ବିକାଶ, ସୁଶାସନକୁ ମିଳିଲା ଜନାଦେଶ

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ପଞ୍ଜାବ ସମେତ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରେ ବିପୁଳ ଭୋଟରେ ଭାଜପା ବାଜି ମାରିଥିବା ବେଳେ ଦ୍ୱିତୀୟ ଥର ପୁଣି ଯୋଗୀ ଆଦିତ୍ୟନାଥ ବହୁମତରେ ସରକାର ଗଢ଼ିବାକୁ ଯାଉଛନ୍ତି। ଇତିମଧ୍ୟରେ ୟୁପି ଜନତା ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ସନ୍ଧ୍ୟାରେ ଭାଜପା କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ଅବସରରେ ନିର୍ବାଚନରେ ବିଜୟ ହାସଲ ପାଇଁ ଯୋଗୀ ଜନତା ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜନତାଙ୍କୁ ସମ୍ବୋଧିତ କରି ଯୋଗୀ କହିଛନ୍ତି, ରାଷ୍ଟ୍ରବାଦ, ସୁରକ୍ଷା, ବିକାଶ ଓ ସୁଶାସନକୁ ଜନତାଙ୍କ ଆଶୀର୍ବାଦ ମିଳିଛି। ଏହି ବିଜୟ ଜଣେ ଜଣେ କର୍ମକର୍ତ୍ତାଙ୍କ ବିଜୟ। ବର୍ତ୍ତମାନ ୪ଟି ରାଜ୍ୟରେ ଭାଜପା ସରକାର ଗଢ଼ିବାକୁ ଯାଉଛି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। ଦେଶର ସବୁଠାରୁ ବଡ଼ ରାଜ୍ୟ ହେଉଛି ଉତ୍ତରପ୍ରଦେଶ। ତେଣୁ ନିର୍ବାଚନ ସମୟରେ ସମସ୍ତଙ୍କ ନଜର ୟୁପି ଉପରେ ରହିଥିଲା। ତେବେ ପ୍ରଧାନମନ୍ତ୍ରୀଙ୍କ ନେତୃ୍‌ୃତ୍ୱରେ ଭାଜପା ବହୁମତରେ ପୁଣି ଥରେ ଶାସନକୁ ଫେରିଛି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। ଏତଦ୍‌ ବ୍ୟତୀତ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଶେଷ ହୋଇଥିବାରୁ ସେ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ କଂଗ୍ରେସରୁ ଇସ୍ତଫା ଦେଲେ ଆଉ ୨୦ ନେତା, ରବିବାର ଆଜାଦ କରିବେ ଜନସଭା

ଜମ୍ମୁ,୩ ।୯: କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ପ୍ରଦେଶ କଂଗ୍ରେସ କମିଟିର ନେତା ଓ କର୍ମୀଙ୍କ ଦଳ ଛାଡିବା...

ପ୍ରତ୍ନତତ୍ତ୍ୱବିତ୍‌ ବି.ବି. ଲାଲ୍‌ଙ୍କ ପରଲୋକ

ନୂଆଦିଲ୍ଲୀ,୧୧ା୯: ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍‌ ବି.ବି. ଲାଲ୍‌ଙ୍କର ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୧୦୧ ବର୍ଷ ହୋଇଥିଲା। ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର...

ଆଜି ଏସ୍‌ସିଓ ବୈଠକ: ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଉପରେ ଦିଆଯିବ ଗୁରୁତ୍ୱ

ନୂଆଦିଲ୍ଲୀ,୨୮।୪: ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏଥିରେ ଅଧ୍ୟକ୍ଷତା କରିବେ। ବୈଠକରେ ଆଞ୍ଚଳିକ ଶାନ୍ତି,...

ମହାରାଷ୍ଟ୍ର ଜାଲନାରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ: ୫ ପୋଲିସ ଆହତ

ଜାଲନା,୧୩ ।୫: ମହାରାଷ୍ଟ୍ରର ଜାଲନା ଜିଲାର ଏକ ଗାଁରେ ଶୁକ୍ରବାର ସକାଳୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଉଭୟ ପଟରୁ ପଥର ଓ...

ଚଳିତ ବର୍ଷ ୮୨ ହଜାର ଭାରତୀୟ ଛାତ୍ରୀଛାତ୍ରଙ୍କୁ ଭିଜା ପ୍ରଦାନ କରିଛି ଆମେରିକା…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୮।୯ : ଚଳିତ ୨୦୨୨ରେ ଆମେରିକା ୮୨ ହଜାର ଭାରତୀୟ ଛାତ୍ରୀଛାତ୍ରଙ୍କୁ ଭିଜା ପ୍ରଦାନ କରିଛି। ଏହା ପୂର୍ବର ବର୍ଷଗୁଡ଼ିକ ତୁଳନାରେ ଅଧିକ ରହିଛି।...

ରବିବାର ଷଷ୍ଠ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ: ୩ ଶହ ୩୫ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୧୧।୫: ରବିବାର ଷଷ୍ଠ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ୭ ରାଜ୍ୟର ୫୯ ଲୋକ ସଭା ଆସନ ପାଇଁ ମତଦାନ କରାଯିବ। ଏହି ପର୍ଯ୍ୟାୟରେ...

ଡିମ୍ପଲ ନୁହେଁ ଜୟନ୍ତ ଚୌଧୁରୀଙ୍କୁ ମିଳିଲା ରାଜ୍ୟ ସଭା ଟିକେଟ

ନୂଆଦିଲ୍ଲୀ,୨୬ ।୫: ଉତ୍ତର ପ୍ରଦେଶରେ ୧୧ ରାଜ୍ୟ ସଭା ଆସନ ପାଇଁ ହେଉଥିବା ନିର୍ବାଚନରେ ସମାଜବାଦୀ ପାର୍ଟି ଆଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି...

ଇଣ୍ଡିଆର ନାମ ପରିବର୍ତ୍ତନ ହେବ, ଯାହାକୁ ପସନ୍ଦ ନୁହେଁ ସେ ଦେଶ ଛାଡ଼ିବାକୁ ସ୍ବତନ୍ତ୍ର: ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ…

କୋଲକାତା,୧୦।୯ : ଭାରତର ନା ପରିବର୍ତ୍ତନ ନେଇ ବିବାଦ ଜାରି ରହିଛି। ଏହି ମର୍ମରେ ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି (ଭଜାପା) ନେତା ଦିଲୀପ ଘୋଷ...

Advertisement
Archives

Model This Week