‘ବିଗ୍‌ବସ୍‌’ ପରେ ଶେହନାଜ୍‌ଙ୍କ ହେବ ସ୍ବୟଂବର: ପ୍ରଶଂସକ କହିଲେ ‘ସଲ୍‌ମାନ ତାଙ୍କୁ ବଞ୍ଚାଅ’

ବମ୍ବେ: ଶେଷ ହେବାକୁ ଯାଉଛି ଛୋଟ ପରଦାର ବଡ଼ ରିଆଲିଟି ଶୋ’ ‘ବିଗ୍‌ବସ୍‌’। ୧୫ ଫେବୃୟାରୀ ଅର୍ଥାତ୍‌ ଶନିବାର ଏହାର ଫିନାଲେ ଏପିସୋଡ୍‌ ପ୍ରସାରିତ ହେବ। ୬ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରୁ ଶୋ’ କିଏ ଜିତିବ ସେ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ୍‌। ଅପରପକ୍ଷେ ବିଗ୍‌ବସ୍‌ ସରିବା ପରେ ଦର୍ଶକେ ମନୋରଞ୍ଜନ କମ୍‌ ହେବା ଆଶଙ୍କା କରି ମନଦୁଃଖରେ ଅଛନ୍ତି। ଯଦି ଆପଣ ଏଭଳି ଭାବୁଥାଆନ୍ତି, ତେବେ ଏହା ଭୁଲ। କାରଣ ପୂର୍ବବତ୍‌ ପ୍ରତିଯୋଗୀମାନଙ୍କ ଭିତରେ ଦର୍ଶକଙ୍କୁ ବାନ୍ଧି ରଖିବା ଲାଗି ଚ୍ୟାନେଲ୍‌ ପକ୍ଷରୁ ନୂଆ ଏକ ଶୋ’ ଆସିବାକୁ ଯାଉଛି। ଏଥିରେ ଏଣ୍ଟରଟେନ୍‌ମେଣ୍ଟ କୁଇନ୍‌ କୁହାଯାଉଥିବା ଶେହନାଜ୍‌ ଗିଲ ଏବଂ ପାରସ ଛାବଡ଼ାଙ୍କ ବିବାହ ଦେଖିବାକୁ ମିଳିବ। ଚ୍ୟାନେଲର ଆଧିକାରିକ ସୋସିଆଲ ପୃଷ୍ଠାରେ ଏ ସମ୍ପର୍କିତ ଏକ ଭିଡିଓ ଶେୟାର କରାଯାଇଛି।

କିଛି ଦର୍ଶକ ଏହାକୁ ନେଇ ଖୁସି ଥିବା ବେଳେ କିଛି ଏହାକୁ ପସନ୍ଦ କରିନାହାନ୍ତି। ସଲ୍‌ମାନ ଏଥିରୁ ତାଙ୍କୁ ରକ୍ଷାକରନ୍ତୁ ବୋଲି କିଛି ପ୍ରଶଂସକ କହୁଥିବା ଦେଖାଯାଉଛି। ତାଙ୍କ କ୍ୟାରିୟର ଏବେ ଆରମ୍ଭ ହୋଇଥିବା ବେଳେ ଏଭଳି ଶୋ’ କରିବା ଦ୍ୱାରା ସବୁ ଶେଷ ହୋଇଯିବ। ନକଲି ବିବାହ କରି ସେ ଅବସୋସ କରିବେ। କେବଳ ଟିଆର୍‌ପି ପାଇଁ ଚ୍ୟାନେଲ ଏଭଳି କରୁଛି ବୋଲି କେହି କେହି କହୁଛନ୍ତି।

ତେବେ ଶେହନାଜ ଓ ପାରସଙ୍କ ବିବାହ ସମ୍ପର୍କିତ ଶୋ’ ଫେବୃୟାରୀ ୧୭ରୁ ପ୍ରସାରିତ ହେବ। ଏହା ପୂର୍ବରୁ ଶେହନାଜ ବିଗ୍‌ବସ୍‌ରେ ଜିତନ୍ତୁ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତା ଦେଉଛନ୍ତି ସିଦ୍ଧାର୍ଥ ଶୁକ୍ଳା, ଆସିମ୍‌ ରିୟାଜ, ଆରତୀ ସିଂ, ପାରସ ଛାବଡ଼ା ଏବଂ ରଶ୍ମି ଦେଶାଇ। ରାତି ସୁଦ୍ଧା ବିଗ୍‌ବସ୍‌-୧୩ର ବିଜେତା କିଏ ହେବ ତାହା ଜଣାପଡ଼ିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ମାନହାନି ମାମଲା, ଭିଡିଓ ଶେୟାର କରିବା ପଡିଲା ମହଙ୍ଗା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ପୁଣିଥରେ ଆଇନଗତ ବିବାଦରେ ଫସିଛନ୍ତି। ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri