ନୂଆଦିଲ୍ଲୀ,୧୭ା୫: କାରବିୟାନ ପ୍ରିମିୟର ଲିଗ୍ (ସିପିଏଲ) ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ସ୍ଥାନ ପାଇଛନ୍ତି ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ। ସିପିଏଲର ଆଗାମୀ ସଂସ୍କରଣ ଲାଗି ଚଳିତ ମାସ ୨୨ ତାରିଖରେ ଲଣ୍ଡନଠାରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ତାଙ୍କୁ କୌଣସି ଫ୍ରାଞ୍ଚାଇଜ ଦଳରେ ନେଲେ ସେ ପ୍ରଥମ ପୁରୁଷ ଭାରତୀୟ ଖେଳାଳି ଭାବେ ବିଦେଶ ଲିଗ୍ରେ ଖେଳିବେ। ତେବେ ତାଙ୍କୁ ବିସିସିଆଇଠାରୁ ଏନ୍ଓସି ଦରକାର ପଡ଼ିବ। ବିଦେଶ ଲିଗ୍ରେ ଭାରତୀୟ ଖେଳାଳିଙ୍କ ଅଂଶଗ୍ରହଣକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସର୍ବଦା ମନା କରିଆସିଛି। ଏଣୁ ପଠାନଙ୍କୁ ଏନ୍ସିଓ ମିଳିବାର ଖୁବ କମ୍ ସମ୍ଭାବନା ରହିଛି। ୩୪ ବର୍ଷୀୟ ଅଲରାଉଣ୍ଡର ଗତ ଦୁଇ ବର୍ଷ ହେଲା ଆଇପିଏଲ ଖେଳୁ ନାହାନ୍ତି। ସେ ଅନ୍ତିମ ଥର ୨୦୧୭ରେ ଗୁଜରାଟ ଲାୟନ୍ସ ପାଇଁ ଖେଳିଥିଲେ। ଏହି ଭେଟେରାନ ଖେଳାଳି ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟରେ ଜମ୍ମୁ କଶ୍ମୀର ପାଇଁ ପ୍ରତିନିଧିତ୍ୱ କରିଥିଲେ। ସେ ପ୍ରଥମ ଭାରତୀୟ ଭାବେ ବିଦେଶୀ ଖେଳାଳିଙ୍କ ଡ୍ରାଫ୍ଟରେ ସ୍ଥାନ ପାଇଛନ୍ତି। ଏଥିରେ ୨୦ ଦେଶର ୫୩୬ ଖେଳାଳି ସିପିଏଲ ଖେଳିବା ପାଇଁ ଉପଲବ୍ଧ ରହିବେ। ଆଗାମୀ ସିପିଏଲ ସେପ୍ଟେମ୍ବର ୪ରୁ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ଖେଳାଯିବା ନେଇ କାର୍ଯ୍ୟସୂଚୀ ରହିଛି।
‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…
ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…
IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!
ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…
ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ
ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…
ରାଜସ୍ଥାନକୁ ହରାଇ ଫାଇନାଲ୍ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା
ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍ରେ ପରାସ୍ତ କରିଛି। ଏହି…
ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…
ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍ (Qualifier-୨) ମ୍ୟାଚ୍ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…
ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ
ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…
ପ୍ରଥମ ଟି୨୦ ମ୍ୟାଚ୍ ଜିତିଲା ଭାରତ
ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…
ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…
Archives

