ବିଦ୍ୟାଳୟରୁ ୨୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ ଉଭାନ

ସଜନାଗଡ଼, ୩।୧(ଡି.ଏନ.ଏ.)-ବିନା ଅନୁମତିରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଜଡ଼ିଦା ପଞ୍ଚାୟତ ରାଧାମାଧବ ଜୀଉ ହାଇସ୍କୁଲ ପରିସରରେ ଥିବା ୨୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ କାଟି ନିଆଯାଇଛି। ପ୍ରଧାନଶିକ୍ଷକ ଗୁରୁବାର ବିଦ୍ୟାଳୟରେ ପହଞ୍ଚତ୍ ଗଛ କଟା ହୋଇଥିବା ଦେଖି ନୀଳଗିରି ବିଇଓ ଏବଂ ନୀଳଗିରି ରେଞ୍ଜରଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ନୀଳଗିରି ରେଞ୍ଜର ରୁଦ୍ରାନନ୍ଦ ବାରିକ ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି।
ରାଧାମାଧବଜୀଉ ହାଇସ୍କୁଲର ପାଚେରି ନିର୍ମାଣ ପାଇଁ ଜଡ଼ିଦା ପଞ୍ଚାୟତ ପକ୍ଷରୁ ଏସ୍‌ଏଫ୍‌ସି ଯୋଜନାରେ ଆନୁମାନିକ ୩ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ପାଚେରି ନିର୍ମାଣ ସ୍ଥାନରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ନିମ୍ବଗଛ ସମେତ ବହୁ ମୂଲ୍ୟବାନ ଗଛ ଥିବାରୁ ପ୍ରଧାନଶିକ୍ଷକ ସୁଧାଂଶୁ ପାଢ଼ୀ ଗଛକଟା ବାବଦରେ ଏକ ନୋଟିସ୍‌ ଜାରି କରିଥିଲେ। ସ୍କୁଲ ପରିଚାଳନା କମିଟି ଚୂଡ଼ାନ୍ତ ବୈଠକରେ ପ୍ରଧାନଶିକ୍ଷକ ନୋଟିସ ଜାରି କରିଥିଲେ। ୩ତାରିଖରେ ସ୍କୁଲ ପରିଚାଳନା କମିଟିର ନିଷ୍ପତ୍ତି ପରେ ଗଛଗୁଡିକୁ କାଟିବା ପାଇଁ ବନବିଭାଗର ଅନୁମତି ନେଲା ପରେ ଗଛ କଟାଯାଇଥାନ୍ତା। ମାତ୍ର କେତେକ ଦୁର୍ବୃତ୍ତ ରାତିଅଧିଆ ଜେସିବି ଲଗାଇ ବୁଧବାର ବଡ଼ ବଡ଼ ନିମ୍ବଗଛ ସମେତ ବହୁ ମୂଲ୍ୟବାନ ଗଛକୁ ଉପାଡ଼ି କିଛି ଗଛକୁ ଘଟଣାସ୍ଥଳରୁ ନେଇଯାଇଛନ୍ତି। ପାଚେରି ନିର୍ମାଣ ଲାଗି ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ ଗଛକଟା ବାବଦରେ ସେ କିଛି ଜାଣି ନ ଥିବାର ପ୍ରକାଶ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଇରା ମାଟିରେ ବ୍ରକୋଲି ଚାଷ

ଖଇରା,୧୭।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ସଞ୍ଚୟିକା ମହାସଂଘର ସଦସ୍ୟମାନେ ସ୍ବାବଲମ୍ବୀ ହେବା ଲକ୍ଷ୍ୟରେ ଚଳିତବର୍ଷ ୨ଟି ସ୍ଥାନରେ ବ୍ରକୋଲି ଚାଷ ଆରମ୍ଭ ହୋଇଛି। ଖଇରା...

ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର ଘଟଣା: ବିଡିଓଙ୍କ ନିଲମ୍ବନ ଦାବି କଲେ ବିଭିନ୍ନ ଅନୁଷ୍ଠାନ

ବାଲେଶ୍ୱର ଅଫିସ, ୨୯।୫-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଗତ ୧୩ ତାରିଖରେ ସୁରଟରୁ ଫେରିଥିବା ୪୦ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ପହଞ୍ଚତ୍ବା ପରେ ଦୀର୍ଘ ୨ଘଣ୍ଟା...

ଚାଷୀଙ୍କୁ ମିଳୁନି ଫସଲ ବୀମା ଟଙ୍କା

ବାଲେଶ୍ୱର ଅଫିସ,୧୫।୮- ବାଲେଶ୍ୱର ଜିଲା ରେମୁଣା ବ୍ଲକ ଦୁର୍ଗାଦେବୀ ସେବା ସମବାୟ ସଂଘର ୪୫୮ ଜଣ ଚାଷୀଙ୍କୁ ମିଳୁନି ଫସଲ ବୀମା ଟଙ୍କ। ସଂଘର ସଭାପତିଙ୍କ...

ଘରୁ ଜବତ ହେଲା ୧୧୧ କଇଁଛ, ବେପାରୀ ଗିରଫ

ଭୋଗରାଇ,୧୬ା୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଜଳସୋହରିଆ ଗ୍ରାମରୁ ରବିବାର ବନ୍ୟପ୍ରାଣୀ ବିଭାଗ ୧୧୧ଟି କଇଁଛ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣେ ବେପାରୀଙ୍କୁ...

ଜଳେଶ୍ୱରରେ ଏସ୍‌ଟିଏଫ୍‌ର ଚଢ଼ାଉ: ୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର, ୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଝାଡ଼େଶ୍ୱରପୁର ଗ୍ରାମରେ ଭୁବନେଶ୍ୱରରୁ ଆସିଥିବା ଏସ୍‌ଟିଏଫ୍‌ର ଏକ ୧୫ଜଣିଆ ଟିମ୍‌ ଚଢାଉ କରି ଶେଖ ଲାଲବାବୁଙ୍କୁ ଗିରଫ କରିବା ସହ...

ଅର୍ଦ୍ଧନିର୍ମିତ କଲଭର୍ଟ ମରଣଯନ୍ତା

ବାଲେଶ୍ୱର ଅଫିସ, ୬।୭-ବାଲେଶ୍ୱର ମ୍ୟୁନିସିପାଲିଟି ଅନ୍ତର୍ଗତ ସୁନହଟ ଲାଲମହନ ଛକ ଓ କନକଦୁର୍ଗା ଛକ ସଂଲଗ୍ନ ରାସ୍ତାର କନକଦୁର୍ଗା ମନ୍ଦିର ନିକଟରେ ନିର୍ମାଣାଧୀନ ଥିବା କଲର୍ଭଟକୁ...

ସଦର ବ୍ଲକ ଦଖଲ ପାଇଁ ଛକାପଞ୍ଝା, ଅଜ୍ଞାତବାସରେ ସମିତି ସଭ୍ୟ

ବାଲେଶ୍ୱର ଅଫିସ, ୪।୩: ଚଳିତ ପଞ୍ଚାୟତ ନିର୍ବାଚନର ଫଳାଫଳ ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଉପରେ ସମସ୍ତଙ୍କ ନଜର ରହିଛି। ବାଲେଶ୍ୱର ଜିଲା ସଦର...

ନୋସିରେ ୯୭୦ ବରିଷ୍ଠ ତୀର୍ଥଯାତ୍ରୀ, ୩୦ ଅଧିକାରୀ

ବାଲେଶ୍ୱର ଅଫିସ, ୧୩।୧୨-ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗରିବ ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ବୁଲାଇବା ଉଦ୍ଦେଶ୍ୟରେ ଗତ ୨୦୧୬ ମସିହାରେ...

Advertisement
Archives

Model This Week