ବିଦ୍ୟୁତ୍‌ ଆଘାତରେ ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଧର୍ମଶାଳା,୮ା୮(ଡି.ଏନ୍‌.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ଗ୍ରାମରେ ବୁଧବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଜଣଙ୍କ ଦିଗାମ୍ବରପୁର ଗ୍ରାମର ଶରତ ଖଟୁଆ (୩୫)। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଦ୍ୟୁତ୍‌ ବିଭାଗର ଅବହେଳା ଦାୟୀ କରି କ୍ଷତିପୂରଣ ଦାବିରେ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ କାଏମା-ନୀରହାଟ ରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଓ ଥାନା ଅଧିକାରୀ ସରୋଜ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଜିଲା ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଏବଂ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ୧୫ହଜାର ଟଙ୍କା ଆର୍ଥତ୍କ ସହାୟତା ଘୋଷଣା ପରେ ରାସ୍ତା ଅବରୋଧ ହଟିଥିଲା। ଏ ନେଇ ପୋଲିସ ଏକ ମାମଲା (୩୧୯/୧୯) ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ପଠାଇ ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ଶରତ ଦେଓଦା ଗ୍ରାମରେ କାମ କରୁଥିବା ସମୟରେ ହଠାତ୍‌ ବିଦ୍ୟୁତ୍‌ ତାର ତାଙ୍କ ଉପରେ ଛିଡି ପଡିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ: ଟଙ୍କା, ସୁନା ଲୁଟ୍‌

ଚଣ୍ଡିଖୋଲ,୨୬।୨(ଡି.ଏନ.ଏ): ବଡ଼ଚଣା ଥାନା ଅନ୍ତର୍ଗତ ବଡ଼ଘୁମୁରି ପଞ୍ଚାୟତ ଅଧିନ ପାଇକରାପୁର ଗ୍ରାମର ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏକ ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରି...

ଲିଜ୍‌ ଏରିଆ ବାହାରୁ ବାଲି ଲୁଟ୍‌

କାଏମା,୨୪ା୬(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ତହସିଲ ଅନ୍ତର୍ଗତ ବ୍ରାହ୍ମଣୀ ଓ କାଏମା କେଲୁଅ ନଦୀର ଲିଜ୍‌ ଏରିଆ ବାହାରୁ ବେଧଡ଼କ ଭାବେ ଶହଶହ ଟ୍ରିପ ବାଲି ଲୁଟ୍‌...

ଡେଙ୍ଗୁ ସଚେତନତା ଅଭିଯାନ ଶୁଭାରମ୍ଭ

କଳିଙ୍ଗନଗର,୧୦।୮(ଡି.ଏନ୍‌.ଏ.): କଳୀଙ୍ଗନଗର ସ୍ଥିତ ଟାଟା ଷ୍ଟିଲ କାରଖାନା ପକ୍ଷରୁ ଶୁକବ୍ରାର ସ୍ଥାନୀୟ ଲୋକମାନଙ୍କୁ ଡେଙ୍ଗୁ ରୋଗ ନିବାରଣ ପାଇଁ ପ୍ରତିକାରାତ୍ମକ ଓ ଆରୋଗ୍ୟକର ପଦକ୍ଷେପ ବିଷୟରେ...

ଭାଗବଣ୍ଟା ଛିଣ୍ଡୁନି, ପ୍ରକଳ୍ପ ବିଳମ୍ବିତ

ଯାଜପୁର ଅଫିସ, ୭ା୧୧: ଖର୍ଚ୍ଚ ଭାଗବଣ୍ଟା (କଷ୍ଟ ଶେୟାରିଂ) ସମ୍ପୂର୍ଣ୍ଣ ହୋଇପାରୁ ନ ଥିବାରୁ ଓଡ଼ିଶାର ୩ ରେଳ ପ୍ରକଳ୍ପ କାର୍ଯ୍ୟ ଠିକଭାବେ ଆଗକୁ ବଢ଼ିପାରୁନାହିଁ।...

କରୋନା ଭୟ: ଫିକା ପଡ଼ିଲା ରଙ୍ଗ ବେପାର

ଦଶରଥପୁର,୯।୩(ଡିଏନ୍‌ଏ): ଭୟଙ୍କର ସଂକ୍ରମିତ କରୋନା ରୋଗ ଏବେ ପୃଥିବୀର ସମସ୍ତ ଦେଶକୁ ଧୀରେଧୀରେ କରାୟତ କରିଚାଲିଛି। ଫଳରେ ସବୁ ଦେଶର ଲୋକଙ୍କ ମନରେ ଏକ ଭୟର...

ଜବରଦଖଲରେ ଗଳିପୋଲ

ରସୁଲପୁର,୨୫।୯(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ଗଣେଶ ବଜାର ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥ ଗଳିପୋଲକୁ ଜବରଦଖଲ କରାଯାଉଛି। ବ୍ୟବସାୟୀମାନେ ପରିବା ପରିବହନ କରିବାରେ...

ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି କ୍ରୀଡ଼ା ପ୍ରତିଭା

ଧର୍ମଶାଳା,୨୮ା୩(ଡି.ଏନ.ଏ.):ଦୁର୍ଘଟଣା ବଦଳାଇଦେଲା ଜୀବନର ଗତିପଥ। ସାଧାରଣ ମଣିଷଙ୍କ ପରି ବେଶ ସୁସ୍ଥ ଥିବା ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ କୁମାରୀ ଗ୍ରାମର କ୍ରୀଡ଼ା ପ୍ରତିଭା ସରୋଜ...

ଯାଜପୁରରେ ଚାଞ୍ଚଲ୍ୟ: କଟା ମୁଣ୍ଡ ଧରି ବୁଲୁଥିବାବେଳେ ଯୁବକଙ୍କୁ ଧରିଲା ପୋଲିସ

କଳିଙ୍ଗନଗର, ୧୫।୭ (ଡି.ଏନ୍‌.ଏ.)-ଯାଜପୁର ଜିଲା ଯାଜପୁରରୋଡ ଥାନା ଦାନଗଦି ଫାଣ୍ଡି ଅଧୀନ ଛତରା ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ...

Advertisement
Archives

Model This Week