(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ନଳାଙ୍ଗ କେନାଲ ବନ୍ଧରୁ ମୁର୍ମୂଷ ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ସୋମବାର ସନ୍ଧ୍ୟାରୁ ନାବାଳକ ଜଣକ…

ଇରାନ ସହିତ ଯୁଦ୍ଧ ମଧ୍ୟରେ ଜେଲ ଯିବେ ବେଞ୍ଜାମିନ ନେତାନ୍ୟାହୁ!

ଜେରୁଜେଲମ,୨୧।୪: ହଙ୍ଗେରୀର ନୂତନ ପ୍ରଧାନମନ୍ତ୍ରୀ ପିଟର ମାଗୟାର ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଯଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ…

ଯାଜପୁର ରେଳ ଷ୍ଟେଶନରୁ ୧୪ ନାବାଳକ ଉଦ୍ଧାର: କୁଆଡେ ଯାଉଥିଲେ, କିଏ ନେଉଥିଲେ… ତଦନ୍ତ ଆରମ୍ଭ

ଭଦ୍ରକ, ୨୧।୪(ସନାତନ ରାଉତ): ବିହାର ରାଜ୍ୟରୁ ଯାଜପୁରରୋଡ଼ ଷ୍ଟେଶନ ଅଭିମୁଖେ ଯାଉଥିବା ୧୪ ନାବାଳକଙ୍କୁ ଉଦ୍ଧାର କରିଛି ଭଦ୍ରକ ଚାଇଲଡ ଲାଇନ ଓ ରେଳବାଇ ପୋଲିସ l…

ଚାଲିଗଲେ ଗୁଣପୁର ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟର ପିଅନ, ଝୁରି ହେଉଛନ୍ତି କର୍ମଚାରୀ

ଗୁଣପୁର,୨୧ା୪(ସଙ୍କେତ ପାତ୍ର): ଗୁଣପୁର ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ଚକ୍ରଗୁଡ଼ା ଗ୍ରାମ ନିବାସୀ ପୀତାମ୍ବର ଶବରଙ୍କର ମଙ୍ଗଳବାର ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି।…

ଫେରି ଆସିଲା ରୋଷେଇ ଗ୍ୟାସର ପୁରୁଣା ଦିନ! ବୁକିଂ ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୪: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ର ପ୍ରଚଳିତ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରତ୍ୟେକ ସାଧାରଣ ଲୋକଙ୍କ ମନରେ ସମାନ ଭୟ: ପେଟ୍ରୋଲ, ଡିଜେଲ ଏବଂ ରୋଷେଇ ଗ୍ୟାସ ମହଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri