ବିଡିଓ ଅନୁପସ୍ଥିତ: ଅଭିଯୋଗ ପାଇଁ ଆସି ଲୋକେ ନିରାଶ

ନୂଆଗାଁ,୨ା୭ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଲୋକେ ଅଭିଯୋଗ ଧରି ସୋମବାର ବିଡିଓଙ୍କୁ ଭେଟିବାକୁ ଆସିଥିଲେ। କିନ୍ତୁ ବିଡିଓ ଅନୁପସ୍ଥିତ ଥିବାରୁ ବିଜୁ ଯୁବବାହିନୀ ସଂଯୋଜକ ସେମାନଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରଥିଲେ। ଏହା ଦ୍ୱାରା ସମସ୍ୟା ସମାଧାନର ବାଟ ବାହାରିପାରି ନ ଥିବା ନେଇ ଅଭିଯୋଗକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, ମହୀପୁର ପଞ୍ଚାୟତ ମାଳିସର ଗ୍ରାମରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଏକ ଲକ୍ଷ ପଚାଶ ହଜାର ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ଏହି ଗୃହ ନିର୍ମାଣ ପାଇଁ ଗ୍ରାମର ଅଧିକାଂଶ ଲୋକ ଗ୍ରାମର ମଧ୍ୟସ୍ଥଳ ବାଛିଥିଲେ। ହେଲେ ସରପଞ୍ଚ କେତେଜଣ ଲୋକଙ୍କ କଥାରେ ଅନ୍ୟ ସ୍ଥାନରେ ନିର୍ମାଣ କରୁଛନ୍ତି। ଏହାକୁ ଗ୍ରାମବାସୀ ବିରୋଧ କରି ବ୍ଲକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ସହକାରୀ ଯନ୍ତ୍ରୀ ଓ ବିଡିଓ ଉକ୍ତ ସ୍ଥାନ ପରିଦର୍ଶନ କରି ଗ୍ରାମବାସୀଙ୍କ କହିବା ମୁତାବକ ସ୍ଥାନରେ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୬ମାସ ବିତି ଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ହୋଇପାରୁ ନ ଥିବାରୁ ଗ୍ରାମବାସୀ ସୋମବାର ବିଡିଓଙ୍କୁ ଅଭିଯୋଗ କରିବା ପାଇଁ ଆସିଥିଲେ। ସେହିପରି ବାହାଡାଝୋଲା ପଞ୍ଚାୟତର ପ୍ରସନ୍ନ ବକ୍ସି, ଅରକ୍ଷିତ ସାହୁ, ସନ୍ତୋଷ ସାହୁ, କୃଷ୍ଣ ମୋହନ ପାତ୍ର, ଆନନ୍ଦ ଚନ୍ଦ୍ର ସାହୁ, ମନୋଜ ସାହୁ, ଗଗନ କୁମାର ସାହୁ, ନୂଆଗାଁ ପଞ୍ଚାୟତ ଖାଲମଡା ଗ୍ରାମର ଉର୍ମିଳା ସାହୁଙ୍କୁ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଆବାସ ଯୋଜନାରେ ପାତରଅନ୍ତର କରୁଥିବା ଅଭିଯୋଗ ନେଇ ବିଡିଓଙ୍କୁ ଗୁହାରି କରିବା ପାଇଁ ଆସିଥିଲେ। ପାରାଢିପ ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ର ଦେହୁଡି ଓ ଜୟକୃଷ୍ଣ ଦେହୁଡିଙ୍କୁ ବିଜୁ ପକ୍କାଘର ବିଲ୍‌ ନ ମିଳିବା ନେଇ ଗ୍ରାମବାସୀ ଅଭିଯୋଗପତ୍ର ଧରି ଆସିଥିଲେ। ହେଲେ ବିଡିଓ ଦିନତମାମ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ସମସ୍ତ ଅଭିଯୋଗକାରୀ ନିରାଶ ହୋଇଥିଲେ। ଶେଷରେ ବିଜୁ ବାହିନୀର ବ୍ଲକ ସଂଯୋଜକ ରଘୁନାଥ ଦୁଆରି ସେମାନଙ୍କ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ଏ ସମ୍ପର୍କରେ ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲଙ୍କୁ ପଚାରିବାରୁ ସେ କହିଥିଲେ, ମୁଁ ଅନୁପସ୍ଥିତ ଥିବାରୁ ସହକାରୀ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଥିଲି। କିନ୍ତୁ ସେ କାହିଁକି ଅଭିଯୋଗପତ୍ର ଗ୍ରହଣ କରି ନାହାନ୍ତି ମୁଁ ପଚାରି ବୁଝିବି।


Enter your email to get our daily news in your inbox.

All Right Reserved By Dharitri.Com

ଅଦାଲତ ଆଦେଶ ମାନିଲାନି ବ୍ୟାଙ୍କ: ଅପିଲ ପରେ ମିଲିଲା କ୍ଷତିପୂରଣ

ନୟାଗଡ଼ ଅଫିସ,୧୪ା୧୧-ଖାଉଟି ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ ନ ହେବାରୁ ଆଦେନକାରୀ ଅପିଲ କରି ନ୍ୟାୟ ପାଇଛନ୍ତି। ଓଡ଼ଗାଁ ବ୍ଲକ ନନ୍ଦିଘୋର ଗ୍ରାମର ମାଗୁଣି ସେଠୀ ନାମକ...

ନିଶାମୁକ୍ତି ଅଭିଯାନରେ ଖଳିସାହି ଗ୍ରାମବାସୀ

ଖଣ୍ଡପଡ଼ା,୨୩ା୧୨(ସ୍ବ.ପ୍ର.): ଖଣ୍ଡପଡା ଥାନା ଖଳିସାହି ଗ୍ରାମରେ ନିଶାଦ୍ରବ୍ୟର ଅବାଧ କାରବାର ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିଲା। ଗ୍ରାମବାସୀ ଏ ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ...

ବର୍ଷା ପାଣିରେ ବୁଡ଼ିଛି ରାସ୍ତା

ଖଣ୍ଡପଡ଼ା,୧୭ା୧୦(ସ୍ବ.ପ୍ର.): ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତା ଶୋଚନୀୟ ହୋଇପଡିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହିବା ଯୋଗୁ ସ୍ଥାନୀୟ ଲୋକଙ୍କ...

ଶ୍ରୀରଘୁନାଥଜୀଉଙ୍କ ପୀଠରେ ସୁନିଆ ପର୍ବ:ସୁନା ଥାଳିଆରେ କାକରାପିଠା ଭୋଗଲାଗି

ଓଡ଼ଗାଁ ୧୧।୯(ସ୍ବ.ପ୍ର.)-ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ପୀଠରେ ମଙ୍ଗଳବାର ସୁନିଆ ପର୍ବ ପାଳିତ ହୋଇଛି। ଏହି ଅବସରରେ ଶ୍ରୀଜୀଉଙ୍କୁ ୩ ସୁନାଥାଳିଆରେ ୩ ବାଡ ସ୍ବତନ୍ତ୍ର କାକରା...

ମହୋତ୍ସବ ଦ୍ୱିତୀୟ ଦିବସ ଚିଲିକାରେ ଭାସିଲା ସାଧବ ପୁଅଙ୍କ ବୋଇତ

ବାଲୁଗାଁ,୧୩ା୧୧(ଡି.ଏନ.ଏ.): ଚିଲିକାର ଐତିହ୍ୟ ଓ ନୌବାଣିଜ୍ୟ ପରମ୍ପରା ଉଜ୍ଜୀବିତ ଉଦ୍ଦେଶ୍ୟରେ ମଙ୍ଗଳବାର ବାଲୁଗାଁ ଚିଲିକା ତଟଦେଶରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ା...

ଏମ୍‌ଆରଙ୍କ କବ୍‌ଜାରୁ ମୁକୁଳିପାରୁନି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ

ନୟାଗଡ଼ ଅଫିସ,୮।୯-ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ଏମ୍‌ଆର (ମେଡିସିନ ରିପ୍ରେଜେଣ୍ଟେଟିଭ)ଙ୍କ କବ୍‌ଜାରୁ ମୁକୁଳି ପାରୁନାହିଁ। ମେଡ଼ିକାଲ ପରିସରକୁ କୌଣସି ଏମ୍‌ଆର ଆସିପାରିବେ ନାହିଁ ବୋଲି ନୋଟିସ୍‌...

ମାଲେସିଆରେ ୫ ଶ୍ରମିକ ଫସିଥିବା ଘଟଣା: ଉଦ୍ଧାର ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ନୟାଗଡ଼ ଅଫିସ,୨୯।୧୧: ନୟାଗଡ଼ ଜିଲା ରଣପୁର ଓ ଶରଣକୁଳ ଥାନା ଅଞ୍ଚଳର ୫ ଶ୍ରମିକ ମାଲେସିଆରେ ଫସିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗୁରୁବାର...

ନିୟମ ମାନୁନାହାନ୍ତି ପେଟ୍ରୋଲ ପମ୍ପ୍‌ କର୍ତ୍ତୃପକ୍ଷ: ଗ୍ରାହକଙ୍କ ପାଇଁ ନାହିଁ ଆନୁଷଙ୍ଗିକ ସୁବିଧା

ନୟାଗଡ ଅଫିସ,୨୬ା୨: ନୟାଗଡ଼ ଜିଲାରେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ସରକାରୀ ନିୟମ ପାଳନ କରୁନାହାନ୍ତି। ଗ୍ରାହକଙ୍କୁ ଆନୁଷଙ୍ଗିକ ସୁବିଧା ନ ଯୋଗାଇ କେବଳ ପେଟ୍ରୋଲ ଓ...

Advertisement
Archives

Model This Week