ବୈପାରୀଗୁଡ଼ା,୨୨ା୪(ଡି.ଏନ୍.ଏ.):ବୈପାରୀଗୁଡ଼ା ବ୍ଲକ ବାଲିଗଁ। ପଞ୍ଚାୟତ ଲିମାଲାଡ଼ି ଗ୍ରାମର ବିଧବା ବୃଦ୍ଧା ସନମତି କାକଲପଡ଼ିଆ । ପିଲାଛୁଆ କେହି ନାହାନ୍ତି। ଏଭଳି ଅସହାୟ ଅବସ୍ଥାରେ ମୁଣ୍ଡ ଗୁଞ୍ଜିବା ତାଙ୍କ ପାଖରେ ଘର ଖଣ୍ଡିଏ ନ ଥିଲା। ତାଙ୍କ ନାମରେ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲା। ଗଁ।ର କେତେକ ଦଲାଲ ଶ୍ରେଣୀର ଲୋକେ ଘର ନିର୍ମାଣ ଦାୟିତ୍ବ ନେଇଥିଲେ। କିନ୍ତୁ ଘରର କେବଳ ପୁନାଦି ପକାଇ ସନମତିଙ୍କ ଟିପଚିହ୍ନ ନେଇ ବ୍ୟାଙ୍କ ଜମାଖାତାରୁ ସଂପୂର୍ଣ୍ଣ ଅନୁଦାନ ଲୁଟିନେଲେ । କେତେକ ସରକାରୀ କର୍ମଚାରୀ ସ୍ବାର୍ଥ ପାଇଁ ସେମାନଙ୍କୁ ସହାୟତା କରିଥିଲେ । ୫ ବର୍ଷ ତଳର ଏହି ଘଟଣାରେ ସନମତିଙ୍କୁ ନ୍ୟାୟ ମିଳି ନ ଥିବାବେଳେ ସେ ଏବେ ନିଜ ଭାଗ୍ୟକୁ ଆଦରି ବାପଘର ଦୋରାଗୁଡ଼ା ପଞ୍ଚାୟତ କଲୋନୀଗୁଡ଼ା ଗ୍ରାମରେ ପଡ଼ିରହିଛନ୍ତି। ବୈପାରୀଗୁଡ଼ା ବ୍ଲକରେ ଏମିତି ଅନେକ ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସିଛି। ପ୍ରକାଶ ଯେ, କେବିକେ ଜିଲାରେ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଚାଲିଛି। କିନ୍ତୁ ନିରକ୍ଷରତା କାରଣରୁ ଯୋଜନାର ସୁଫଳ ହିତାଧିକାରୀ ପାଇପାରୁ ନାହାନ୍ତି। ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମଷ୍ଟର ରୋଲ ପ୍ରସ୍ତୁତି ବେଳେ ଶ୍ରମିକଙ୍କ ଟିପ ଚିହ୍ନ ତଥା ବ୍ୟାଙ୍କ ଉଠାଣ ଫର୍ମରେ ଜାଲ ଟିପ ଚିହ୍ନ ଦ୍ୱାରା ସେମାନଙ୍କ ଜମାଖାତାରୁ ଟଙ୍କା ହଡ଼ପ କରାଯିବା ନଜିର ରହିଛି। ସରକାରୀ ଅନୁଦାନର ସଠିକ କାର୍ଯ୍ୟକାରିତା ପାଇଁ ଅଙ୍ଗନୱାଡି କର୍ମୀ-ୱାର୍ଡମେମ୍ବର, ବିଦ୍ୟାଳୟ ପ୍ରଧାନ ଶିକ୍ଷକ-ପରିଚାଳନା କମିଟି ସଭାପତି, ବନାଞ୍ଚଳ ଅଧିକାରୀ-ବନ ସୁରକ୍ଷା ସମିତି ସଭାପତିଙ୍କ ଯୁଗ୍ମ ଜମାଖାତା ରହିଛି। ତେବେ ଅନେକ ସମୟରେ ସରକାରୀ କର୍ମଚାରୀ ଲୋକଙ୍କ ନିରକ୍ଷରତାର ସୁଯୋଗରେ ସେମାନଙ୍କ ଟିପଚିହ୍ନ ନେଇ ଅର୍ଥ ହଡ଼ପ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଅଙ୍ଗନୱାଡ଼ି କର୍ମୀ ଓ ୱାର୍ଡମେମ୍ବରଙ୍କ ଯୁଗ୍ମ ଜମାଖାତାକୁ ଆସୁଥିବା ଅର୍ଥ ସମେତ ଅନ୍ୟ ସରକାରୀ ଅନୁଦାନରୁ ବ୍ୟାପକ ହେରଫେର ହେଉଛି। ବ୍ଲକରେ ଅନେକ ବିଦ୍ୟାଳୟ ରହିଛି ଯେଉଁଠି ଅତୀତରେ ଦାୟିତ୍ବରେ ଥିବା ଶିକ୍ଷକମାନେ ବିଦ୍ୟାଳୟ କମିଟି ସଭାପତିଙ୍କୁ ଭୁଆଁ ବୁଲାଇ ନିର୍ମାଣ ଅନୁଦାନ ଚଳୁ କରିଛନ୍ତି। ଟିପ ଚିହ୍ନ ନେଇ ପରିବାର ମଙ୍ଗଳ ଯୋଜନା ହିତାଧିକାରୀଙ୍କ ଜମାଖାତାରୁ ଅର୍ଥ ହଡ଼ପ ହେଉଛି । ଆଦିବାସୀ ମହିଳାଙ୍କୁ ନେଇ ଗଠିତ ବିଭିନ୍ନ ଏସଏଚ୍ଜିକୁ ମିଳୁଥିବା ସବସିଡ୍ ଲୋନରେ ମଧ୍ୟ କାରସାଦି ଚାଲିଛି। ଅନେକ ଅଙ୍ଗନୱାଡ଼ି କେନ୍ଦ୍ରରେ ଟିଏଚ୍ଆର୍ ଖାଦ୍ୟ ବଣ୍ଟନରେ ହିତାଧିକାରୀଙ୍କ ଟିପଚିହ୍ନରେ ଜାଲିଆତି କରାଯାଇ ସେ ସବୁ ହଡ଼ପ କରାଯାଉଛି ।
ସୂଚନାଯୋଗ୍ୟ ଯେ, ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ୧୮ରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ ସାକ୍ଷରତା ହାର ବୃଦ୍ଧି ପାଇଁ ନବେ ଦଶକରୁ ବିଭିନ୍ନ ଯୋଜନା କରାଯାଇ ଆସୁଛି। ପ୍ରୌଢ଼ଶିକ୍ଷା, ସାକ୍ଷରତା, ସାକ୍ଷର ଭାରତ ଯୋଜନା, ସାକ୍ଷର ସୁନ୍ଦର କୋରାପୁଟ, ଦେଲେ ଟିପ ହେବ ପାପ ଭଳି ସ୍ଳୋଗାନ ଦିଆଯାଇଛି। ଉକ୍ତ ଯୋଜନାରେ ବିପୁଳ ଅନୁଦାନ ଭୋଜିଭାତ, ମିଟିଂ ଓ ମେଟେରିଆଲସ୍ ବାବଦରେ ଖର୍ଚ୍ଚ ହୋଇଆସୁଛି। କିନ୍ତୁ ଫଳ ଶୂନ୍। ସାକ୍ଷର ନାମରେ ଏବେ ମଧ୍ୟ ଅନେକ ଅଛନ୍ତି, ଯେଉଁମାନେ କେବଳ ନିଜ ନାମ ଦସ୍ତଖତ ଛଡ଼ା ଅନ୍ୟ କିଛି ଲେଖିବା ଜାଣିନାହାନ୍ତି। ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଅନେକ ସମୟରେ ଯୋଗ୍ୟ ପ୍ରାର୍ଥୀ ମିଳୁନାହାନ୍ତି। ନାମାଙ୍କନ ଦାଖଲ ୧୫ ଦିନ ପୂର୍ବରୁ ସେମାନେ କେବଳ ନିଜ ନାମ ଦସ୍ତଖତ କରିବା ଅଭ୍ୟାସ କରନ୍ତି। ଏ ସଂପର୍କରେ ଦାୟିତ୍ବରେ ଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ନିକଟରେ ଥିବା ତଥ୍ୟ ଅନୁସାରେ ସାକ୍ଷର ଭାରତ ଯୋଜନାରେ ୨୦୧୫ରେ ୮,୦୬୪ ଜଣଙ୍କୁ ସାକ୍ଷର କରିବାକୁ ଟାର୍ଗେଟ ଥିଲା। ଏପର୍ଯ୍ୟନ୍ତ ୪,୮୮୦ ଜଣ ଶିକ୍ଷାଦାନ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୧ ଜଣ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ। ଏହା କେବଳ କାଗଜ କଲମରେ ସରକାରୀ ହିସାବ।
ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ
ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…
ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ
ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…
ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ
ରାୟଗଡ଼ା,୧୬/୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ ବାଇସିଂ…
ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….
ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…
ବ୍ୟାନର ମାରି ଉପସ୍ଥିତି ଦର୍ଶାଇଲେ ମାଓବାଦୀ: ଆତଙ୍କିତ ନ ହେବାକୁ….
ରାୟଗଡ଼ା/କଲ୍ୟାଣସିଂହପୁର,୧୪।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ମାଓବାଦୀ ନେତା ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ଜଣ ମାଓବାଦୀ ଆତ୍ମସମର୍ପଣ ପରେ ରାୟଗଡ଼ା ଜିଲା ଏକ ପ୍ରକାର ମାଓମୁକ୍ତ ଅଞ୍ଚଳ…
ଦୁଇ ଦିନ ତଳେ ଇସ୍ତଫା ଦେଇଥିଲେ, ପୁଣି ଦଳକୁ ବାହୁଡିଲେ ପୂର୍ବରୁ ବିଷମକଟକ ବ୍ଲକରେ…
ରାୟଗଡ଼ା,୧୩।୨(ରଞ୍ଜନ ପଣ୍ଡା): ନୂତନ ଗଠିତ ଜିଲା ବିଜେଡି କମିଟିରେ ଉପସଭାପତି ପଦ ପାଇଥିବା କାଶୀପୁର ବ୍ଲକ ବରିଷ୍ଠ ବିଜେଡି ନେତା ଗଣେଶ ସାଉଁତା ବୁଧବାର ନିଜ ପଦବୀରୁ…
ରାୟଗଡ଼ାରେ ମାଓବାଦୀ ପୋଷ୍ଟର, ଆଦିବାସୀଙ୍କୁ ନକ୍ସଲରେ ରଖି ଅତ୍ୟାଚାର…
ରାୟଗଡ଼ା,୧୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ବ୍ଲକ ବାଇସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ଧୁମାଗୁଡ଼ା ବସଷ୍ଟପ ନିକଟରେ ମାଓବାଦୀ ପୋଷ୍ଟର ଦେଖାଯାଇଛି । ଏହି ପୋଷ୍ଟରଟି ସସିପିଆଇ ମାଓବାଦୀ ପକ୍ଷରୁ…
ମୁନିଗୁଡ଼ା ଅଞ୍ଚଳରେ ବାଘ ଆତଙ୍କ: ବାଛୁରୀକୁ ମାରି ଖାଇଲା, ପାଦଚିହ୍ନ ଦେଖି ଲୋକେ ଛାନିଆ…
ମୁନିଗୁଡା,୧୨।୨ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ନିକଟସ୍ଥ ଡ଼ିମିରିଗୁଡାର ପଞ୍ଜାବାଲି ଛକ ନିକଟରେ ବାଘ ଆତଙ୍କ ଦେଖାଯାଇଛି। ବୁଧବାର ରାତିରେ…
Archives

