ବିଜେଡିର ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକ: ‘ପରାଜୟର କାରଣ ଗୋଷ୍ଠୀ କନ୍ଦଳ’

ବାରିପଦା ଅଫିସ,୮ା୯- ସମଗ୍ର ରାଜ୍ୟରେ ବିଜୁ ଜନତା ଦଳ ନିର୍ବାଚନୀ ଫଳାଫଳ ଭଲ କରୁଥିବା ବେଳେ ମୟୂରଭଞ୍ଜ ଜିଲାରେ କିନ୍ତୁ ଓଲଟା। ଜିଲାରେ ତୃଣମୂଳସ୍ତରରେ ଭାଜପାର ସଙ୍ଗଠନ ମଜଭୁତ ନ ଥିଲେ ମଧ୍ୟ ୨୦୧୭ ପଞ୍ଚାୟତ ନିର୍ବାଚନଠାରୁ ଦଳ ଶାସକ ବିଜେଡିକୁ ପରାଜୟର ସ୍ବାଦ ଚଖାଇ ଆସୁଛି। ଗତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ବେଳେ ଗ୍ରାମାଞ୍ଚଳସ୍ତରରୁ ଜିଲା ପର୍ଯ୍ୟନ୍ତ ମାଳମାଳ ପର୍ଯ୍ୟବେକ୍ଷକ ଓ ହେଭିୱେଟ୍‌ ନେତା ଆସି ଗୋଟିଚାଳନା କରିଥିଲେ। ମାତ୍ର ଦଳ ଆଶାନୁରୂପ ସଫଳତା ହାସଲ କରି ନ ଥିଲା। ଆଗକୁ ପୌର ନିର୍ବାଚନ ରହିଛି। ଜିଲାର ବାରିପଦା, ରାଇରଙ୍ଗପୁର ପୌର ପରିଷଦ ଏବଂ କରଞ୍ଜିଆ ଓ ଉଦଳା ଏନ୍‌ଏସିକୁ ଦଖଲ କରି ପୁନର୍ବାର ଜିଲାକୁ ବିଜେଡିର ଗଡ଼ ଭାବେ ପରିଣତ କରିବାକୁ କସରତ ଆରମ୍ଭ ହେଲାଣି। ନିକଟରେ ବିଜେଡିର ହେଭିୱେଟ୍‌ ନେତା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଏହି ଜିଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଜିଲାର ନିର୍ବାଚିତ ପ୍ରତିନିଧିମାନଙ୍କ ସମ୍ପର୍କରେ ତାଙ୍କର ଧାରଣା ଥିବା ବେଳେ କର୍ମୀ ଓ ଅନ୍ୟ ନେତୃବୃନ୍ଦମାନଙ୍କୁ ସେ ଚିହ୍ନିନାହାନ୍ତି। ଉଭୟ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ପରାଜୟ ସମ୍ପର୍କରେ ଦଳ ପକ୍ଷରୁ କରାଯାଇଥିବା ସମୀକ୍ଷା ବେଳେ ଗୋଷ୍ଠୀ କନ୍ଦଳ ମୁଖ୍ୟ କାରଣ ଥିବା ଜଣାପଡିଥିଲା। ଶନିବାର ଜିଲା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକରେ ପର୍ଯ୍ୟବେକ୍ଷକ ଦାସ ଉପସ୍ଥିତ ରହି ପୂର୍ବ ପରାଜୟଗୁଡିକର କାରଣ ଗୋଷ୍ଠୀ କନ୍ଦଳ ବୋଲି ଖୋଲାଖୋଲି କହିଥିଲେ। ଦଳରେ ଗୋଷ୍ଠୀ କନ୍ଦଳକାରୀଙ୍କ ସ୍ଥାନ ନାହିଁ ବୋଲି ତାଗିଦ କରିଥିଲେ।
ବୈଠକରେ ବିଧାୟକ ଦାସଙ୍କ ସହିତ ଜିଲାର ଦୁଇ ପୂର୍ବତନ ଦଳୀୟ ପର୍ଯ୍ୟବେକ୍ଷକ ଡ. ଅରୁଣ କୁମାର ସାହୁ ଓ ସଞ୍ଜୟ ଦାସବର୍ମା ଉପସ୍ଥିତ ରହି ଜିଲାରେ ସଂଗଠନ ମଜଭୁତ କରିବା ପାଇଁ ବିଧାୟକ ଦାସଙ୍କୁ ମାର୍ଗଦର୍ଶନ କରିବେ ବୋଲି କହିଥିଲେ। କାରଣ ଅରୁଣ ଓ ସଞ୍ଜୟ ଜିଲାର ତୃଣମୂଳସ୍ତରର କର୍ମୀଙ୍କୁ ନେଇ କାର୍ଯ୍ୟ କରିସାରିଛନ୍ତି। ସେହିପରି ଅରୁଣ ଓ ସଞ୍ଜୟଙ୍କ ବିନା ଜିଲାରେ ସଂଗଠନ ସଜାଡ଼ିବା ମୁସ୍କିଲ ବୋଲି ବୈଠକରେ ଆଗଧାଡ଼ିର କର୍ମୀମାନେ ଖୋଲାଖୋଲି କହିଥିଲେ। ବିଧାୟକ ଦାସ ରାଜ୍ୟ ସଂଗଠନର ମଙ୍ଗ ଧରିଥିବା ବେଳେ ମୟୂରଭଞ୍ଜ ଜିଲାକୁ ପର୍ଯ୍ୟାପ୍ତ ସମୟ ଦେବା ସମ୍ଭବ ନୁହେଁ ବୋଲି କର୍ମୀମାନେ ଯୁକ୍ତି ବାଢ଼ିଥିଲେ। ଏହାକୁ ନେଇ ଏବେ ଦଳ ଅଡ଼ୁଆରେ ପଡ଼ିଛି।
ଜିଲା ବିଜେଡି ସଭାପତି ଦେବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ୍‌, ରାଜସ୍ବ ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଧାୟକ ରାଜକିଶୋର ଦାସ, ବିଧାୟିକା ବାସନ୍ତୀ ହେମ୍ବ୍ରମ୍‌, ବିଧାୟକ ପ୍ରଣବ ବଳବନ୍ତରାୟ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଭାଦବ ହାଁସ୍‌ଦା, ଜିଲା କାର୍ଯ୍ୟକାରୀ ସଭାପତି ଡା. ଦେବାଶିଷ ମାରାଣ୍ଡି, ଯୁବ ବିଜେଡି ଉତ୍ତର ଓଡ଼ିଶା ଜୋନ୍‌ ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ସମେତ ଅନ୍ୟ ଆଗଧାଡ଼ିର ନେତାମାନେ ଉପସ୍ଥିତ ଥିଲେ। ଜିଲା ଯୁବ ସଭାପତି ଜିତେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବାପଝିଅଙ୍କୁ ଆକ୍ରମଣ: ଗଛରେ ବାନ୍ଧି ଗୋବରପାଣି ପିଆଇଲେ

ସଜନାଗଡ଼, ୧୫।୬(ଡି.ଏନ.ଏ.)-ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ଏବେବି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ବସା ବାନ୍ଧି ରହିଛି। ଏହାକୁ ପାଥେୟ କରି ସମାଜରେ ବିଭିନ୍ନ ଅଭାବନୀୟ...

ଟ୍ରାକ୍ଟର ଚାପାରେ ଶିଶୁ ପୁତ୍ରର ମୃତ୍ୟୁ: ଗାଁରେ ଉତ୍ତେଜନା

ପାଟଣା,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଦମାହୁଦା ପଞ୍ଚାୟତ ବେଲସରେଇ ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଟ୍ରାକ୍ଟର ଚାପାରେ ଜଣେ ୬ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ...

ଐତିହ୍ୟସ୍ଥଳୀର ସୁରକ୍ଷା, ମୂର୍ତ୍ତି ଚୋରି ର଼୍ୟାକେଟ୍‌ ସନ୍ଧାନ ନେଇ ଦାବିପତ୍ର

ଭଦ୍ରକ ଅଫିସ, ୧୭।୭: ଭଦ୍ରକ ଜିଲାର ପ୍ରସିଦ୍ଧ ଐତିହ୍ୟସ୍ଥଳୀରୁ ଗତ କିଛିବର୍ଷ ଧରି ଦୁର୍ଲଭ ଭାସ୍କର୍ଯ୍ୟରାଜି ମୂର୍ତ୍ତି ଚୋରି ହେବାରେ ଲାଗିଛି। ଏହାମଧ୍ୟରେ ଜଣେ ମଧ୍ୟ...

ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ାଉ: ୫୦ ଜୁଆଡ଼ି ଗିରଫ,୨ ଲକ୍ଷରୁ ଊର୍ଦ୍ଧ୍ୱ ଜବତ

ବ୍ରହ୍ମପୁର ଅଫିସ,୧୪।୧୦: ବ୍ରହ୍ମପୁର ପୋଲିସ ରବିବାର ରାତିରେ ଜିଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉକରି ୫୦ ଜୁଆଡ଼ିଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ୨ଲକ୍ଷ ୧୦ହଜାର...

ଉତ୍ତରପ୍ରଦେଶ ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ଦାବି: ରାଜରାସ୍ତାରେ ଗର୍ଜିଲେ ଆମ୍ବେଡକରବାଦୀ ସଂଗଠନ

ଭବାନୀପାଟଣା,୪।୧୦(ଡି.ଏନ୍‌.ଏ.): ଉତ୍ତରପ୍ରଦେଶର ହାଥରସ ଓ ବଳରାମପୁରରେ ଦଳିତ ନାବାଳିକାଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶର ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ...

ଛାତିରୁ ଅଲଗା ହେଲା ମୁହଁ

କଟକ ଅଫିସ,୧୮ା୪: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଛି ଏକ ବିରଳ ଅସ୍ତ୍ରୋପଚାର। ଆକସ୍ମିକ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ୧୪ ବର୍ଷୀୟା ବାଳିକାଙ୍କ...

ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲା: ମହମ୍ମଦ ମୁସ୍ତାକ ଦୋଷୀ ସାବ୍ୟସ୍ତ

କଟକ ଅଫିସ, ୧୯।୯:  କଟକ ଜିଲା ସାଲେପୁର ଥାନା ଅଞ୍ଚଳରେ ୨୦୧୮ରେ ଘଟିଥିବା ବହୁଚର୍ଚ୍ଚିତ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ(୩୨)...

୪ ଘଣ୍ଟା ପାରୋଲରେ ଗଲେ ଅବଦୁର ରେହେମାନ

ଚୌଦ୍ୱାର,୨୪ା୬(ଡି.ଏନ୍‌.ଏ): ମା’ଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ସଂଦିଗ୍ଧ ଆତଙ୍କବାଦୀ ଅବ୍‌ଦୁର ରେହେମାନ ଦିଲ୍ଲୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବୁଧବାର...


Coronavirus Update

Archives

Model This Week

Why Dharitri