ବିଜେଡି, କଂଗ୍ରେସର ଷ୍ଟାର କ୍ୟାମ୍ପେନର ତାଲିକା

ଭୁବନେଶ୍ୱର,୩।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସ ଶୁକ୍ରବାର ନିଜର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛନ୍ତି। ପୂର୍ବରୁ ଭାଜପା ନିଜର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିସାରିଛି। ବିଜେଡି ଷ୍ଟାର କ୍ୟାମ୍ପେନର ତାଲିକାର ମୁଖ୍ୟ ଆକର୍ଷକ ଭାବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରହିଛନ୍ତି। ଏହାସହ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ୭ ମନ୍ତ୍ରୀ ତଥା ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା, ସମୀର ରଞ୍ଜନ ଦାଶ, ସୁଶାନ୍ତ ସିଂ, ନବ କିଶୋର ଦାସ, ଟୁକୁନି ସାହୁ ଏବଂ ତୁଷାରକାନ୍ତି ବେହେରାଙ୍କୁ ଏହି ତାଲିକାରେ ରଖାଯାଇଛି। ସେହିପରି ବିଧାୟକ ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ବିଜେଡିର ପୁରୀ ଜିଲା ସଭାପତି ମହେଶ୍ୱର ମହାନ୍ତି, ପୁରୀ ଏମ୍‌ପି ପିନାକୀ ମିଶ୍ର, ରାଜ୍ୟ ସଭା ସଦସ୍ୟ ମୁଜିବୁଲ୍ଲା ଖାନ୍‌, ବିଧାୟିକା ପ୍ରମିଳା ମଲିକ, ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଚନ୍ଦ୍ରସାରଥୀ ବେହେରା, ପ୍ରୀତିରଞ୍ଜନ ଘଡାଇ, ପ୍ରଣବ କୁମାର ବଳବନ୍ତରାୟ, ସୁଧୀର କୁମାର ସାମଲ, ବ୍ୟୋମକେଶ ରାଏ, ଉମାକାନ୍ତ ସାମନ୍ତରାୟ, ଅନନ୍ତ ନାରାୟଣ ଜେନା, ରାଜେନ୍ଦ୍ର କୁମାର ସାହୁ, ଦେବୀ ରଞ୍ଜନ ତ୍ରିପାଠୀ, ବିଜେଡି ନେତା ଆକାଶ ଦାସ ନାଏକ, ଅରିନ୍ଦମ ରାୟ ଏବଂ ବିଭୂତି ବଳବନ୍ତରାୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏମାନେ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱ ତୁଲାଇବେ ବୋଲି ଦଳ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ସେହିପରି କଂଗ୍ରେସ ମଧ୍ୟ ଦଳର ହେଭିଓ୍ବେଟ୍‌ମାନଙ୍କୁ ନେଇ ଏକ ୩୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ପ୍ରକାଶିତ ତାଲିକାରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ସମେତ ୮ଜଣ ବିଧାୟକ ସ୍ଥାନ ପାଇଛନ୍ତି। ସେମାନେ ହେଲେ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମେଶ ଚନ୍ଦ୍ର ଜେନା, ମହମ୍ମଦ ମୋକିମ, ଅଧିରାଜ ମୋହନ ପାଣିଗ୍ରାହୀ ଏବଂ ସି.ଏସ୍‌. ରାଜନ ଏକ୍କା। ତାଲିକାରେ ଥିବା ଅନ୍ୟ ବରିଷ୍ଠ ନେତାମାନେ ହେଲେ ଭକ୍ତ ଚରଣ ଦାସ, ଜି.ରୁଦ୍ର ରାଜୁ, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝି, ଶରତ ରାଉତ, ବିଶ୍ୱରଞ୍ଜନ ମହାନ୍ତି, ରାଗିଣୀ ନାଏକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ସୁଶିଳା ତିରିଆ, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ବନ୍ଦିତା ପରିଡ଼ା, ସଂଗ୍ରାମ କେଶରୀ ଜେନା, ସ୍ମୃତି ରଞ୍ଜନ ଲେଙ୍କା, ସତ୍ୟପ୍ରକାଶ ନାଏକ ଏବଂ ସାୟିଦ ୟାସିର ନଓ୍ବାଜ ପ୍ରମୁଖ ରହିଛନ୍ତି। ୩ ଦଳର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ ପାଇବା ପରେ ରବିବାରଠାରୁ ପିପିଲିରେ ପ୍ରଚାର ଆହୁରି ଜୋରଦାର ହେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ମଙ୍ଗଳବାର ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ: ମା’ କନ୍ଧୁଣି ଦେବୀଙ୍କୁ କରିବେ ପୂଜାର୍ଚ୍ଚନା, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri