ବିଜୁଳି କାଟ୍‌କୁ ନେଇ ମୂଲ୍ୟାୟନ କେନ୍ଦ୍ରରେ ଅସନ୍ତୋଷ: ତାତିଲେ ଅଧ୍ୟାପିକା, ଅଧ୍ୟାପକ

ଅନୁଗୋଳ ଅଫିସ, ୨୬।୪- ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ଖାତା ମୂଲ୍ୟାୟନ ହେଉଛି। ପ୍ରଥମ ପର୍ଯ୍ୟାୟ ୮ ତାରିଖରୁ ଆରମ୍ଭ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଗୁରୁବାର ଠାରୁ ଆରମ୍ଭ ହୋଇଛି। ତେବେ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ରହିଥିବା ମୂଲ୍ୟାୟନ କରୁଥିବା ଅଧ୍ୟାପିକା ଓ ଅଧ୍ୟାପକମାନେ ଅଭିଯୋଗ କରିଛନ୍ତି। ଏପରି କି ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ୍‌ ହେଉଥିବାରୁ ସମସ୍ୟା ଉପୁଜୁଥିବା ସେମାନେ କହିଛନ୍ତି।
ଅନୁଗୋଳରେ ଗୁରୁବାର ପାରଦ ୪୦.୧ ଡିଗ୍ରୀ ଥିଲା। ଏଥିସହ ଗୁଳୁଗୁଳିରେ ସହରବାସୀ ଅସ୍ତବ୍ୟସ୍ତ ହୋଇପଡ଼ୁଥିଲେ। ଏହି ସମୟରେ ମହାବିଦ୍ୟାଳୟରୁ ବିଜୁଳି କଟି ଯାଇଥିଲା। ଫଳରେ ମୂଲ୍ୟାୟନ କରୁଥିବା ଅଧ୍ୟାପିକା ଓ ଅଧ୍ୟାପକମାନେ ଖାତା ଦେଖା କାର୍ଯ୍ୟ ବନ୍ଦ କରିଦେଇଥିଲେ। ଏପରି କି ମୂଲ୍ୟାୟନ କେନ୍ଦ୍ରର ଡେପୁଟି ଜୋନ୍‌ ସୁପରଭାଇଜରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ହୋ ହଲ୍ଲା କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ନ ଦେଲେ ମୂଲ୍ୟାୟନ କାର୍ଯ୍ୟ ବନ୍ଦ କରିଦେବେ ବୋଲି ଚେତାବନୀ ଦେଇଥିଲେ। ତେବେ ଜୋନ୍‌ ସୁପରଭାଇଜର ସମସ୍ୟା ସମ୍ପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅବଗତ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଅଧ୍ୟାପିକା ଓ ଅଧ୍ୟାପକମାନେ ଶାନ୍ତ ହୋଇଥିଲେ। ଏ ନେଇ ଜୋନାଲ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ରାଜକିଶୋର ବେହେରା କହିଛନ୍ତି, ଅଫ୍‌ ଲାଇନ ମୂଲ୍ୟାୟନ କେନ୍ଦ୍ରରେ ବିଜୁଳି ଚାଲିଗଲେ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଆମ ହାତରେ କିଛି ନାହିଁ। ବିଜୁଳି ଯେତିକି ସମୟ ରହିବ ସେଥିରେ ମୂଲ୍ୟାୟନ କରିବା ପାଇଁ ପଡ଼ିବ। କିନ୍ତୁ ମହାବିଦ୍ୟାଳୟରେ ମୂଲ୍ୟାୟନ କେନ୍ଦ୍ର ପ୍ରତି ବର୍ଷ ହେଉଥିବାରୁ ଅଧ୍ୟକ୍ଷଙ୍କୁ କେନ୍ଦ୍ର ଗୁଡ଼ିକରେ ବିଦ୍ୟୁତ୍‌ ଚାଲିଗଲେ ତୁରନ୍ତ ଜେନେରେଟର ଓ ଶୀତତାପ ନିୟନ୍ତ୍ରକ ଯନ୍ତ୍ର ଲଗାଇବା ପାଇଁ ପ୍ରସ୍ତାବ ଦେଇଥିଲୁ। କିନ୍ତୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଅନ୍ୟପକ୍ଷରେ ଅନ୍‌ଲାଇନ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଦିଆଯାଉଥିବାବେଳେ ଅଫ୍‌ଲାଇନ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ଏପରି ବ୍ୟବସ୍ଥା କରାଯାଉ ନ ଥିବାରୁ ଅଧ୍ୟାପିକା ଓ ଅଧ୍ୟାପକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଧରିଲା ଗୁଜରାଟ ପୋଲିସ

ପୁରୁଷୋତ୍ତମପୁର,୧୧ା୧୦(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚ ନନ୍ଦିନୀ ବେହେରାଙ୍କ ଦେଢଶୁର କାହ୍ନୁଚରଣ ବେହେରା(୫୫)ଙ୍କୁ ଗତ ମାର୍ଚ୍ଚ ୨୯ରେ...

ରାମଦୋଳିରୁ ଖସିପଡ଼ିଲେ ଗୋଟିଏ ପରିବାରର ୪ ସଦସ୍ୟ

ରାଉରକେଲା,୧୧।୧୦(ସଙ୍ଗୀତା ଜେନା): ରାଉରକେଲା ଦୁର୍ଗାପୂଜାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ସେକ୍ଟର-୬ ଟେଲିଫୋନ ଭବନ ପକ୍ଷରୁ ଆୟୋଜିତ ଦୁର୍ଗାପୂଜା ମେଳାରେ...

ଅଡୁଆରେ ସୁଭଦ୍ରା ହିତାଧିକାରୀ, ଆଧାର ଲିଙ୍କ୍ କରୁ କରୁ ବ୍ୟଙ୍କ ଖାତରୁ ଟଙ୍କା ଗାଏବ

କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ଖୁସି ଆଣିଲା, କିନ୍ତୁ କିଛି ହିତାଧିକାରୀ ସୁଭଦ୍ରା ଯୋଜନାରେ ଅର୍ଥ ପାଇବାକୁ ଯାଇ ଏବେ ଅଡୁଆରେ।...

ପାଗ ଅନୁକୂଳ, ଓଡ଼ିଶାରୁ ଫେରିଯିବ ମୌସୁମୀ

ଭୁବନେଶ୍ୱର,୧୧ା୧୦: ଦୁଇଦିନ ମଧ୍ୟରେ ଓଡିଶାରୁ ଅପସରି ଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ପାଗ ଅନୁକୂଳ ଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...

୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୧ା୧୦(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାରଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଆସିବେ। ଗସ୍ତ ଅବସରରେ ସେ ନବମୀ ଓ...

ଗୁଳିମାଡ଼ରେ ଚାଲିଗଲା ଫାଷ୍ଟଫୁଡ୍‌ ଦୋକାନୀଙ୍କ ଜୀବନ

ସିନାପାଲି, ୧୧।୧୦(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା କାପସି ବରଗଛ ଛକଠାରେ ଗତ ରବିବାର ରାତିରେ ଫାଷ୍ଟଫୁଡ ଦୋକାନୀ ନିଲାମ୍ବର ମେହେରଙ୍କୁ ଗୁଳିମାଡ଼ ହୋଇଥିଲା।...

ଦାଦନ ଖଟିବାକୁ ଯାଇଥିଲେ: ଚାଲିଗଲା ଯୁବତୀଙ୍କ ଜୀବନ

ଦାରିଙ୍ଗବାଡି,୧୧।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଦାଦନ ଦୁଃଖ ଦେଖୁବାକୁ ମିଳିଛି। ଦାଦନ ଖଟିବାକୁ ଯାଇ ପୁଣି ଜଣେ ଯୁବତୀଙ୍କ ଅକାଳ...

ବାପାଙ୍କ ସହ ବୁଲିବାକୁ ଆସିଥିବା ବେଳେ ଶିଶୁପୁତ୍ର ଅପହରଣ: ୧୨ଦିନ ପରେ ହାଇଦ୍ରାବାଦରୁ…

ନୂଆପଡ଼ା,୧୧।୧୦: ବାପାଙ୍କ ସହ ବଲାଙ୍ଗୀର ବୁଲିବାକୁ ଆସିଥିବା ବେଳେ ଗତ ୨୯ ତାରିଖରେ ଜଣେ ଶିଶୁପୁତ୍ରଙ୍କୁ ଅପହରଣ କରି ନିଆଯାଇଥିଲା। ଦୀର୍ଘ ୧୨ଦିନ ପରେ ହାଇଦ୍ରାବାଦରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri