ବିଜୁଳି ଖୁଣ୍ଟ ପାଖେ ଜଳୁଛି ଡିବିରି

ବଇଣ୍ଡା,୧୬ା୬ – ପରିକ୍ଷିତ ସାହୁ ସରକାରଙ୍କ ସୌଭାଗ୍ୟ ଯୋଜନାର ସେ ହକ୍‌ଦାର। ପକ୍କା ଘର ପାଇବା ପାଇଁ ମଧ୍ୟ ଉପଯୁକ୍ତ ହିତାଧିକାରୀ। ହେଲେ ପକ୍କା ଘରଟିଏ ପାଇଁ ୫ ବର୍ଷ ହେଲା ପଞ୍ଚାୟତଠାରୁ ବ୍ଲକ କାର୍ଯ୍ୟାଳୟ ଯାଏ ଧାଉଁଥିଲେ ବି କେଉଁଠାରୁ ତାଙ୍କୁ ପ୍ରତିଶ୍ରୁତିଟିଏ ମିଳିପାରୁନାହିଁ। ସେହିପରି ବିଦ୍ୟୁତ୍‌ ଖୁଣ୍ଟଠାରୁ ମାତ୍ର ୨୫ ମିଟର ଦୂରରେ ଘର ଥିଲେ ହେଁ ସଂଯୋଗ ଦିଆଯାଉ ନ ଥିବାରୁ ଡିବିରି ଜାଳି ରହିବାକୁ ପଡ଼ୁଛି ତାଙ୍କ ପରିବାରକୁ। ଗରିବ, ଦୃଷ୍ଟିହୀନ ବୋଲି ଜାଣି ମଧ୍ୟ ପ୍ରଶାସନର ଏପରି ଅବହେଳା ଅତ୍ୟନ୍ତ କଷ୍ଟଦାୟକ ବୋଲି କହିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ବୈଷ୍ଣବସାହିର ଧ୍ରୁବଚରଣ ପ୍ରଧାନ (୪୫)।
ଧ୍ରୁବଚରଣଙ୍କ କହିବା ଅନୁଯାୟୀ, ସେ ଜନ୍ମାନ୍ଧ ନୁହନ୍ତି। ୧୯୯୮ରେ ଏକ ଅଜଣା ରୋଗ ଯୋଗୁ ତାଙ୍କ ଦୃଷ୍ଟି ଶକ୍ତି ଚାଲିଯାଇଥିଲା। ସେବେଠାରୁ ଜୀବନକୁ ନେଇ ସଂଘର୍ଷ କରୁଥିବା ବେଳେ ପରିବାର ଲୋକେ ତାଙ୍କ ବିବାହ କରିଦେଇଥିଲେ। ଏବେ ସ୍ତ୍ରୀ ଓ ୧୦ ବର୍ଷର ପୁଅଙ୍କୁ ନେଇ ତାଙ୍କ ପରିବାର। ଏକ ଭଙ୍ଗା ଆଜବେଷ୍ଟସ ଘରେ ସେ ରହୁଥିବାରୁ ଖରା ଓ ବର୍ଷାଦିନେ ବଡ଼ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ୁଛି। ସରକାରଙ୍କ ଆବାସ ଯୋଜନାରେ ପକ୍କା ଘରଟିଏ ପାଇଁ ସେ ୨୦୦୫ ମସିହାରୁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ବାରମ୍ବାର ଆବେଦନ କରିଛନ୍ତି। ସେହିପରି ସୌଭାଗ୍ୟ ଯୋଜନାରେ ସରକାର ମାଗଣାରେ ଗରିବ ପରିବାରକୁ ବିଦ୍ୟୁତ୍‌ ଯୋଗାଇ ଦେଉଥିବା ବେଳେ ୨୦୧୮ରେ ତାଙ୍କ ଘରେ ଓ୍ବେୟାରିଂ କରାଯାଇଥିଲା। କିନ୍ତୁ ବିଦ୍ୟୁତ୍‌ ଖୁଣ୍ଟଠାରୁ ମାତ୍ର ୨୫ ମିଟର ଦୂରରେ ତାଙ୍କ ଘର ଥିବା ସତ୍ତ୍ୱେ ଏଯାଏ ସଂଯୋଗ ଦିଆଯାଉ ନାହିଁ। ଫଳରେ ରାତି ଅନ୍ଧାରରେ ଡିବିରି ଜାଳି ତାଙ୍କ ପରିବାରକୁ ରହିବାକୁ ପଡ଼ୁଛି। ରୋଜଗାର ବୋଲି ସେପରି କିଛି ନ ଥିବାରୁ ଦୁଇଓଳି ଦୁଇମୁଠା ଖାଇବା ଓ ଡିବିର ପାଇଁ କିରୋସିନ ଯୋଗାଡ଼ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଛି। ଏପରି ଦୟନୀୟ ଅବସ୍ଥାରେ ପରିବାର ଥିବା ସତ୍ତ୍ୱେ ସରକାରୀ ଯୋଜନାରେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଉ ନ ଥିବା ଧ୍ରୁବଚରଣ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବଇଣ୍ଡା ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ମାଝି କହିଛନ୍ତି, ଧ୍ରୁବଚରଣଙ୍କୁ ସୌଭାଗ୍ୟ ଯୋଜନାରେ ଶୀଘ୍ର ବିଦ୍ୟୁତ୍‌ ସଂଯୋଗ ଦିଆଯିବ। ସେହିପରି ସରପଞ୍ଚ ଜଳଧର ସାହୁ କହିଛନ୍ତି, ଅନେକ ଗରିବ ପରିବାରକୁ ଘର ଯୋଗାଇ ଦେବା ପାଇଁ ସରକାରଙ୍କ ପାଖକୁ ଚିଠି କରାଯାଇଛି। ଧ୍ରୁବଚରଣଙ୍କୁ ପକ୍କା ଘର ଯୋଗାଇ ଦିଆଯିବା ନିମନ୍ତେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୩ ବସ୍‌ରେ ଗଲେ ୯୭ ଶ୍ରମିକ

ଅନୁଗୋଳ ଅଫିସ, ୭।୫ – ଅନୁଗୋଳରେ ଅଟକି ରହିଥିବା ବାହାର ରାଜ୍ୟର ଶ୍ରମିକମାନଙ୍କ ମଧ୍ୟରୁ ଯେଉଁମାନଙ୍କ ୧୪ ଦିନିଆ ସଙ୍ଗରୋଧ ସମାପ୍ତ ହୋଇଛି ସେମାନଙ୍କୁ ଜିଲା...

ଭଦ୍ରକ-କୋଲକତା ବସ୍‌ ଚଳାଚଳ ବନ୍ଦ

ଭଦ୍ରକ ଅଫିସ,୧୩।୭-ଭଦ୍ରକରୁ କୋଲକତା କୌଣସି ବସ୍‌ ଯାଇପାରିବନି କି ଆସିପାରିବନି। କୋଲକତାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୁରୁବାର ଏପରି ପଦକ୍ଷେପ ନେଇଛି...

ନାଲକୋ ପ୍ଲାଣ୍ଟରେ ପୋଡ଼ି ହୋଇଯାଇଥିବା ଶ୍ରମିକଙ୍କ ମୃତ୍ୟୁ

ଅନୁଗୋଳ ଅଫିସ,୧।୮: ନାଲକୋ ସ୍ମେଲଟର ପ୍ଲାଣ୍ଟ ପରିସରରେ ଗତ୨୩ ତାରିଖରେ ଏକ ଦୁର୍ଘଟଣାରେ ଆହତ ହୋଇଥିବା ଶ୍ରମିକଙ୍କ ଗୁରୁବାର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪ଜଣ...

ରାଜ୍ୟରୁ ନିଶା ବନ୍ଦ ଦାବିରେ ନବୀନ ନିବାସ ଘେରାଉ ଉଦ୍ୟମ: ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି, ୩୦ ଗିରଫ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ରାଜ୍ୟରେ ନିଶା ବନ୍ଦ ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ତା’ର ଆନ୍ଦୋଳନକୁ ଜୋର୍‌ଦାର କରିଛି। ସଙ୍ଗଠନ ପକ୍ଷରୁ ଲୋୟର ପିଏମ୍‌ଜିଠାରେ...

କରୋନା ମୁକାବିଲା ନେଇ ଜିଲାପାଳଙ୍କ ସହ କଥାହେଲେ ରାଜ୍ୟପାଳ

ଭୁବନେଶ୍ୱର, ୩୦।୩(ବ୍ୟୁରୋ): କରୋନା ମୁକାବିଲା ନେଇ କୋରାପୁଟ, ଗଜପତି, ନୂଆପଡ଼ା, ନବରଙ୍ଗପୁର ଆଦି ଜିଲାପାଳଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ ସୋମବାର କଥା ହୋଇଛନ୍ତି। ଜିଲା...

ପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର,୨୬ା୮(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖାପଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଆହୁରି ଘନୀଭୂତ ହୋଇଛି। ଲଘୁଚାପ ଯୋଗୁ ସୋମବାର ରାତିରୁ...

ଆଇନକୁ ହାତକୁ ନେଲେ ମାଜିଷ୍ଟ୍ରେଟ: ବୃଦ୍ଧ ବ୍ୟବସାୟୀଙ୍କୁ ମାଡ଼ ମାରିଲେ

ଝାରସୁଗୁଡ଼ା ଅଫିସ୍‌,୩।୬: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଅନ୍ୟ ଜିଲା ଭଳି ଝାରସୁଗୁଡ଼ାରେ ମଧ୍ୟ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଜାରି ରହିଛି। ଏହାକୁ ତଦାରଖ...

ମାନସ ସ୍ବାଇଁ ହତ୍ୟା ଘଟଣା: ୮ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ

ଚାନ୍ଦବାଲି ୯।୭(ଡି.ଏନ୍‌.ଏ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ୮ ଜଣ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ...

Advertisement
Archives

Model This Week