ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଭାଜପା କ୍ଷମତାକୁ ଆସିଲେ ଖଣି, ଚିଟ୍‌ଫଣ୍ଡ ଚୋର ଜେଲ୍‌ ଯିବେ

ଭଦ୍ରକ ଅଫିସ/ପଦ୍ମପୁର/ତିହିଡି, ୨୭।୪ (ଡି.ଏନ.ଏ.) – ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ ଜିଲା ଗସ୍ତରେ ଆସି ଦଳୀୟ ବିଧାୟକ ପ୍ରାର୍ଥୀ ମନମୋହନ ସାମଲ, ମାଧବାନନ୍ଦ ମଲ୍ଲିକ, ବିଷ୍ଣୁ ସେଠୀ ଓ ଡା. ପ୍ରଦୀପ ନାୟକଙ୍କ ସମେତ ଭଦ୍ରକ ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ପାଇଁ ଜନସମର୍ଥନ ଲୋଡ଼ିଛନ୍ତି ା ଏହି ଅବସରରେ ପୀରହାଟରେ ବିଜୟ ସଙ୍କଳ୍ପ ସମାବେଶ ଓ ଭଦ୍ରକରେ ରୋଡ୍‌ ଶୋ’ ଅନୁଷ୍ଠିତ ହୋଇଥିଲା ା ଏଥିରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଲେ ରାଜ୍ୟ ସରକାର ମିଛରେ ବିଭିନ୍ନ ଯୋଜନା ନଁା କହି ବାହାବା ନେଉଛନ୍ତି । ଏଠାରେ ଡବଲ୍‌ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି ା ଏଥିପାଇଁ ଦଳୀୟ ବିଧାୟକ ଓ ଲୋକ ସଭା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ା

ଲଙ୍କେଶ୍ୱରୀ ମଣ୍ଡଳ ସଭାପତି ଶଶୀକାନ୍ତ ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଲେ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ନିଶ୍ଚିତ ଗଠିତ ହେବ। ସରକାର ଗଠନର ୩ ମାସ ମଧ୍ୟରେ ଖଣି ଓ ଚିଟ୍‌ଫଣ୍ଡ ଚୋର, ପିସି ଖିଆମାନଙ୍କୁ ଜେଲ ପଠାଯିବ।  ଏମ୍‌ପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ବରିଷ୍ଠ ନେତା ପ୍ରତାପ ଧଳ, ରଘୁନାଥପାଲି ବିଧାୟକ ପ୍ରାର୍ଥୀ ଯୋଗେନ୍ଦ୍ର ବେହେରା, ସୁନ୍ଦରଗଡ଼ ଜିଲା ପାନପୋଷର ସାଙ୍ଗଠନିକ ଜିଲା ସମ୍ପାଦକ ଅମରେନ୍ଦ୍ର ଶର୍ମା, ରାଜ୍ୟ ସମ୍ପାଦକ ଧୀରେନ ସେନାପତି, ସଂଗ୍ରାମ ସେନା ଅଧ୍ୟକ୍ଷ ସଂଗ୍ରାମ ରାଉତ, ପୂର୍ବତନ ସରପଞ୍ଚ ରାଜାରାମ ମହାକୁଡ଼ ଓ ପ୍ରଫୁଲ୍ଲ ପାଢ଼ୀ, ପୂର୍ବତନ ସମିତିସଭ୍ୟ ମାନସ ରଞ୍ଜନ ନାୟକ,  ଆରଡି ଜୋନ୍‌ ସଭାନେତ୍ରୀ ସସ୍ମିତା ନାୟକ, ମୁକ୍ତିକାନ୍ତ ନାୟକ, ମଙ୍ଗରାଜ ନାୟକ, ସଂଗ୍ରାମ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହାପରେ ବାସୁଦେବପୁର ବ୍ଲକ ଅଧୀନ ରାଜଘରପୋଖରୀଠାରେ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ବଚ୍ଛ ଭାରତ ଓ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା କହିଥିଲେ ା  ୧୯ବର୍ଷ ଧରି ରାଜ୍ୟ ସରକାର ବହୁ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ରତ୍ନଭଣ୍ଡାରର ଚାବି ହଜାଇ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ସ୍ଥିର ସରକାର ଗଠନ ପାଇଁ ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ ଓ ବିଧାନସଭା ପ୍ରାର୍ଥୀ ମାଧବାନନ୍ଦଙ୍କୁ ଭୋଟ ଦେବାକୁ ସେ ଅନୁରୋଧ କରିଥିଲେ। ଭାଜପା କ୍ଷମତାକୁ ଆସିଲେ ବିନା ସୁଧରେ କୃଷକଙ୍କୁ ଋଣ ଓ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ପ୍ରଦାନ କରାଯିବ ବୋଲି ସେ କହିଥିଲେ।

ଉକ୍ତ ସଭାରେ ଇଂ. ନିରଦ କୁମାର ଦାସ ସଭାପତିତ୍ୱ କରିଥିଲେ। ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ, ବିଧାନସଭା ପ୍ରାର୍ଥୀ ମାଧବାନନ୍ଦ, ଜିଲା ଉପସଭାପତି ଅଶୋକ କୁମାର ସାହୁ, ପ୍ରଭାରୀ ଅମ୍ବିକା ପ୍ରସନ୍ନ ଦାସ, ମଣ୍ଡଳ ସଭାପତି ଗିରିଜା ଶଙ୍କର ନାୟକ, ପୂର୍ବତନ ବିଧାୟକ ମଧୁସୂଦନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ପରେ ସ୍ଥାନୀୟ ମହତାବ ଛକଠାରୁ ରୋଡ୍‌ ଶୋ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା। ଓଟି ମାର୍କେଟ୍‌ ସମେତ ସହରର ବିଭିନ୍ନ ଛକରେ ପଥପ୍ରାନ୍ତ ସଭାରେ ଧର୍ମେନ୍ଦ୍ର ଉଦ୍‌ବୋଧନ ଦେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ା

 


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ…

୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସିଜିଏସଟି ସୁପରିଟେଣ୍ଡେଣ୍ଟ, ବାନ୍ଧିଲା CBI

ବାଲେଶ୍ବର,୯।୫ ବାଞ୍ଛାନିଧି ଦେ): ଲାଞ୍ଚ ନେଉଥିବାବେଳେ କେନ୍ଦ୍ରୀୟ ଦ୍ରବ୍ୟ ଓ ସେବାକର (ସିଜିଏସଟି)ବିଭାଗର ବାଲେଶ୍ବର ଆଞ୍ଚଳିକ ଅଧୀକ୍ଷକ (ଟେକ୍ନିକାଲ  ସୁପରିଟେଣ୍ଡେଣ୍ଟ) ଓମ ପ୍ରକାଶ ନାୟକଙ୍କୁ ସିବିଆଇ ଟିମ…

ରାଜପଥରେ ଟ୍ରକକୁ ପିଟିଲା ହାଇୱା   ହେଲପର ମୃତ, ଡ୍ରାଇଭର ଗୁରୁତର

 ବାଲେଶ୍ୱର,୫।୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ୧୬ ନଂ ଜାତୀୟ ରାଜପଥ ରୂପସା ଥାନା ଅନ୍ତର୍ଗତ ଯୁକନଣ୍ଡି ଛକ ନିକଟରେ ମଙ୍ଗଳବାର ଏକ ମର୍ମଦୁନ୍ତ ସଡ଼କ  ଦୁର୍ଘଟଣା ଘଟିଛି…

ବାଲେଶ୍ବର ବଢୁଛି ଜିଞ୍ଜର କାରବାର; ମାଡି ବସିଲା ଅବକାରୀ ପୋଲିସ, ୭ଅଭିଯୁକ୍ତ ଗିରଫ

ବାଲେଶ୍ୱର,୩ା୫( ବାଞ୍ଛାନିଧି ଦେ): ଜିଞ୍ଜର ଚାଲାଣ ବେଳେ ମାଡି ବସିଲା ଅବକାରୀ ପୋଲିସ । ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଭ୍ରାମ୍ୟମାଣ…

ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ଜୀବନ ଗଲା 

ବାଲେଶ୍ୱର/ରେମୁଣା/ ସଜନାଗଡ଼, ୩।୫( ବାଞ୍ଛାନିଧି ଦେ/ ରବୀନ୍ଦ୍ର ମହାକୁଡ଼/ ପ୍ରଶାନ୍ତ ବିଶ୍ୱାଳ ): ଗାଧୋଉଥିବା ବେଳେ ଘଟିଛି ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳିକା ସମ୍ପର୍କୀୟ ଭଉଣୀଙ୍କ…

ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ: ଆଉ ତା’ପରେ…

ସୋର,୨।୫(ଜନ୍ମେଜୟ ମିଶ୍ର): ସୋର ତହସିଲର ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଛି ବାଲି ବୋଝେଇ ଟ୍ରକ। ଅଳ୍ପକେ ବର୍ତ୍ତିଲେ ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂ l…

ବାଇକ୍‌ ଦୁର୍ଘଟଣାକୁ ନେଇ ତେଜିଲା ଗୋଷ୍ଠୀ ସଂଘର୍ଷ

ବାଲେଶ୍ବର,୨୯।୪: ବାଲେଶ୍ୱର ପୋଲାଡ଼ି ଛକରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଏକ ବାଇକ୍‌ ଦୁର୍ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ…

ଦିନରେ ଚୁଟି ବେପାର, ରାତିରେ ଚୋରି: ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୋଗରାଇ, ୨୯ା୪(ପ୍ରଦୀପ ଦାସ):ଦିନରେ ଘର ଘର ବୁଲି ଚୁଟି ବେପାର କରୁଥିଲେ। ରାତି ହେଲେ ଘରେ ପଶି ଟଙ୍କା ପଇସା, ସୁନାଗହଣା ଲୁଟ୍‌ କରି ଚମ୍ପଟ ମାରୁଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri