ବିଜେପୁର ଉପନିର୍ବାଚନ: ୪୩ ପଥପ୍ରାନ୍ତ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ, ୧୬।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ପ୍ରଚାର ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ଗସ୍ତରେ ବରଗଡ଼ ଆସିବେ। ବିଜେପୁର ବ୍ଳକ ଲାଉମୁଣ୍ଡା ଅସ୍ଥାୟୀ ହେଲିପ୍ୟାଡ୍‌ରେ ଗୁରୁବାର ପ୍ରାୟ ସାଢେ ୧୦ଟାରେ ଓହ୍ଲାଇ ସେଠାରୁ ସେ ପ୍ରଚାର ଆରମ୍ଭ କରିବେ ବୋଲି ବୁଧବାର ବରଗଡ଼ ଏକ ହୋଟେଲ ସଭାକକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଦଳର ରାଜ୍ୟ ଉପ ସଭାପତି ତଥା ରାଜ୍ୟସଭା ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରୋଡ ଶୋ’ରେ ବାହାରି ବିଜେପୁର, ବରପାଲି ଏବଂ ଗାଇସିଲେଟ ବ୍ଲକରେ ସମୁଦାୟ ୪୩ଟି ପଥପ୍ରାନ୍ତ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ପ୍ରଥମ ଦିବସରେ ସାଢ଼େ ୭ଘଣ୍ଟା ଏବଂ ଦ୍ବିତୀୟ ଦିବସରେ ପ୍ରାୟ ୪ଘଣ୍ଟାର ପ୍ରଚାର କାର୍ଯ୍ୟକ୍ରମ ରହିଥିବା ଆଚାର୍ଯ୍ୟ କହିଥିଲେ। ବରଗଡ଼ ପିଡବ୍ଲୁଡି ଡାକବଙ୍ଗଳାରେ ମୁଖ୍ୟମନ୍ତ୍ରୀ ଗୁରୁବାର ରାଡ୍ରିଯାପନ କରିବେ ଏବଂ ଶୁକ୍ରବାର ଗାଇସିଲେଟ ବ୍ଲକରେ ପ୍ରଚାର ସାରି ଅପରାହ୍ନରେ ନବୀନ ନିବାସ ଫେରିଯିବା କାର୍ଯ୍ୟକ୍ରମ ରହିଛି। ଖବରଦାତା ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା ଏବଂ ବରଗଡ଼ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜକୁ ଗୁଳିକରି ଜୀବନ ହାରିଲେ ଯବାନ

ମାଲକାନଗିରି,୩।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାରେ ଗୁରୁବାର ଜଣେ ଯବାନ ନିଜ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସେ ହେଲେ କୋହକାମେଟା...

ବିପଦରେ ଭିତରକନିକାର ଜୈବ ବିବିଧତା

କେନ୍ଦ୍ରାପଡ଼ା ଅଫିସ, ୪।୯: ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ଉପରେ ବିପଦ ଘନେଇ ଆସୁଛି। ମଧୁର ଜଳର ସଙ୍କଟ ସହ ଶିଳ୍ପ ପ୍ରଦୂଷଣ ଏହାର...

ଜାଗା ଦେବାକୁ ରାଜି ହେଲେନି ବୋଲି: ୨ ଭଉଣୀଙ୍କୁ ମାଡ଼ମାରି ଗଛରେ ବାନ୍ଧିଲେ ଭାଇ

କୁଜଙ୍ଗ,୯ା୧(ଡି.ଏନ.ଏ.): ସମ୍ପତ୍ତି ଲୋଭରେ ୨ ଭାଇ ତାଙ୍କ ମା’ ଓ ଦୁଇ ଭଉଣୀଙ୍କୁ ମାଡ଼ମାରିବା ସହ ଗଛରେ ବାନ୍ଧିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବାପରେ...

ଜୀବନ ପରିବର୍ତ୍ତେ ଜୀବିକାକୁ ପ୍ରାଧାନ୍ୟ

ଅନୁଗୋଳ ଅଫିସ, ୧୭।୬ କରୋନା ମହାମାରୀ ସମୟରେ ଜୀବନ ବଡ଼ ନା ଜୀବିକା। ଏ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇ ନ ଥିବାବେଳେ ଜୀବିକାକୁ...

ସଂଗ୍ରାମୀ କାରଖାନା ଅଳକାଶ୍ରମ ଅଲୋଡ଼ା

ଜଗତସିଂହପୁର ଅଫିସ, ୧୪ା୩: ଜଗତ୍‌ସିଂହପୁର ଜିଲାର ସ୍ବାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ଓଡ଼ିଶା କାହିଁକି ସାରା ଦେଶର ଇତିହାସକୁ ଜାଜ୍ୱଲ୍ୟମାନ କରୁଛି। ବିଶେଷକରି ଜିଲାର...

ରାଜନୀତି କରିବେ ଦୂତି ଚାନ୍ଦ

ଭୁବନେଶ୍ୱର, ୨୩।୧୯(ବ୍ୟୁରୋ): ରାଜନୀତିରେ ଯୋଗଦେବେ ଆଥ୍‌ଲେଟ ଦୂତି ଚାନ୍ଦ। ସୋମବାର ଦୂତି କରିଥିବା ଏକ ଟ୍ବିଟ୍‌କୁ ନେଇ ଏହି ଚର୍ଚ୍ଚା ଜୋର୍‌ ଧରିଛି। ଏକ ଟ୍ବିଟ୍‌ରେ...

CORONAVIRUS UPDATE: ରାଜ୍ୟରେ ୪୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜ୍ୟରେ ପୁଣି ୪୩୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫୧୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୮୨୩ଜଣ ଲୋକାଲ କେସ୍‌ ଥିବା...

ବିହନ ଯୋଗାଉନି ବିଭାଗ

ବଅଁରପାଳ,୧୭ା୧୨(ଡି.ଏନ.ଏ.) ରବି ଚାଷ ପାଇଁ କୃଷି ସମବାୟ ସମିତିଗୁଡ଼ିକୁ ଆବଶ୍ୟକ ବିହନ ଯୋଗାଇ ଦେଉନି କୃଷି ବିଭାଗ। ଫଳରେ ଅନୁଗୋଳ କୃଷି ଜିଲା ଅଧୀନ ବଅଁରପାଳ ବ୍ଲକ...

Advertisement
Archives

Model This Week