Posted inଖେଳ

ବିଦେଶ ଲିଗ୍‌ରେ ଖେଳିପାରନ୍ତି ପ୍ରାକ୍ତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୭ା୫: କାରବିୟାନ ପ୍ରିମିୟର ଲିଗ୍‌ (ସିପିଏଲ) ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ସ୍ଥାନ ପାଇଛନ୍ତି ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ। ସିପିଏଲର ଆଗାମୀ ସଂସ୍କରଣ ଲାଗି ଚଳିତ ମାସ ୨୨ ତାରିଖରେ ଲଣ୍ଡନଠାରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ତାଙ୍କୁ କୌଣସି ଫ୍ରାଞ୍ଚାଇଜ ଦଳରେ ନେଲେ ସେ ପ୍ରଥମ ପୁରୁଷ ଭାରତୀୟ ଖେଳାଳି ଭାବେ ବିଦେଶ ଲିଗ୍‌ରେ ଖେଳିବେ। ତେବେ ତାଙ୍କୁ ବିସିସିଆଇଠାରୁ ଏନ୍‌ଓସି ଦରକାର ପଡ଼ିବ। ବିଦେଶ ଲିଗ୍‌ରେ ଭାରତୀୟ ଖେଳାଳିଙ୍କ ଅଂଶଗ୍ରହଣକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସର୍ବଦା ମନା କରିଆସିଛି। ଏଣୁ ପଠାନଙ୍କୁ ଏନ୍‌ସିଓ ମିଳିବାର ଖୁବ କମ୍‌ ସମ୍ଭାବନା ରହିଛି। ୩୪ ବର୍ଷୀୟ ଅଲରାଉଣ୍ଡର ଗତ ଦୁଇ ବର୍ଷ ହେଲା ଆଇପିଏଲ ଖେଳୁ ନାହାନ୍ତି। ସେ ଅନ୍ତିମ ଥର ୨୦୧୭ରେ ଗୁଜରାଟ ଲାୟନ୍ସ ପାଇଁ ଖେଳିଥିଲେ। ଏହି ଭେଟେରାନ ଖେଳାଳି ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟରେ ଜମ୍ମୁ କଶ୍ମୀର ପାଇଁ ପ୍ରତିନିଧିତ୍ୱ କରିଥିଲେ। ସେ ପ୍ରଥମ ଭାରତୀୟ ଭାବେ ବିଦେଶୀ ଖେଳାଳିଙ୍କ ଡ୍ରାଫ୍ଟରେ ସ୍ଥାନ ପାଇଛନ୍ତି। ଏଥିରେ ୨୦ ଦେଶର ୫୩୬ ଖେଳାଳି ସିପିଏଲ ଖେଳିବା ପାଇଁ ଉପଲବ୍ଧ ରହିବେ। ଆଗାମୀ ସିପିଏଲ ସେପ୍ଟେମ୍ବର ୪ରୁ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ଖେଳାଯିବା ନେଇ କାର୍ଯ୍ୟସୂଚୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଓ୍ବାର୍ମଅପ୍‌ କାର୍ଯ୍ୟସୂଚୀ ପ୍ରକାଶ: ଦର୍ଶକଙ୍କୁ ମିଳିବନି ଅନୁମତି

ଦୁବାଇ,୮।୯: ଆଇସିସି ଟି-୨୦ ବିଶ୍ୱକପ୍‌ ଓ୍ବାର୍ମଅପ୍‌ରେ ଭାରତ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ମ୍ୟାଚ ଅକ୍ଟୋବର ୧୭ ଏବଂ ଅକ୍ଟୋବର ୧୯ରେ...

ପ୍ରବଳ ରାଗିଗଲେ କୋହଲି: ଦେଖିନ୍ତୁ ଭିଡିଓ

ଆବୁଧାବି,୭।୧୦: ବୁଧବାର ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚରେ ରୋମାଞ୍ଚକର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ରନରେ ପରାସ୍ତ କରିଛି। ପରେ...

ଟେଲିଭିଜନରେ ପ୍ରସାରିତ ହେବ ନାହିଁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌? ଜାଣନ୍ତୁ ସମସ୍ତ ସୂଚନା

ନୂଆଦିଲ୍ଲୀ,୧୬।୧୧: ନଭେମ୍ବର ୧୮ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ...

ଗୋଟିଏ ଦିନରେ ଦୁଇ କ୍ରିକେଟରଙ୍କ ଅବସର

ନୂଆଦିଲ୍ଲୀ,୨୬।୨: ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଦୁଇ ଖେଳାଳି ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଗୋଟିଏ ପକ୍ଷରେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ୟୁସୁଫ ପଠାନ...

ଆଇସିସି ଗାଇଡ୍‌ ଲାଇନ୍‌ ପାଳନ କରିବା ସହଜ ନୁହେଁ: ବ୍ରେଟ୍‌ ଲି

ନୂଆଦିଲ୍ଲୀ,୨୩।୫: କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବାବେଳେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଗାଇଡ୍‌ଲାଇନ୍‌ ତଥା ନିର୍ଦ୍ଦେଶନାମା ପାଳନ କରିବା ସହଜ ନୁହେଁ ବୋଲି ପୂର୍ବତନ...

ଏହି ବ୍ୟାଟ୍ସମ୍ୟାନଙ୍କ ଉଇକେଟ ନେଇ ଶାର୍ଦ୍ଦୁଳ ଦେଇଥିଲେ ବ୍ରେକ୍‌ ଥ୍ରୁ

ଲଣ୍ଡନ,୬।୯: ଓଭାଲ ଟେଷ୍ଟର ପଞ୍ଚମ ଦିନରେ ଆସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୭୭/୦ରୁ ଇଂଲଣ୍ଡ ଖେଳ ଆରମ୍ଭ କରିଥିଲା। ଦୁଇ ଓପନର ରୋରି ବନର୍‌ସ ଓ...

କ୍ରିକେଟ୍‌ ଇତିହାସରେ ଆଜି ଏକ ଖାସ୍‌ ଦିନ: ୧୮ ବର୍ଷ ପୂର୍ବେ ଘଟିଥିଲା ଏମିତି..

କ୍ରିକେଟ ଇତିହାସରେ ଆଜି ଏକ ଖାସ୍‌ ଦିନ। ୧୮ ବର୍ଷ ପୂର୍ବେ ୧୩ ଜୁନ, ୨୦୦୩ ରେ କ୍ରିକେଟର ତୃତୀୟ ଫର୍ମାଟ ଅର୍ଥାତ୍‌ ଟି-୨୦ କ୍ରିକେଟ...

ପାକିସ୍ତାନ ଅଧିନାୟକଙ୍କ ଖେଳ ଦେଖିଲେ ଭାରତୀୟ ଷ୍ଟାଫ୍‌

ଦୁବାଇ,୧୯।୧୦: ଟି -୨୦ ବିଶ୍ୱକପ ୨୦୨୧ ଆରମ୍ଭ ହୋଇଛି। ଅକ୍ଟୋବର ୨୪ରେ ଖେଳାଯିବାକୁ ଥିବା ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌କୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା...

Advertisement
Archives

Model This Week