ବିକାଶ ପଥରେ ଆତଙ୍କବାଦ କଣ୍ଟା

ଓସାକା,୨୯ା୬ (ପି.ଟି./ଆଇଏଏନ୍‌ଏସ୍‌): ସମଗ୍ର ମାନବ ଜାତି ପାଇଁ ସବୁଠୁ ବଡ଼ ବିପଦ ହେଉଛି ଆତଙ୍କବାଦ। ଏହି ବିପତ୍ତି କେବଳ ନିରୀହମାନଙ୍କ ଜୀବନ ନେଉଛି ତାହା ନୁହେଁ, ବରଂ ଅର୍ଥନୈତିକ ବିକାଶ ଓ ସ୍ଥିରତାକୁ ବହୁଳ ଭାବେ ପ୍ରଭାବିତ କରୁଛି। ତେଣୁ ଏହାକୁ ଦୃଢ଼ହସ୍ତରେ ଦମନ କରିବା ପାଇଁ ସମସ୍ତ ପ୍ରକାର ମାଧ୍ୟମ ଆପଣାଇବା ଜରୁରୀ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି।
ଓସାକା ସହରରେ ଶୁକ୍ରବାର ଜି-୨୦ ରାଷ୍ଟ୍ର ସମୂହର ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକା (ବ୍ରିକ୍ସ) ନେତାମାନେ ଯୋଗଦେଇ ଆତଙ୍କବାଦ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବ୍ରିକ୍ସ ରାଷ୍ଟ୍ରନେତାମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ଆତଙ୍କବାଦ ସାରା ବିଶ୍ୱ ପାଇଁ ସର୍ବବୃହତ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି। ଏଥିଯୋଗୁ ବିକାଶ ଓ ନିରାପତ୍ତା ବିପନ୍ନ ହେବାରେ ଲାଗିଛି। ତେଣୁ ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇ କରିବା ସହ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)କୁ ସୁଦୃଢ଼ କରିବା ଓ ଶକ୍ତି ନିରାପତ୍ତା ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ ହୋଇପଡ଼ିଛି ବୋଲି ମୋଦି ମତବ୍ୟକ୍ତ କରିଛନ୍ତି। ଅନୁରୂପ ଭାବେ ବ୍ରିକ୍ସ ନେତାମାନେ ଆତଙ୍କବାଦ ବିରୋଧରେ ଲଢ଼େଇକୁ ଜୋର୍‌ଦାର କରିବା ପାଇଁ ସହମତି ପ୍ରକାଶ କରି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଇଣ୍ଟରନେଟ୍‌ର ବ୍ୟବହାର ରୋକିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।
ଶେଷରେ ବ୍ରିକ୍ସ ରାଷ୍ଟ୍ର ସମୂହ ପକ୍ଷରୁ ଏକ ମିଳିତ ବିବୃତି ଜାରି କରାଯାଇଛି। ରାଷ୍ଟ୍ରଗୁଡ଼ିକ ନିଜ ଭୂଖଣ୍ଡରେ ଆତଙ୍କବାଦୀଙ୍କ ନେଟ୍‌ଓ୍ବର୍କକୁ ପାଣ୍ଠି ଯୋଗାଣ ଏବଂ ବେଆଇନ ଉତ୍ସରୁ ଅର୍ଥର ସ୍ରୋତକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଏକମତ ହୋଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ଆତଙ୍କବାଦର ମୂଳୋତ୍ପାଟନ ପାଇଁ ମିଳିତ ଓ ବିସ୍ତୃତ କାର୍ଯ୍ୟସୂଚୀ ପ୍ରସ୍ତୁତ କରି ଫାଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ଏବଂ ଓ୍ବାଲର୍‌ଡ କଷ୍ଟମ୍ସ ଅର୍ଗାନାଇଜେଶନ୍‌ ଭଳି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ବହୁପାକ୍ଷିକ ବ୍ୟବସ୍ଥା ଜରିଆରେ ଉଦ୍ୟମ ଜାରି ରଖିବା ପାଇଁ ବ୍ରିକ୍ସ ନେତାମାନେ ଜୋର୍‌ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଓ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସମେତ ୫ ନେତା କୌଣସି ରାଷ୍ଟ୍ରର ନାମ ନ ନେଇ ଆତଙ୍କବାଦୀ ନେଟ୍‌ଓ୍ବର୍କକୁ ସବୁ ଦେଶ ନିଜ ଭୂଖଣ୍ଡରୁ ହଟାଇବା ଆବଶ୍ୟକ ବୋଲି ଦୋହରାଇଛନ୍ତି।
ରୁଷିଆ-ଭାରତ-ଚାଇନା (ଆର୍‌ଆଇସି) ମଞ୍ଚରେ ମୋଦି କହିଥିଲେ, ଆତଙ୍କବାଦ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ସମୁଦାୟ ମିଳିତ ଭାବେ ଏହାର ମୁକାବିଲା କରିବା ଉଚିତ। ଆତଙ୍କବାଦ ବିରୋଧରେ କିପରି ଲଢ଼େଇ କରାଯିବ ସେନେଇ ଭାରତ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରୁଛି। ଚାଇନା ଓ ରୁଷିଆ ଏହି ପଦକ୍ଷେପକୁ ସମର୍ଥନ କରିବେ ବୋଲି ଆଶା। ଏହି ଅବସରରେ ବହୁପାକ୍ଷିକ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ପନ୍ଥା ବାହାର କରିବାକୁ ୩ ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିବା ଭାରତର ବହିର୍ବ୍ୟାପାର ସଚିବ ବିଜୟ ଗୋଖଲେ ଖବରଦାତାମାନଙ୍କୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦ୍ୱାରାରେ ଆତଙ୍କବାଦୀ ଆକ୍ରମଣ…

କାବୁଲ, ୨୦।୬ : ଆଫଗାନିସ୍ତାନରେ ଗୁରୁଦ୍ୱାର ଆତଙ୍କବାଦୀ ଆକ୍ରମଣ ଘଟିଛି। ପାଜୋକ ନ୍ୟୁଜର ଏକ ରିପୋର୍ଟ ସୋସିଆଲ ମିଡିଆରେ ଉଲ୍ଲେଖ କରିଛି ଯେ, ଆକ୍ରମଣ ପରେ...

ବିଶ୍ୱର ବୃହତ୍ତମ ବିମାନ ନଷ୍ଟ

କ୍ୱିଭ,୧।୩: ମିଶାଇଲ ଅକ୍ରମଣରେ ବିଶ୍ୱର ବୃହତ୍ତମ ବିମାନ ଆଣ୍ଟୋନୋଭ ଏନ୍‌-୨୨୫ ତଥା ମରିୟା ନଷ୍ଟ ହୋଇଥିବା ୟୁକ୍ରେନ କହିଛି। ୟୁକ୍ରେନରେ ଏହି ବିମାନ ‘ଡ୍ରିମ୍‌’ଭାବେ ବେଶ୍‌...

୧୨ ହଜାର ଟଙ୍କାରେ ଚଳିପାରିବେ ଆପଣ: ରୁଷିଆ ରାଷ୍ଟ୍ରପତିଙ୍କୁ ପ୍ରଶ୍ନ କଲେ ମହିଳା

ସେଣ୍ଟ ପିଟର୍ସବର୍ଗ,୨୦।୨: ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କୁ ଜଣେ ମହିଳା କରିଥିବା ପ୍ରଶ୍ନ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ପୁଟିନ୍‌ ପୂର୍ବରୁ ବାସ କରୁଥିବା...

ଭାରତ ଚତୁର୍ଥ ଶକ୍ତିଶାଳୀ ଦେଶ, ଶୀର୍ଷରେ ଆମେରିକା…

ସିଡ୍‌ନୀ,୬।୧୨: ଭାରତ ଏସିଆର ଚତୁର୍ଥ ଶକ୍ତିଶାଳୀ ଦେଶ। ଲୋଓ୍ବ ଇନଷ୍ଟିଚ୍ୟୁଟ ପକ୍ଷରୁ ଏସିଆ ପାୱାର୍‌ ଇଣ୍ଡେକ୍ସ-୨୦୨୧ରେ ଏସିଆର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରାଯାଇଛିି। ...

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଲେ ବିଜୟ ମାଲ୍ୟା

ଲଣ୍ଡନ, ୯।୬: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲରେ ଚାଲିଥିବା ବିଶ୍ୱକପ ମ୍ୟାଚ୍‌ ଦେଖିବାକୁ ଯାଇଛନ୍ତି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା। ଭାରତର ବିଭିନ୍ନ ବ୍ୟାଙ୍କ୍‌ରୁ...

ପୋଲିସ ସମେତ ୧୦ ମୃତ

ଓ୍ବାଶିଂଟନ୍‌, ୨୪ା୩: ଆମେରିକାର କଲରାଡୋ ରାଜ୍ୟରେ ଆତତାୟୀଙ୍କ ଗୁଳିରେ ସୋମବାର ଜଣେ ପୋଲିସ ଅଫିସରଙ୍କ ସମେତ ମୋଟ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ବନ୍ଧୁକଧାରୀ...

ଏଭରେଷ୍ଟରେ ଶତାଧିକ ସଂକ୍ରମିତ

ଏଭରେଷ୍ଟ ଉପରେ ଶତାଧିକ ପର୍ବତାରୋହଣକାରୀ, ସହଯୋଗୀ କରୋନାରେ ସଂକ୍ରମିତ ହୋଇଛନ୍ତି। ବିଶ୍ୱର ସର୍ବୋଚ୍ଚ ଶୃଙ୍ଗରେ ସଂକ୍ରମଣ ନ ଥିବା ନେଇ ନେପାଳ ସରକାରୀ ଅଧିକାରୀ କହୁଥିଲେ...

ଜାପାନରେ ଭୂକମ୍ପ, ୧୦ରୁ ଊର୍ଦ୍ଧ୍ୱ ଆହତ

ଟୋକିଓ,୨୨ା୧: ଦକ୍ଷିଣ ପଶ୍ଚିମ ଏବଂ ପଶ୍ଚିମ ଜାପାନରେ ହୋଇଥିବା ଭୂକମ୍ପ ସମସ୍ତଙ୍କୁ ଥରାଇ ଦେଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୪ ରେକର୍ଡ କରାଯାଇଛି। ଏହି...

Advertisement
Archives

Model This Week