ବିଜୟା ଦଶମୀରେ ନୀଳମାଧବ ଜୀଉଙ୍କୁ ଶଙ୍ଖ, ଚକ୍ର ସମର୍ପଣ

ଖଣ୍ଡପଡା,୧୦।୧୦(ସ୍ବ.ପ୍ର.): ମହିଷାସୁରର ନିଧନ ପାଇଁ ମା’ଦୁର୍ଗାଙ୍କୁ ପ୍ରଦାନ କରାଯାଇଥିବା ଶଙ୍ଖ, ଚକ୍ର ଆୟୁଧ ମଙ୍ଗଳବାର ବିଜୟା ଦଶମୀ ତିଥିରେ କଣ୍ଟିଲୋ ନୀଳମାଧବ ଜୀଉଙ୍କୁ ସମର୍ପଣ କରାଯାଇଛି । ପାରମ୍ପରିକ ରୀତିରେ ଏହି ତିଥିରେ ଶ୍ରୀ ନୀଳମାଧବ ଜୀଉଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କୁ ମନ୍ଦିର ବେଢା ପରିକ୍ରମା କରାଇ ସିଂହଦ୍ୱାରସ୍ଥ ଦୋଳ ବେଦିକୁ ବିଜେ କରାଯାଇଥିଲା । ଶ୍ରୀ ଜୀଉଙ୍କୁ ପୂଜାର୍ଚ୍ଚନା ପରେ ରାତି ପ୍ରାୟ ୯ଟାରେ ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ, ଛତ୍ରୀ, ମଶାଲ, ସଂକୀର୍ତ୍ତନ ଓ ପାଟପଟୁଆର ସହିତ ବିମାନରେ ଆରୂଢ କରାଯାଇ ମହାନଦୀ ଓ କମେଇ ନଦୀ ସଙ୍ଗମ ସ୍ଥଳ ଠାକୁରଙ୍କ ଦଶହରା ପଡିଆକୁ ବିଜେ କରାଯାଇଥିଲା । ସେଠାରେ ପୁନଶ୍ଚ ପୂଜାର୍ଚ୍ଚନା ସହ ସନ୍ଧ୍ୟା ଆଳତି ଓ ସପ୍ତାଳତି କାଯର୍‌ୟକ୍ରମ ସମାପନ ହେବା ପରେ ପାରମ୍ପରିକ ରୀତିରେ ତୋପ ଫୁଟା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପୂଜାରୀ ଭାବେ ତ୍ରିନାଥ ମିଶ୍ର ଓ ପତ୍ରୀ ଭାବେ ଶ୍ରବଣରାମ ମିଶ୍ର ପୂଜାକର୍ମ ପରିଚାଳନା କରିଥିଲେ । ଦଶହରା ପଡିଆରେ ଉପସ୍ଥିତ ଥିବା ଗ୍ରାମବାସୀ ଓ ଶ୍ରଦ୍ଧାଳୁ ସାଙ୍ଗରେ ଆଣିଥିବା ନୂତନ ଖାତା ଓ କାଗଜରେ ଶ୍ରୀ ଜୀଉ ଓ ମା’ଦୁର୍ଗାଙ୍କୁ ସୁମରଣା କରି ଆରମ୍ଭରେ ଓମ୍‌ ଶଦ୍ଦ ଲେଖି ଦଶହରା ଅନୁକୂଳ କରିଥିଲେ । ଶ୍ରୀଜୀଉଙ୍କୁ ଶଙ୍ଖ ଚକ୍ର ସମର୍ପଣ ଓ ତୋପ ଫୁଟାଇବାର ପରମ୍ପରା ସମ୍ପର୍କରେ କୁହାଯାଏ, ପ୍ରବଳ ପ୍ରତାପୀ ମହିଷାସୁରର ନିଧନ ପାଇଁ ସମସ୍ତ ଦେବଦେବୀ ମା’ଦୁର୍ଗାଙ୍କୁ ସେମାନଙ୍କର ଆୟୁଧ ପ୍ରଦାନ କରିଥିଲେ । ଶ୍ରୀ ବିଷ୍ଣୁ ମଧ୍ୟ ତାଙ୍କର ଆୟୁଧ ଶଙ୍ଖ ଚକ୍ର ପ୍ରଦାନ କରିଥିଲେ । ମା’ଦୁର୍ଗା ଆଶ୍ୱିନ ମାସ ଅଷ୍ଟମୀ ତିଥିରେ ଏକ ସନ୍ଧିକ୍ଷଣରେ ମହିଷାସୁରକୁ ନିଧନ କରିଥିଲେ । ନବମୀ ପୂଜା ପରେ ଦଶମୀ ତିଥିରେ ମା’ଦୁର୍ଗାଙ୍କୁ ପ୍ରଦାନ କରାଯାଇଥିବା ସମସ୍ତ ଆୟୁଧ ସମ୍ପୃକ୍ତ ଦେବତାଙ୍କୁ ସମର୍ପଣ କରାଯାଇଥିଲା । ଅପରପକ୍ଷେ ଚାଷୀମାନେ ଭାଦ୍ରବ ଓ ଆଶ୍ୱିନ ଏହି ଦୁଇ ମାସରେ ଧାନ ଫସଲ କରି ବସି ରହିଥାନ୍ତି । ଦଶହରା ପଡିଆରେ ତୋପ ଫୁଟିବା ପରଠାରୁ ଆଖ ପାଖ ଅଞ୍ଚଳର ସମସ୍ତ ଚାଷୀ ରବି ଫସଲ ପାଇଁ ଚାଷ ଅନୁକୂଳ କରିଥାନ୍ତି ବୋଲି କୁହାଯାଏ । ଶ୍ରୀ ଜୀଉ ଦଶହରା ପଡିଆରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଫକୀର ଅତବୁଦ୍ଧି ପାଟଣା, ଛାମୁପାଟଣା ଆଦି ସାହିରେ ଚାଚେରୀ ଭୋଗ ଖାଇ ମନ୍ଦିରକୁ ପହଡ ପାଇଁ ବିଜେ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri