Posted inଖେଳ

ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ବାଇସୋୟାଙ୍କୁ ଗୋଟିଏ ଇନିଂସରେ ୧୦ଉଇକେଟ

ତେଜପୁର (ଆସାମ), ୭ା୧୧ (ପି.ଟି.)-ମେଘାଳୟ ଅଫ୍‌ ସ୍ପିନର ନିର୍ଦ୍ଦେଶ ବାଇସୋୟା ଏକ ବଡ଼ ସଫଳତା ହାସଲ କରିଛନ୍ତି। ଏଠାରେ ବୁଧବାର ଆରମ୍ଭ ହୋଇଥିବା ନାଗାଲାଣ୍ଡ ବିପକ୍ଷ ୧୬ ବର୍ଷରୁ କମ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ମ୍ୟାଚରେ ସେ ଗୋଟିଏ ଇନିଂସରେ ୧୦ ଉଇକେଟ ଅକ୍ତିଆର କରିଛନ୍ତି। ବାଇସୋୟାଙ୍କ ପ୍ରକୃତ ଘର ହେଉଛି ମିରଟରେ। ମ୍ୟାଚରେ ସେ ୨୧ ଓଭର ବୋଲିଂ କରି ୧୦ ମେଡେନ ସହ ୫୧ ରନ ବିନିମୟରେ ୧୦ଉଇକେଟ ହାସଲ କରିଛନ୍ତି। ନାଗାଲାଣ୍ଡ ପ୍ରଥମ ଦିବସରେ ମାତ୍ର ୧୧୩ରନ କରି ଅଲଆଉଟ ହୋଇଯାଇଥିଲା। ଅନ୍ୟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅନିଲ କୁମ୍ବଲେ ୧୯୯୯ରେ ନୂଆଦିଲ୍ଲୀରେ ପାକିସ୍ତାନ ବିପକ୍ଷରେ ଏହି ବିରଳ ସଫଳତା ହାସଲ କରିଥିଲେ। ସେ ୭୪ ରନ ବିନିମୟରେ ୧୦ଉଇକେଟ ହାସଲ କରିଥିଲେ। ଭାରତ ଏହି ମ୍ୟାଚ ୨୧୨ରନରେ ଜିତି ନେଇଥିଲା। ସେହିପରି ମଣିପୁର ପେସ୍‌ ବୋଲର ରେକ୍ସ ସିଂ ଗତବର୍ଷ ଏକ କୁଚବିହାର ଟ୍ରଫି ମ୍ୟାଚର ଗୋଟିଏ ଇନିଂସରେ ୧୦ ଉଇକେଟ ନେଇ ଇତିହାସ ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଜମ୍ପ ମାରିଲେ

ଦୁବାଇ,୨୩।୨: ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟଶ ଆୟାର ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଜମ୍ପ ମାରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ...

ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ: ଭାରତ-ଆଫଗାନିସ୍ତାନ ମ୍ୟାଚ ଡ୍ର

ଦୁସାମ୍ବେ (ତାଜିକିସ୍ତାନ), ୧୫ା୧୧ (ପି.ଟି.)-ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଗୁରୁବାର ଅନୁଷ୍ଠିତ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ୧-୧ ଗୋଲ୍‌ରେ ଅମୀମାଂସିତ ଭାବେ ଶେଷ...

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ରେକର୍ଡ ବୋଲିଂ ପରେ ଚହରଙ୍କ ମାନ୍ୟତା ବୃଦ୍ଧି

ଦୁବାଇ, ୧୨।୧୧(ପି.ଟି.)- ବାଂଲାଦେଶ ବିପକ୍ଷ ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍‌ରେ ୭ ରନ୍‌ରେ ୬ ଉଇକେଟ୍‌ ଅକ୍ତିଆର କରି ବିଶ୍ୱ ରେକର୍ଡ କରିଥିବା ଭାରତୀୟ...

ପୂର୍ବତନ କ୍ରିକେଟରଙ୍କ ବଢ଼ିଲା ପେନ୍‌ସନ

ନୂଆଦିଲ୍ଲୀ,୧୪।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପୂର୍ବତନ କ୍ରିକେଟର (ମହିଳା ଓ ପୁରୁଷ) ଏବଂ ଅମ୍ପାୟରଙ୍କ ପେନ୍‌ସନ ବୃଦ୍ଧି କରିଛି। ଯେଉଁ ପ୍ରଥମ ଶ୍ରେଣୀ କ୍ରିକେଟରମାନେ...

ଟି୨୦ ସିରିଜ: ଭାରତର କ୍ଲିନ୍‌ ସୁଇପ୍‌

ଗୁୟାନା, ୭।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ...

ଆର୍‌ସିବି ଆଗରେ ୨୦୫ ରନ୍‌ର ଟାର୍ଗେଟ୍‌

କୋଲକାତା,୬।୪: କୋଲକାତାର ଇଡେନ୍‌ ଗାର୍ଡେନରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୯ତମ ମ୍ୟାଚ୍‌ରେ ଆର୍‌ସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ...

କ୍ୟାରିବିୟାନ ପ୍ରିମିୟର ଲିଗ୍‌ : ଇତିହାସ ସୃଷ୍ଟିକଲେ ବ୍ରାଭୋ, ତାମ୍ବେଙ୍କ ପଦାର୍ପଣ

ପୋର୍ଟ ଅଫ୍‌ ସ୍ପେନ୍‌,୨୮।୮(ପି.ଟି.): ଏଠାରେ ଚାଲିଥିବା ହିରୋ କ୍ୟାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଅଲ ରାଉଣ୍ଡର ଡ୍ବେନ ବ୍ରାଭୋ ଇତିହାସ ସୃଷ୍ଟି କରିଛନ୍ତି। ସେହିପରି ପ୍ରବୀଣ...

ଭିଲଓ୍ବାରା କିଙ୍ଗ୍ସ ବିଜୟୀ

ଲକ୍ଷ୍ନୌ, ୧୯।୯: ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ରବିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଭିଲ୍‌ଓ୍ବାରା କିଙ୍ଗ୍ସ ୩ ଉଇକେଟରେ ମନିପାଲ ଟାଇଗର୍ସକୁ ପରାସ୍ତ କରିଛି। ଟାଇଗର୍ସ ଦଳ...

Advertisement
Archives

Model This Week