ବିଦ୍ୟାଳୟରେ ମଦ୍ୟପାନ କଲେ ଶିକ୍ଷକ: ଭିଡ଼ିଓ ହେଲା ଭାଇରାଲ

ବଇଣ୍ଡା,୨୫।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମଇମୁରା ସର୍କଲ କେଞ୍ଚୁଆନାଳୀ ପ୍ରାଥମିକ ବିଦ୍ୟାଳୟର ଜୈନେକ ଶିକ୍ଷକ ଶନିବାର ବିଦ୍ୟାଳୟ ଶ୍ରେଣୀଗୃହ ପ୍ରକୋଷ୍ଠରେ ମଦ୍ୟପାନ କରୁଥିବା ବିଡ଼ିଓ ରବିବାର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏ ନେଇ କେଞ୍ଚୁଆନାଳୀ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଉକ୍ତ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ରବିବାର ଆଠମଲ୍ଲିକ ବ୍ଲକ ଶିକ୍ଷାଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ଏକ ନକଲ ଅନୁଗୋଳ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି।
ଗ୍ରାମବାସୀ କହିଛନ୍ତି, ପ୍ରତିଦିନ ଉକ୍ତ ଶିକ୍ଷକ ବିଦ୍ୟାଳୟକୁ ଆସି ଶ୍ରେଣୀ ପ୍ରକୋଷ୍ଠରେ ମଦ୍ୟପାନ କରୁଛନ୍ତି। ଫଳରେ କୁନିକୁନି ଶିଶୁଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି। ସେହିପରି ମଦ୍ୟପାନ ପରେ ପାଠ ନ ପଢାଇବା ସହ ଛାତ୍ରୀଛାତ୍ରଙ୍କୁ ମାଡ଼ ମାରୁଛନ୍ତି। ଶନିବାର ଶ୍ରେଣୀ ପ୍ରକୋଷ୍ଠରେ ମଦ୍ୟ ପାନ କରୁଥିବାବେଳେ କେତେକ ଯୁବକ ଭିଡ଼ିଓ ରେକଡିଂ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି। ତୁରନ୍ତ ଉକ୍ତ ଘଟଣାକୁ ତଦନ୍ତ କରି ପଦକ୍ଷେପ ନିଆ ନ ଗଲେ ବିଦ୍ୟାଳୟରେ ତାଲା ପକାଇ ଅନ୍ଦୋଳନ କରାଯିବ ବୋଲି ଗ୍ରାମର ବାବାଜି ବେହେରା, ଗୁରୁଚରଣ ପ୍ରଧାନ, ଶୁଶାନ୍ତ ଦେହୁରି, ଭାଷ୍କର ଭୋଇ, ସରୋଜ ପ୍ରଧାନ, ବିଚ୍ଛନ୍ଦ ଭୋଇ, ପ୍ରଶାନ୍ତ ଦେହୁରି, ବିପିନ ଭୋଇଙ୍କ ସମେତ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରମାରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡାଇ ଦେଇଥିଲେ। ଆଠମଲ୍ଲିକ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ କହିଛନ୍ତି, ଉକ୍ତ ଘଟଣାକୁ ତଦନ୍ତ କରିବା ପାଇଁ ବିଇଓ ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

ବଜେଟ ଉପରେ ଆଇନଜୀବୀଙ୍କ ପ୍ରତିକ୍ରିୟା, ଭାରତର କର୍ପୋରେଟ ପୁଞ୍ଜି…

ସୁନ୍ଦରଗଡ,୧।୨ (ଜୟ ନାରାୟଣ ମେଣ୍ଡୁଳି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇନଜୀବୀ…

ମଙ୍ଗଳବାର ତାରାତାରିଣୀ ଆସିବେ ମୁଖ୍ଯମନ୍ତ୍ରୀ, ସାମୁହିକ କନ୍ଯାରତ୍ନ ବିବାହରେ…

ପୁରୁଷୋତ୍ତମପୁର,୧।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ମୁଖ୍ଯମନ୍ତ୍ରୀ କନ୍ଯା ବିବାହ ଯୋଜନାରେ ସାମୁହିକ ବିବାହ କାର୍ଯ୍ଯକ୍ରମର ବ୍ଯବସ୍ଥା ରହିଛି ।…

ମାଘ ପୂର୍ଣ୍ଣିମାରେ ଶହ ଶହ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବ ପୀଠରେ ଚାଲିଥିବା ପଞ୍ଚକୁଣ୍ଡିୟ ଶ୍ରୀରାମ ତାରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri