ବିଦ୍ୟାଳୟ ପରିସରରେ ପାଣି: ଗେଟରେ ତାଲା ପକାଇଲେ ଅଭିଭାବକ

ସୋର, ୨୮ା୯(ଡି.ଏନ୍‌.ଏ.)-ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ କମରପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ବର୍ଷା ଜଳରେ ଉବୁଟୁବୁ ହେଉଛି। ନର୍ଦ୍ଦମା ପାଣି ଶ୍ରେଣୀଗୃହକୁ ପଶିବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ବିଦ୍ୟାଳୟ ଗେଟ୍‌ ସାମ୍ନାରେ ଏକ ଉଚ୍ଚା ଡ୍ରେନ ଓ୍ବାଲ ପାଇଁ ଜଳ ନିଷ୍କାସନ ଠପ୍‌ ହୋଇଛି। ଏହି ସମସ୍ୟା ନେଇ ବିଦ୍ୟାଳୟ ପକ୍ଷରୁ ଜିଲାପାଳ, ଜିଲା ଶିକ୍ଷାଧିକାରୀ, ଡିପିସିଙ୍କ ସହ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଯାଇଥିଲେ ବି କେହି ଶୁଣୁନାହାନ୍ତି। ଶୁକ୍ରବାର ବିଦ୍ୟାଳୟ ଖୋଲା ହେବା ସମୟରେ ଶତାଧିକ ଅଭିଭାବକ ପହଞ୍ଚି ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଶିକ୍ଷୟିତ୍ରୀଶିକ୍ଷକ ଓ ପିଲାମାନଙ୍କୁ ଭିତରକୁ ପ୍ରବେଶ କରାଇ ଦେଇ ନ ଥିଲେ। ମଧ୍ୟାହ୍ନରେ ବିଦ୍ୟାଳୟ ପକ୍ଷରୁ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ପରେ ସହକାରୀ ବ୍ଲକ ଶିକ୍ଷାଧିକାରୀ ପ୍ରଦୀପ କୁମାର ସାହୁ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ପହଞ୍ଚି ବୁଝାସୁଝା କରିଥିଲେ ବି କୌଣସି ସମାଧାନ ହୋଇପାରି ନ ଥିଲା। ପରେ ଆସନ୍ତା ରବିବାର ଏକ ବୈଠକ କରାଯାଇ ଆଲୋଚନା କରାଯିବାକୁ ନିଷ୍ପତ୍ତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୋଟିସ୍‌ ପରେ ଦୋକାନ ସ୍ଥାନାନ୍ତର କଲେ ବ୍ୟବସାୟୀ

ଆନନ୍ଦପୁର,୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍‌ଛକ ରାସ୍ତା ନିର୍ମାଣରେ ସୃଷ୍ଟି ହେଉଥିବା ସମସ୍ୟା ନେଇ ସରକାରୀ ଜାଗାରେ ଗଢ଼ି ଉଠିଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଉଚ୍ଛେଦ ନିମନ୍ତେ...

ବଡଜୟୀପୁର ଗ୍ରାମରେ ଅଜଣା କୀଟ

ଖଇରା,୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ବଡଜୟୀପୁର ଗ୍ରାମରେ ଅଜଣା କୀଟକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି। ଏହି କୀଟ ଗୁଡିକ ଗ୍ରାମ ନିକଟସ୍ଥ...

କାର୍‌ଗିଲ ବିଜୟ ଦିବସ: ବିଜୟ ଘୋଷଣା ପରେ ବି ସୀମାରେ ଉତ୍ତେଜନା କମି ନ ଥିଲା

ଖଇରା, ୨୬।୭-୧ମାସର ଘମାଘୋଟ ଲଢ଼େଇ ପରେ ଜୁଲାଇ ୨୬ତାରିଖକୁ ବିଜୟ ଦିବସ ଘୋଷଣା ସରିଥାଏ| ହେଲେ ସୀମାରୁ ଉତ୍ତେଜନା ହ୍ରାସ ପାଇ ନ ଥାଏ| ସେତେବେଳେ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଚାଷୀଙ୍କ ଜୀବନ ଗଲା

ଭୋଗରାଇ,୨।୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ତାଳସାରୀ ମେରାଇନ୍‌ ଥାନା ଅଧୀନ ବରବରିଆ ଗ୍ରାମର ଜୟରାମ ପ୍ରଧାନ (୩୮) ନାମକ ଚାଷୀ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି।...

ନାଟକ ‘ଜାଣି ଅଜଣା’ ମାଧ୍ୟମରେ ସଚେତନତା ବାର୍ତ୍ତା

ରୂପ୍‌ସା, ୮।୨(ଡି.ଏନ.ଏ.): ବାଲେଶ୍ୱର ଜିଲାସ୍ତରୀୟ ଆଶାକର୍ମୀ ଓ ଗାଁ କଲ୍ୟାଣ ସମିତି ସମାବେଶରେ ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଶୁକ୍ରବାର ଏକ...

ସ’ ମିଲ୍‌ରେ ଚଢ଼ାଉ : ୧୧ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଜବତ

ବାଲେଶ୍ୱର ଅଫିସ, ୯।୬-ବାଲେଶ୍ୱର ଜିଲା ବନବିଭାଗ ଓ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ମଙ୍ଗଳବାର ପୂର୍ବାହ୍ନରେ ସାରଗାଁ ଓ ଜୟଦେବକସବା ଅଞ୍ଚଳର ଦୁଇଟି ସ’ ମିଲ୍‌...

ପର୍ଯ୍ୟଟନ କ୍ଷେତ୍ର କୁପାରୀକୁ ପ୍ରଦୂଷଣମୁକ୍ତ ଲାଗି ପ୍ରୟାସ :  ଅଣ୍ଟା ଭିଡିଲେ ବିଭିନ୍ନ ସଙ୍ଗଠନ

ଖଇରା, ୧୧।୮(ଡି.ଏନ.ଏ.)-୧୯୯୯ ମସିହାରୁ କୁପାରୀକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ମାନ୍ୟତା ମିଳିଛି ସତ, ହେଲେ ସେଭଳି କିଛି ଆଖିଦୃଶିଆ ପ୍ରଗତି ହୋଇପାରିନାହିଁ ା ଏଭଳିକି ସାଂସ୍କୃତିକ...

ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

ରୂପ୍‌ସା, ୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମଙ୍ଗଳବାର ଅଚାନକ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ପ୍ରଦାନ ସମ୍ପର୍କରେ ବୁଝିବା ସହ...

Advertisement


Archives

Model This Week